ପ୍ରେମିକାଙ୍କ ଭଡ଼ା ଘରେ ପ୍ରେମିକର ଆତ୍ମହତ୍ୟା! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 10, 2018

ପ୍ରେମିକାଙ୍କ ଭଡ଼ା ଘରେ ପ୍ରେମିକର ଆତ୍ମହତ୍ୟା!

କେନ୍ଦୁଝର (ପ୍ରଣୟ କୁମାର ପାଣି): ପ୍ରେମିକ ଓ ପ୍ରେମିକା ଦୁହେଁ ଦୁହିଁକୁ ବହୁ ଭଲ ପାଉଥିଲେ। ହେଲେ ସେମାନଙ୍କ ପ୍ରେମ ଭିତରେ ଆଉ ଜଣେ ପଶି ଆସିଥିଲେ। ଆଉ ତା’ପରେ ପ୍ରେମିକ ଓ ପ୍ରେମିକାଙ୍କ ମଧ୍ୟରେ ଫାଟ ସୃଷ୍ଟି ହେଲା। ଏଥିରେ ଭାଙ୍ଗିପଡ଼ି ପ୍ରେମିକା ରହୁଥିବା ଭଡ଼ା ଘରେ ଗତକାଲି ବିଳମ୍ୱିତ ରାତିରେ ପ୍ରେମିକ ଆତ୍ମହତ୍ୟା କରିଛନ୍ତି। ଏପରି ଘଟଣା କେନ୍ଦୁଝର ଜିଲ୍ଲାରେ ଘଟିଛି।

ପୂରା ଘଟଣା ଏମିତି। ହରିଚନ୍ଦନପୁର ଥାନା ଅଞ୍ଚଳର ଅର୍ଚ୍ଚନା ମଳିକ(ଛଦ୍ମନାମ) ଭଡ଼ାଘରେ ରହି ଏକ ପ୍ରାଥମିକ ସ୍କୁଲରେ ଶିକ୍ଷକତା କରନ୍ତି। ଚାକିରି ପୂର୍ବରୁ ସେ ବେଲବାହାଳି ଗାଁକୁ ଯିବାଆସିବା କରନ୍ତି। ଏହି ସମୟରେ ସେ ସେଠାରେ ଜଣେ ଯୁବକ ସିଦ୍ଧୁ (ଛଦ୍ମନାମ)ଙ୍କୁ ମନ ଦେଇବସିଥିଲେ। ଏହା ଭିତରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଦୁହେଁ ଦୁହିଁଙ୍କୁ ବହୁ ଭଲ ପାଉଥିଲେ। ଜଣେ ଅନ୍ୟ ଜଣଙ୍କୁ ଛାଡ଼ି ରହିପାରୁନଥିଲେ।

ଅର୍ଚ୍ଚନା ଚାକିରି ପାଇବା ପରେ ସିଦ୍ଧୁଙ୍କୁ ପୂର୍ବପରି ଭଲ ପାଇଲେ ନାହିଁ। ଧୀରେ ଧୀରେ ତାଙ୍କଠାରୁ ଦୂରତା ବଜାୟ ରଖିଲେ ଅର୍ଚ୍ଚନା। ଏ ସମ୍ପର୍କରେ ଅର୍ଚ୍ଚନାଙ୍କୁ ସିଦ୍ଧୁ ପଚାରିଥିଲେ ମଧ୍ୟ ସନ୍ତୋଷଜନକ ଉତ୍ତର ପାଉନଥିଲେ। ପରେ ଶୁଣିବାକୁ ପାଇଲେ ତାଙ୍କୁ ନୁହେଁ, ଅର୍ଚ୍ଚନା ଆଉ କାହାକୁ ଭଲ ପାଉଛନ୍ତି। ଯେଉଁଥିପାଇଁ ତାଙ୍କ ସହ ଅର୍ଚ୍ଚନା ବେଶି ମିଳାମିଶା କରୁନଥିଲେ।

ସିଦ୍ଧୁ ଗତକାଲି ରାତିରେ ଅର୍ଚ୍ଚନା ରହୁଥିବା ଭଡ଼ାଘରକୁ ଆସିଥିଲେ। ବିଳମ୍ୱିତ ରାତିରେ ସେମାନଙ୍କ ମଧ୍ୟରେ କ’ଣ ହେଲା କେଜାଣି, ଆଜି ସକାଳେ ସିଦ୍ଧୁଙ୍କ ମୃତଦେହ ବିଛଣା ଉପରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ପ୍ରେମିକାଠାରୁ ଧୋକା ଖାଇବା ପରେ ସିଦ୍ଧୁ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହେଉଛି। ସିଦ୍ଧୁଙ୍କ ମାଆଙ୍କ ଅଭିଯୋଗ କ୍ରମେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଗୋଟିଏ ଘର ଭିତରେ ଉଭୟ ଥିଲେ ମଧ୍ୟ ପ୍ରେମିକଙ୍କ ଆତ୍ମହତ୍ୟା ସମ୍ପର୍କରେ ପ୍ରେମିକା ଜାଣିପାରିଲେ ନାହିଁ କିପରି ? ଏ ସମ୍ପର୍କରେ ପ୍ରେମିକା ବା ପୁଲିସ, କେହି ମୁହଁ ଖୋଲୁ ନାହାନ୍ତି। ଏବେ ଏହି ଘଟଣା ହରିଚନ୍ଦନପୁର ଥାନା ଅଞ୍ଚଳରେ ମୁଖ୍ୟ ଆଲୋଚ୍ୟ ବିଷୟ ପାଲଟିଛି।



from Odisha Reporter https://ift.tt/2E9j7Do

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages