କ୍ଲାସରେ ପାଟି କରିବାରୁ ମୁହଁରେ ସେଲୋଟେପ୍‌ ଗୁଡ଼ାଇଦେଲେ ଶିକ୍ଷୟିତ୍ରୀ, ଦେଖନ୍ତୁ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 8, 2018

କ୍ଲାସରେ ପାଟି କରିବାରୁ ମୁହଁରେ ସେଲୋଟେପ୍‌ ଗୁଡ଼ାଇଦେଲେ ଶିକ୍ଷୟିତ୍ରୀ, ଦେଖନ୍ତୁ ଭିଡିଓ

ଗୁରଗାଓଁ: ପ୍ରି ନର୍ସରୀ ଶ୍ରେଶୀରେ ଗୃହରେ ଦିଦି ପାଠ ପଢ଼ାଉଥିବା ବେଳେ ୨ ଜଣ ଶିଶୁ ଶିକ୍ଷାର୍ଥୀ ପାଟି କରିବାର ଆରମ୍ଭ କରିଥିଲେ। ଦୁଇ ପିଲାଙ୍କୁ ବୁଝାଇବାକୁ ଦିଦି ଚେଷ୍ଟା କରିଥିଲେ ମଧ୍ୟ ସେମାନେ ପାଟି ବନ୍ଦ କରିନଥିଲେ।

ଶେଷରେ ମ୍ୟାଡାମ୍ ଜଣଙ୍କ ରାଗିଯାଇ ୨ ଅବାଧ୍ୟ ପିଲାଙ୍କ ମୁହଁରେ ସେଲୋଟେପ୍‌ ଗୁଡ଼ାଇ ଦେଇଥିଲେ। ଏହି ଘଟଣା ସାମ୍ନାକୁ ଆସିବା ପରେ ଏହି ଘରୋଇ ସ୍କୁଲର ଶିକ୍ଷୟିତ୍ରୀଙ୍କୁ ସ୍କୁଲ କର୍ତ୍ତୃପକ୍ଷ ଚାକିରିରୁ ନିଲମ୍ବନ କରିଛନ୍ତି।

ଏହି ଘଟଣାଟି ଅକ୍ଟୋବର ମାସରେ ଘଟିଥିବା ବେଳେ ଘଟଣା ବେଳର ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ଭିଡିଓରେ ଶିକ୍ଷୟିତ୍ରୀ ଜଣଙ୍କ ପ୍ରି ନର୍ସରୀରେ ପଢ଼ୁଥିବା ୪ ବର୍ଷ ବୟସର ବାଳକ ଓ ବାଳିକାଙ୍କ ମୁହଁରେ ସେଲୋଟେପ୍‌ ଗୁଡ଼ାଉଥିବା ଦେଖିବାକୁ ମିଳିଛି।

ଏହାପରେ ପିଲା ଦୁଇଜଣଙ୍କ ବାପା ମା’ ଶିକ୍ଷୟିତ୍ରୀଙ୍କ ବିରୋଧରେ ଅଭିଯୋଗ ଆଣିବାରୁ ସ୍କୁଲ କର୍ତ୍ତୃପକ୍ଷ ତାଙ୍କୁ ଚାକିରିରୁ ନିଲମ୍ବିତ କରିଛନ୍ତି।

ଦେଖନ୍ତୁ ଭିଡିଓ



from Odisha Reporter https://ift.tt/2QlkypN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages