ସ୍ପିନର ନ ଖେଳାଇଥିବାରୁ ଅନୁତାପ କଲେ ବିରାଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 18, 2018

ସ୍ପିନର ନ ଖେଳାଇଥିବାରୁ ଅନୁତାପ କଲେ ବିରାଟ୍‌

ପର୍ଥ: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ୍‌କୁ ବେଶ ରୋମାଞ୍ଚକର ଢଙ୍ଗରେ ଜିତିଥିବା ଟିମ୍‌ ଇଣ୍ଡିଆ ଦ୍ୱିତୀୟ ଟେଷ୍ଟରେ ଶୋଚନୀୟ ଭାବେ ପରାସ୍ତ ହୋଇଛି। ଏଥର ଟିମ୍‌ ଇଣ୍ଡିଆ ସ୍ପେଶାଲିଷ୍ଟ ସ୍ପିନରଙ୍କ ବିନା ପର୍ଥ ପଡ଼ିଆକୁ ଓହ୍ଲାଇଥିବା ଦଳ ପାଇଁ ଘାତକ ସାବ୍ୟସ୍ତ ହୋଇଛି। ଫଳରେ ଦଳ ଅଷ୍ଟ୍ରେଲିଆଠାରୁ ୧୪୬ ରନ୍‌ରେ ପରାସ୍ତ ହୋଇଛି। ସ୍ପିନରଙ୍କୁ ନଖେଳାଇବା ଭୁଲ ଥିଲା ବୋଲି ମ୍ୟାଚ୍‌ ପରେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ୍‌ କୋହଲି ମଧ୍ୟ ପରୋକ୍ଷରେ ସ୍ୱୀକାର କରିଛନ୍ତି।

ସେ କହିଛନ୍ତି, “ ଆମେ ଯେତେବେଳେ ପର୍ଥ ପିଚ୍‌ ଦେଖିଲୁ ସେତେବେଳେ ସ୍ପିନର ରବୀନ୍ଦ୍ର ଜାଡେଜାଙ୍କ ଭଳି ବିକଳ୍ପ କଥା ଚିନ୍ତା କଲୁନାହିଁ। ଆମେ ଭାବିଥିଲୁ ୪ ଜଣ ଦ୍ରୁତ ବୋଲର ଆମ ପାଇଁ ସବୁ କିଛି କରିଦେବେ। ଅଷ୍ଟ୍ରେଲିଆ ପକ୍ଷରୁ ନେଥନ ଲାୟନ ଜବରଦସ୍ତ ବୋଲିଂ କଲେ। ସତ କଥା ହେଉଛି, ଆମେ ପିଚ୍‌ରୁ ସ୍ପିନରଙ୍କୁ ଫାଇଦା ମିଳିବ ବୋଲି ଭାବି ନଥିଲୁ।”

ବିରାଟ୍‌ଙ୍କୁ ପ୍ରଥମ ଇନିଂସରେ ୧୨୩ କରିବା ଉପରେ ପ୍ରଶ୍ନ କରାଯିବାରୁ ସେ କହିଛନ୍ତି, “ଯେତେବେଳେ ଆପଣ ମ୍ୟାଚ୍‌ ହାରୁଛନ୍ତି ସେତେବେଳେ ଶତକର କୌଣସି ମୂଲ୍ୟ ନଥାଏ। କାରଣ ଆମେ ଯାହା ଚାହୁଁଥିଲୁ ସେପରି କିଛି ଫଳ ପାଇନାହୁଁ। ଏବେ ମୁଁ ଆସନ୍ତା ୨୬ ତାରିଖରେ ଆରମ୍ଭ ହେବାକୁ ଥିବା ୩ୟ ଟେଷ୍ଟ କଥା ଚିନ୍ତା କରୁଛି। ଆଶା ୩ୟ ଟେଷ୍ଟରେ ଆମେ ଭଲ ପ୍ରଦର୍ଶନ କରି ବିଜୟ ଟ୍ରାକକୁ ଫେରିବୁ। ଆମେ ଏହି ମ୍ୟାଚ୍‌ରେ ଭଲ ଖେଳିଛୁ। କିନ୍ତୁ ଅଷ୍ଟ୍ରେଲିଆ ଆମଠାରୁ ଭଲ ଖେଳ ପ୍ରଦର୍ଶନ କରିଥିଲା। ସେମାନେ ଆମଠାରୁ ଭଲ ବ୍ୟାଟିଂ କଲେ। ପର୍ଥ ଭଳି ପିଚ୍‌ରେ ୩୩୦ ରନ୍‌ ଏକ ବଡ଼ ସ୍କୋର। ତେଣୁ ଆମେ ତା’ ତୁଳନାରେ ଖରାପ ବ୍ୟାଟିଂ କରିଛୁ।”

ଭାରତ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ଜିତି ଥିବା ବେଳେ ଦ୍ୱିତୀୟ ଟେଷ୍ଟ ହାରିଛି। ଫଳରେ ଏବେ ୪ ଟିକିଆ ଟେଷ୍ଟ ସିରିଜ୍‌ ୧-୧ରେ ବରାବର ହୋଇଛି।



from Odisha Reporter https://ift.tt/2CiQS42

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages