ରଖେ ହରି ମାରେ କିଏ… ବରଫ ଅତଡ଼ା ତଳେ ୪୦ ମିନିଟ୍‌ର ସଂଘର୍ଷ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 28, 2018

ରଖେ ହରି ମାରେ କିଏ… ବରଫ ଅତଡ଼ା ତଳେ ୪୦ ମିନିଟ୍‌ର ସଂଘର୍ଷ

ପ୍ୟାରିସ୍‌: କଥାରେ ଅଛି ରଖେ ହରି ତ ମାରେ କିଏ। ଏହି ଲୋକକଥାଟି ପୁଣିଥରେ ସତ ପ୍ରମାଣିତ ହୋଇଛି। ଜଣେ ୧୨ ବର୍ଷର ବାଳକ ବରଫ ଝଡ଼ ବେଳେ ଏକ ବଡ଼ ବରଫ ଅତଡ଼ା ତଳେ ୪୦ ମିନିଟ୍‌ ଧରି ଫସି ରହିଥିଲେ ହେଁ ଜୀବିତ ଅବସ୍ଥାରେ ଉଦ୍ଧାର ହୋଇଛନ୍ତି। ପିଲାଟିର ବାପା ମା’ ମଧ୍ୟ ଏହାକୁ ଏକ ମିରାକଲ୍ ବୋଲି କହିଛନ୍ତି।

ବୁଧବାର ଫ୍ରେଞ୍ଚ ଆଲ୍ପସ୍‌ରେ ଏହି ୧୨ ବର୍ଷୀୟ ବାଳକ ଜଣଙ୍କ ତାଙ୍କ ବାପାମା’ଙ୍କ ସହ ବରଫରେ ସ୍କେଟିଂ କରୁଥିଲେ। ଏହି ସମୟରେ ବରଫ ଅତଡ଼ା ଧସିଯିବା ଯୋଗୁ ସେ ଏକ ବିଶାଳ ବରଫଖଣ୍ଡ ତଳେ ଚାପି ହୋଇ ରହିଯାଇଥିଲେ। ତାଙ୍କୁ ଏହି ବରଫ ଅତଡ଼ା ତଳୁ ଦୀର୍ଘ ୪୦ ମିନିଟ୍‌ ପରେ ଯାଇ ଉଦ୍ଧାର କରାଯାଇଥିଲା।

ସମସ୍ତେ ବାଳକଟି ପ୍ରାଣ ହରାଇଥିବ ବୋଲି ଆଶଙ୍କା କରିଥିଲେ। ହେଲେ ପିଲାଟିକୁ ସୁରକ୍ଷିତ ଉଦ୍ଧାର କରାଯାଇଥିଲା। ପିଲାଟିର କେବଳ ଗୋଡ଼ ଭାଙ୍ଗି ଯାଇଛି। ତାଙ୍କୁ ସ୍ଥାନୀୟ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।



from Odisha Reporter http://bit.ly/2SpKEov

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages