
ଆବଶ୍ୟକ ସାମଗ୍ରୀ: ଚିକେନ୍, କଟା ପିଆଜ, ଗ୍ରୀନ୍ ମଟର, ଗରମ ମସଲା, ତେଲ, ଲୁଣ, ଲଙ୍କା ଗୁଣ୍ଡ ଓ ହଳଦୀ ଗୁଣ୍ଡ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ଚିକେନ୍କୁ ଧୋଇ ଦେଇ ସେଥିରେ ଦହି ଗୋଳେଇ ଦେଇ କିଛି ସମୟ ରଖି ଦିଅନ୍ତୁ। ତା’ପରେ ଚୁଲିରେ କଡ଼େଇ ବସାଇ ସେଥିରେ ତେଲ ପକାନ୍ତୁ। ତେଲ ଗରମ ହୋଇଯିବା ପରେ ସେଥିରେ କଟା ପିଆଜ ପକାଇ ଭାଜନ୍ତୁ। ପିଆଜ ଅଳ୍ପ ଭାଜି ହୋଇଯିବା ପରେ ସେଥିରେ ଗ୍ରୀନ୍ ମଟର ପକାଇ ଭାଜନ୍ତୁ।
ପିଆଜ ଓ ମଟର ଭଲ ଭାବେ ଭାଜି ହୋଇଯିବା ପରେ ଦହି ଗୋଳା ହୋଇ ରହିଥିବା ଚିକେନ୍କୁ ସେଥିରେ ପକାଇ ଗୋଳାଇ ଦିଅନ୍ତୁ। ଏହାପରେ ସେଥିରେ ହଳଦୀ ଗୁଣ୍ଡ, ସ୍ୱାଦ ଅନୁସାରେ ଲୁଣ, ଲଙ୍କା ଗୁଣ୍ଡ ଓ ଗରମ ମସଲା ପକାଇ କଷନ୍ତୁ।
ମାଂସ କଷି ହୋଇଯିବା ପରେ ସେଥିରେ ଅଳ୍ପ ପାଣି ଦେଇ ଢାଙ୍କୁଣୀ ଘୋଡ଼େଇ ଦିଅନ୍ତୁ। ମାଂସ ସିଝିଯିବା ପରେ ସେଥିରେ ଧନିଆ ପତ୍ର ପକାଇ ଚୁଲିରୁ ଓହ୍ଲାଇ ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ‘ଗ୍ରୀନ୍ ମଟର ଚିକେନ୍ ଭାଜି’। ମନେ ରଖିବେ ଏଥିରେ ଆଦୌ ପାଣି ରଖିବେ ନାହିଁ। କଷିଲା ଭଳି କରି ଖାଇବେ।
from Odisha Reporter http://bit.ly/2SspSV9
No comments:
Post a Comment