
ୱାଶିଂଟନ୍: ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଆମେରିକା ପକ୍ଷରୁ ଲଢ଼େଇ କରୁଥିବା ରିଚାର୍ଡ ଓଭରଟନ୍ ଶୁକ୍ରବାର ବିଳମ୍ବିତ ରାତିରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୧୧୨ ବର୍ଷ ହୋଇଥିଲା। ସେ ଆମେରିକାର ସବୁଠାରୁ ବୟୋଜ୍ୟେଷ୍ଠ ବ୍ୟକ୍ତିଥିଲେ।
କିନ୍ତୁ ଏବେ ସେହି ବୈଜ୍ୟଷ୍ଠ ବ୍ୟକ୍ତିଙ୍କ ଦେହାନ୍ତ ହୋଇଯାଇଛି। ଅସୁସ୍ଥ କାରଣରୁ ଚଳିତ ମାସ ଆରମ୍ଭରୁ ଓଭରଟନ୍ଙ୍କୁ ଟେକ୍ସାସର ଅଷ୍ଟିନ୍ଠାରେ ଥିବା ଏକ ରିହାବିଲଟେସନ୍ ହୋମରେ ଭର୍ତ୍ତି କରାଯାଇଥିଲା ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।
ଦ୍ୱିତୀୟ ବିଶ୍ୱଯୁଦ୍ଧର ଭେଟରାନ୍ ତଥା ଆମେରିକା ବୟୋଜ୍ୟେଷ୍ଠ ବ୍ୟକ୍ତି ହୋଇଥିବାରୁ ଏଇ କିଛି ବର୍ଷ ହେଲା ଓଭରଟନ୍ଙ୍କ ଜନ୍ମ ଦିନକୁ ଦେଶରେ ଏକ ପର୍ବ ଭଳି ପାଳନ କରାଯାଉଥିଲା। ୨୦୧୩ରେ ଓଭରଟନ୍ ହ୍ୱାଇଟ୍ହାଉସ୍କୁ ଯାଇ ତତ୍କାଳୀନ ରାଷ୍ଟ୍ରପତି ବାରାକ ଓବାମାଙ୍କୁ ଭେଟିଥିଲେ। ଅଷ୍ଟିନ୍ର ଯେଉଁ ଅଞ୍ଚଳରେ ସେ ରହୁଥିଲେ ଗତବର୍ଷ ସେହି ରାସ୍ତାକୁ ‘ରିଚାର୍ଡ ଓଭରଟନ୍ ଆଭିନ୍ୟୁ’ ଭାବେ ନାମିତ କରାଯାଇଥିଲା।
୧୯୦୬ ମସିହା ମେ’ ୧୧ରେ ଜନ୍ମ ଗ୍ରହଣ କରିଥିବା ଓଭରଟନ୍ ୧୯୪୨ରୁ ୧୯୪୫ ପର୍ଯ୍ୟନ୍ତ ଆମେରିକା ସେନାରେ ନିଜର ପରାକ୍ରମ ଦେଖାଇଥିଲେ। ସେ ଦୁଇଟି ବିବାହ କରିଥିଲେ ହେଁ ତାଙ୍କର କୌଣସି ସନ୍ତାନସନ୍ତତି ନାହାନ୍ତି।
from Odisha Reporter http://bit.ly/2QTml5I
No comments:
Post a Comment