୬ ଦିନ ତଳେ ଘରୁ ଚାଲିଯାଇଥିଲେ ନାବାଳିକା, ପାହାଡ଼ ଉପରୁ ମିଳିଲା ମୃତଦେହ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 8, 2018

୬ ଦିନ ତଳେ ଘରୁ ଚାଲିଯାଇଥିଲେ ନାବାଳିକା, ପାହାଡ଼ ଉପରୁ ମିଳିଲା ମୃତଦେହ

ବରଗଡ଼ (ଦୀପକ ଶର୍ମା): ୬ ଦିନ ତଳେ ଝିଅଟି ଘରୁ ଚାଲି ଯାଇଥିଲା। ପରିବାର ଲୋକେ ଚାରିଆଡ଼େ ଖୋଜିଥିଲେ ମଧ୍ୟ ତାଙ୍କର ପତ୍ତା ପାଇନଥିଲେ। ଆଜି ତାଙ୍କ ମୃତଦେହ ବରଗଡ଼ ଜିଲ୍ଲା ଭେଡେନ୍‌ ବ୍ଲକ ବିନ୍ଧ୍ୟାବାସିନୀ ପାହାଡ଼ରୁ ମିଳିଛି। ଝିଅ ଜଣକ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି, ତାହା ଜଣାପଡ଼ି ନାହିଁ। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

୬ ଦିନ ତଳେ ୧୫ ବର୍ଷୀୟା ଝିଅ (ପିଙ୍କି) ଦୁଇ ଜଣ ଯୁବକଙ୍କ ସହିତ କୁଆଡେ ଚାଲି ଯାଇଥିଲେ। ମାତ୍ର ଘରକୁ ଫେରିନଥିଲେ। ଗତକାଲି ଏନେଇ ପିଙ୍କିଙ୍କ ମାଆ ଭେଡେନ୍‌ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ ପିଙ୍କିର ପତ୍ତା ପାଉନଥିଲା।

ଆଜି ବିନ୍ଧ୍ୟାବାସିନୀ ପାହାଡ଼ରେ ଜଣେ ନାବାଳିକାଙ୍କ ମୃତଦେହ ପଡ଼ିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇ ପଠାଇଛି। ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ ପୁଲିସ ତଦନ୍ତ ଆରମ୍ଭ କରିଛି।



from Odisha Reporter https://ift.tt/2BWZFbE

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages