ବିଜେଡିର ପ୍ରସ୍ତାବିତ ଦିଲ୍ଲୀ ବିକ୍ଷୋଭକୁ ସିପିଏମ୍‌ର ସମାଲୋଚନା  - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 18, 2018

ବିଜେଡିର ପ୍ରସ୍ତାବିତ ଦିଲ୍ଲୀ ବିକ୍ଷୋଭକୁ ସିପିଏମ୍‌ର ସମାଲୋଚନା 

paddy-in-mandi

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୮ ତାରିଖରେ ବିଜୁ କୃଷକ ଜନତା ଦଳ ପକ୍ଷରୁ ସଂସଦ ଆଗରେ ବିକ୍ଷୋଭ ପ୍ରଦର୍ଶନ ଡାକରାକୁ ସମାଲୋଚନା କରିଛି ସିପିଏମ୍। କେନ୍ଦ୍ର ସରକାର ଧାନର ଉଚିତ ସଂଗ୍ରହ ମୂଲ୍ୟ ଦେଉନଥିବା ବେଳେ ରାଜ୍ୟ ସରକାର ବୋନସ୍‌ ମଧ୍ୟ ଦେଉ ନାହାନ୍ତି। ସଂସଦ ଆଗରେ ବିଜୁ କୃଷକ ଜନତା ଦଳର ବିକ୍ଷୋଭରେ ରାଜନୀତିକ ଗନ୍ଧ ବାରି ହୋଇ ପଡୁଛି ବୋଲି ସିପିଆଇ ଓଡ଼ିଶା ରାଜ୍ୟ କମିଟି ସମ୍ପାଦକ ଅଳି କିଶୋର ପଟ୍ଟନାୟକ କହିଛନ୍ତି।

ଭୁମୀହୀନମାନଙ୍କୁ ଜମି ନଦେବା, ବେରୋଜଗାରୀଙ୍କୁ ରୋଜଗାର ନଦେବା ଫଳରେ ଆଜି ଲକ୍ଷ ଲକ୍ଷ ଓଡ଼ିଆ ସୁରତରେ ଦାଦନ ଖଟିବାକୁ ଯାଉଛନ୍ତି। ଦୀର୍ଘ ୧୯ବର୍ଷ  ଭୋଟ ରାଜନୀତି କରିବା ପାଇଁ ନବୀନ ପଟ୍ଟନାୟକ ସୁରତ ଗସ୍ତ କରିଛନ୍ତି। ଏହାର କୌଣସି ଫଳ ମିଳିବ ନାହିଁ। ଆସନ୍ତା ୮ ଓ ୯ ତାରିଖ ସର୍ବଭାରତୀୟ ସ୍ତରରେ ସମସ୍ତ ଟ୍ରେଡ୍‌ ୟୁନିୟନଙ୍କ ପକ୍ଷରୁ ଦିଆଯାଇଥିବା ଡାକରାକୁ ସମର୍ଥନ କରି ରାଜଭବନ ଆଗରେ ଚାଷୀମାନଙ୍କୁ ବିକ୍ରି ମୂଲ୍ୟ ପ୍ରଦାନ କରିବାକୁ ଦାବି କରାଯିବ।

ତେବେ ଏନେଇ ରାଜ୍ୟ ସରକାରଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।



from Odisha Reporter https://ift.tt/2GtbgUh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages