ଟ୍ରକ୍‌ ଚକା ତଳେ ଚାଲିଗଲା ଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 28, 2018

ଟ୍ରକ୍‌ ଚକା ତଳେ ଚାଲିଗଲା ଜୀବନ

truck

ବଲାଙ୍ଗିର (ଓଡ଼ିଶା ରିପୋର୍ଟର): ଶୁକ୍ରବାର ସନ୍ଧ୍ୟାରେ ବଲାଙ୍ଗିର ସହରର ଶିବ ମନ୍ଦିର ଛକରେ ଟ୍ରକ୍ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ତାଙ୍କ ନାଁ ଗୋପାଳ ମିଶ୍ର। ତାଙ୍କ ଘର ସହରର ଗାନ୍ଧି ପଡ଼ାରେ।

ଗୋପାଳ ବାଇକ୍‌ରେ ଯାଉଥିବା ବେଳେ ଟ୍ରକ୍‌ଟି ତାଙ୍କୁ ଧକ୍କା ଦେଇଥିଲା। ଗୋପାଳ ତଳେ ପଡ଼ିଯିବା ପରେ ଟ୍ରକ୍‌ଟି ତାଙ୍କ ଉପରେ ଚଢ଼ି ଯାଇଥିଲା।

ଏହା ପରେ ଦୁର୍ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ଦେଖା ଦେଇଥିଲା। ଲୋକେ ଉତ୍ତ୍ୟକ୍ତ ହୋଇ ପାଖରେ ଛିଡ଼ା ହୋଇଥିବା ୨ଟି ଟ୍ରକରେ ନିଆଁ ଲଗାଇ ରାସ୍ତାରୋକ କରିଥିଲେ।

ଏହି ସମୟରେ ପୁଲିସ୍‌ ସହିତ ଲୋକଙ୍କର ଧସ୍ତାଧସ୍ତି ମଧ୍ୟ ହୋଇଥିଲା। ରାତି ପ୍ରାୟ ଦୁଇଟା ପର୍ଯ୍ୟନ୍ତ ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଥିଲା।

ଏହି ଦୁର୍ଘଟଣା ପରେ ସହରରେ ବାଇପାସ୍ ନିର୍ମାଣ ଦାବି ଜୋର ଧରିଛି। ଆଜି ରାଜ୍ୟପାଳ ବଲାଙ୍ଗିର ଗସ୍ତରେ ଆସୁଥିବା ବେଳେ ଏକ ଗୋଷ୍ଠୀ ତାଙ୍କୁ ଏନେଇ ଦାବିପତ୍ର ଦେବାକୁ ସ୍ଥିର କରିଛି।

 



from Odisha Reporter http://bit.ly/2BKMysI

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages