ଛାତ୍ରଙ୍କୁ କୁଳପତିଙ୍କ ଉପଦେଶ: ପିଟ, ମାରିଦିଅ, ଯାହା ହେବ ଆମେ ବୁଝିବୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 30, 2018

ଛାତ୍ରଙ୍କୁ କୁଳପତିଙ୍କ ଉପଦେଶ: ପିଟ, ମାରିଦିଅ, ଯାହା ହେବ ଆମେ ବୁଝିବୁ

ଲକ୍ଷ୍ନୌ: ଛାତ୍ର ରାଜନୀତି ପାଇଁ ବିଶ୍ୱବିଦ୍ୟାଳୟଗୁଡ଼ିକର ସ୍ଥିତି ବିଗୁଡ଼ୁଥିବାର ନମୁନା ବାରମ୍ବାର ସାମ୍ନାକୁ ଆସିଥିବାବେଳେ ଖୋଦ୍‌ କୁଳପତି ଗଣ୍ଡଗୋଳ ଏବଂ ହତ୍ୟା ପାଇଁ ଆହ୍ୱନ କରୁଥିବା ଭଳି ଏକ ସାଂଘାତିକ ଘଟଣା ସାମ୍ନାକୁ ଆସିଛି। ପୂର୍ବାଞ୍ଚଲ ବିଶ୍ୱବିଦ୍ୟାଳୟର ଏକ ଉତ୍ସବରେ କୁଳପତିଙ୍କ ଏଭଳି ଉତ୍ତେଜକ ଭାଷଣ ପ୍ରଚାରିତ ହେବା ପରେ ନ୍ୟାସନାଲ କନ୍‌ଫରେନ୍ସ ନେତା ତଥା କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ବିଜେପିକୁ ଟାର୍ଗେଟ୍‌ କରିଥିବାବେଳେ ଉତ୍ତରପ୍ରଦେଶ ମନ୍ତ୍ରୀ ସିଦ୍ଧାର୍ଥ ନାଥ ସିଂହ କୁଳପତି ରାଜାରାମ ଯାଦବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରିଛନ୍ତି।


ଗାଜିପୁରଠାରେ ଏକ କଲେଜ୍‌ର ଉତ୍ସବରେ ଶ୍ରୀ ଯାଦବ କହିଥିଲେ, “ଯଦି ତୁମେ ଏହି ବିଶ୍ୱବିଦ୍ୟାଳୟର ଛାତ୍ର ମୋ ପାଖକୁ କାନ୍ଦି କାନ୍ଦି ଆସନାହିଁ। ଯଦି କାହା ସାଙ୍ଗେ ଲଢ଼େଇ ହୁଏ, ତାହେଲେ ବାଡ଼ାଅ, ଯଦି ଦରକାର ପଡ଼େ ମାରିଦିଅ, ତା’ପରେ ଯାହା ହେବ ସେକଥା ଆମେ ବୁଝିବୁ।”

ଚଳିତ ସପ୍ତାହରେ ଏହି ସହରରେ ହିଁ ପୁଲିସ କନଷ୍ଟେବଲ ସୁରେଶ ବତ୍ସଙ୍କୁ ଏକ ଉତ୍ତ୍ୟକ୍ତ ଗୋଷ୍ଠୀ ବିଚ୍ ରାସ୍ତାରେ ପିଟି ପିଟି ହତ୍ୟା କରିଥିଲେ। ଏହି ଗୋଷ୍ଠୀ ନିଶାଦ୍‌ ପାର୍ଟିର ବୋଲି ଅଭିଯୋଗ ହୋଇଥିଲା।

ଗତବର୍ଷ ଏପ୍ରିଲରେ ଆଲ୍ଲାବାଦ ବିଶ୍ୱବିଦ୍ୟାଳୟର ପ୍ରଫେସର ଥିବା ରାଜାରାମ ଯାଦବଙ୍କୁ ପୂର୍ବାଞ୍ଚଳ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତି ଦିଆଯାଇଥିଲା। ଏହି ବିଶ୍ୱବିଦ୍ୟାଳୟ ଅଧୀନରେ ୩୦୦ କଲେଜ୍‌ ରହିଛି।

ଏହି ପ୍ରସଙ୍ଗରେ ସିଦ୍ଧାର୍ଥ ନାଥ ସିଂହ କହିଛନ୍ତି ଯେ, ଏହା ନିହାତି ଭୁଲ ଓ ଆଦୌ ଗ୍ରହଣୀୟ ନୁହେଁ, ସେ ଏପରି କହିପାରିବେ ନାହିଁ। ସେ ଛାତ୍ରମାନଙ୍କୁ ଶାନ୍ତି ବଜାୟ ରଖିବାକୁ କହିବା କଥା। କିନ୍ତୁ ସେ ଗୁଣ୍ଡାରାଜ୍‌କୁ ପ୍ରଶୟ ଦେବା ଠିକ ନୁହେଁ। ଏଭଳି ମାନସିକତାର ବ୍ୟକ୍ତି କୁଳପତି ପରି ପଦବୀରେ ରହିବାର କୌଣସି ଅଧିକାର ନାହିଁ। ଏ ମାମଲାରେ ଉପମୁଖ୍ୟମନ୍ତ୍ରୀ ତ୍ୱରିତ କଠୋର କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଶ୍ରୀ ସିଂହ ଆଶା ପ୍ରକାଶ କରିଛନ୍ତି।



from Odisha Reporter http://bit.ly/2Ss7hbT

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages