କେନ୍ଦ୍ରମନ୍ତ୍ରୀ ପଦ ଛାଡ଼ିଲେ କୁଶୱାହା, ବିଜେପି ବିରୋଧୀ ମେଣ୍ଟରେ ହେବେ ସାମିଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 10, 2018

କେନ୍ଦ୍ରମନ୍ତ୍ରୀ ପଦ ଛାଡ଼ିଲେ କୁଶୱାହା, ବିଜେପି ବିରୋଧୀ ମେଣ୍ଟରେ ହେବେ ସାମିଲ

ନୂଆଦିଲ୍ଲୀ: ଶୀତ ଅଧିବେଶନର ଗୋଟିଏ ଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିହାର ସହଯୋଗୀ ଉପେନ୍ଦ୍ର କୁଶୱାହା ଆଜି କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଏଥିସହ କେନ୍ଦ୍ରରେ କ୍ଷମତାସୀନ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏକୁ ମଧ୍ୟ ସେ ବାଏବାଏ କହିଛନ୍ତି।

ଦୀର୍ଘ କିଛି ମାସ ହେଲା ଉପେନ୍ଦ୍ର କୁଶୱାହା ଏବଂ ବିଜେପି ମଧ୍ୟରେ ତୁତୁ ମେଁମେଁ ଚାଲିଥିଲା। ତେଣୁ ଏଭଳି ଏକ ପରିସ୍ଥିତି ହେବ ବୋଲି ସମସ୍ତେ ଆଶା କରିଥିଲେ। ବିଶେଷ କରି ବିଜେପି ଓ ଜେଡିୟୁ ମଧ୍ୟରେ ୨୦୧୯ ବିହାର ଲୋକସଭା ନିର୍ବାଚନରେ ସିଟ୍‌ ଶେୟାରିଂ ନିଷ୍ପତ୍ତିକୁ ନେଇ ଖୁସୱାହା ଖୁସି ନଥିଲେ। ଆଜି ବିଜେପି ବିରୋଧରେ ବିଭିନ୍ନ ବିରୋଧୀ ଦଳ ନିଜର ଶକ୍ତି ପ୍ରଦର୍ଶନ କରିବାକୁ ଏକାଠି ହୋଇଥିବା ବେଳେ କୁଶୱାହା ସେଥିରେ ଯୋଗଦେଇ ମୋଦି ସରକାର ବିରୋଧରେ ରଣହୁଙ୍କାର ଦେବେ ବୋଲି ଚର୍ଚ୍ଚା ହେଉଛି।

ଆର୍‌ଏଲ୍‌ଏନଏସ୍‌ପି ମୁଖ୍ୟ ଉପେନ୍ଦ୍ର କୁଶୱାହା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଲେଖିଥିବା ଚିଠିରେ କହିଛନ୍ତି, “ ମୁଁ ଆପଣଙ୍କ ନେତୃତ୍ୱକୁ ଦେଖି ୫ ବର୍ଷ ତଳେ ଏନ୍‌ଡିଏ ମେଣ୍ଟରେ ସାମିଲ ହୋଇଥିଲି। ଆଶା ଥିଲା ଅନେକ କିଛି ସକାରାତ୍ମକ ଘଟଣା ଘଟିବ। ୨୦୧୪ ଲୋକସଭା ନିର୍ବାଚନ ବେଳେ ଆପଣ ବିହାରବାସୀଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥିଲେ।

କେବଳ ବିହାରବାସୀ ନୁହନ୍ତି ସାରା ଦେଶ ଆପଣଙ୍କ ପ୍ରତିଶ୍ରୁତି କେବେ ପୂରଣ ହେଉଛି, ସେକଥା ଦେଖିବାକୁ ଅପେକ୍ଷା କରିଥିଲେ। ଏହାକୁ ଦୃଷ୍ଟିରେ ରଖି ମୁଁ ବିଜେପି ପ୍ରତି ସମର୍ଥନ ଜଣାଇଥିଲି। କିନ୍ତୁ ମୋଦିଙ୍କ ନେତୃତ୍ୱ ଧୋକା ଦେଇଛି। ସରକାର ଗରିବଙ୍କ ପାଇଁ କାର୍ଯ୍ୟ କରୁନାହାନ୍ତି। କେବଳ ନିଜର ରାଜନୀତିକ ଫାଇଦାକୁ କଳବଳେ କୌଶଳେ ହାସଲ କରିବାକୁ ଚାହୁଁଛନ୍ତି।”

ଶ୍ରୀ କୁଶୱାହା ଏକ ସାମ୍ବାଦିକ ସମ୍ମିଳନୀରେ ମଧ୍ୟ ନିଜର ଇସ୍ତଫା କଥା ଘୋଷଣା କରିଛନ୍ତି। ଏଥିସହ ଅନ୍ୟ ବିକଳ୍ପ ଖୋଲା ରହିଛି ବୋଲି କହିଛନ୍ତି। ସେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ଟାର୍ଗେଟ କରି କହିଛନ୍ତି, “ ମୋତେ ନୀତୀଶ କୁମାର ପସନ୍ଦ କରନ୍ତି ନାହିଁ। ସେ ସର୍ବଦା ମୋତେ ବିରୋଧ କରନ୍ତି।”

ଶ୍ରୀ କୁଶୱାହା କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କୁ ଭେଟିବେ ବୋଲି ଜଣାପଡ଼ିଛି।



from Odisha Reporter https://ift.tt/2L9EqX1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages