
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାର ଆଜି ଆଇଏଏସସ୍ତରରେ ଛୋଟଧରଣର ଅଦଳବଦଳ କରିଛନ୍ତି। ରାଜ୍ୟ ଅର୍ଥ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ତୁହିନକାନ୍ତ ପାଣ୍ଡେଙ୍କୁ ନୂଆଦିଲ୍ଲୀସ୍ଥିତ ପ୍ରମୁଖ ଆବାସିକ କମିଶନର ଭାବେ ବଦଳି କରାଯାଇଥିବାବେଳେ ୧୯୯୩ ବ୍ୟାଚ ଆଇଏଏସ ଅଶୋକ କୁମାର ମୀନା ଅର୍ଥ ବିଭାଗର ନୂଆ ପ୍ରମୁଖ ସଚିବ ହେବେ। ପୂର୍ବରୁ ଶ୍ରୀ ମୀନା ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ସଚିବ ସହ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଅତିରିକ୍ତ ଦାୟିତ୍ୱରେ ରହିଥିଲେ।
ସେହିପରି ୨୦୦୨ ବ୍ୟାଚ୍ ଆଇଏଏସ ତଥା ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଏସ୍ଏନ୍ ଗିରୀଶଙ୍କୁ ସାଧାରଣ ପ୍ରଶାସନ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ବଦଳି କରାଯାଇଛି।ସେହିପରି ଯୋଜନା ଓ ସଂଯୋଜନା ବିଭାଗର ସ୍ୱତନ୍ତ୍ର ସଚିବ ଦେବେନ୍ଦ୍ର କୁମାର ଜେନାଙ୍କୁ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଭାବେ ବଦଳି କରାଯାଇଛି।
ସୂଚନାଯୋଗ୍ୟ ଅର୍ଥ ସଚିବ ଶ୍ରୀ ପାଣ୍ଡେ ଗତ ମାସରେ କେନ୍ଦ୍ରୀୟ ଡେପୁଟେସନରେ ଯିବା ପାଇଁ ସରକାରଙ୍କ ପାଖରେ ଆବେଦନ କରିଥିଲେ।
from Odisha Reporter https://ift.tt/2SlK3DS
No comments:
Post a Comment