ବରଯାତ୍ରୀ ନେଇ ଆସିଥାନ୍ତେ ଜିଲ୍ଲାପାଳ, ହେଲେ ଭାଵୀ ପତ୍ନୀର ଶବଯାତ୍ରାରେ ସାମିଲ ହେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 10, 2018

ବରଯାତ୍ରୀ ନେଇ ଆସିଥାନ୍ତେ ଜିଲ୍ଲାପାଳ, ହେଲେ ଭାଵୀ ପତ୍ନୀର ଶବଯାତ୍ରାରେ ସାମିଲ ହେଲେ

ପାଟନା: ସେ ବର ବେଶରେ ଆସିଥାନ୍ତେ।ସାହାନାଇ ବାଜିଥାନ୍ତା, ବାଜାବାଣରେ ଦାଣ୍ଡଦୁଆର ଦୁଲୁକି ଉଠିଥାନ୍ତା। ଆଉ ନିଜ ଭାଵୀ ପତ୍ନୀକୁ ବରଣମାଳା ପକାଇ ସାତଜନମର ସାଥୀ କରି ଘରକୁ ନେଇଯାଇଥାନ୍ତେ। ହେଲେ ବିଧିର ବିଧାନ କିଛି ଅଲଗା ଥିଲା। ବରଯାତ୍ରୀଙ୍କ ସହ ନୁହଁ ବରଂ ଭାଵୀ ପତ୍ନୀର ଶବଯାତ୍ରାରେ ସାମିଲ ହେଲେ। ଯାହାକୁ ନେଇ ସେ ଜୀବନର ନୂଆ ଏକ ଯାତ୍ରା ଆରମ୍ଭ କରିଥାନ୍ତେ କିନ୍ତୁ ତାଙ୍କରି ଅନ୍ତିମଯାତ୍ରା ବେଳେ ତାଙ୍କ ସହ ଭେଟ ହେଲା। ଏମିତି ଏକ ଅଭାବନୀୟ ଘଟଣା ବିହାରର ଜଣେ ଜିଲ୍ଲାପାଳଙ୍କ ସହ ଘଟିଛି। ସୋମବାର ସମ୍ପୃକ୍ତ ଜିଲ୍ଲାପାଳଙ୍କ ବିବାହ ଜଣେ ଅବସରପ୍ରାପ୍ତ ଆଇଜି ଝିଅଙ୍କ ସହ ହେବାକୁ ଥିବା ବେଳେ ଯୁବତୀ ଜଣକ ଆତ୍ମହତ୍ୟା କରିଛନ୍ତି।

ପାଟନାରେ ଅବସରପ୍ରାପ୍ତ ଆଇଜି ସୁଧାଂଶୁ କୁମାରଙ୍କ ଝିଅ ସ୍ନିଗ୍ଧା ରବିବାର ସକାଳେ ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ସ୍ନିଗ୍ଧାଙ୍କର ସୋମବାର ବିବାହ ହେବାର ଥିଲା। ବିହାରର କିଶନଗଞ୍ଜର ଜିଲ୍ଲାପାଳ ମହେନ୍ଦ୍ର କୁମାରଙ୍କ ସହ ତାଙ୍କର ବିବାହ ହେବାର ଥିଲା। ଏହା ପୂର୍ବରୁ ପାଟନାରେ ଶନିବାର ତିଳକ ଉତ୍ସବ ହୋଇଥିଲା। ତେବେ ରବିବାର ବିବାହ ବଦଳରେ ସ୍ନିଗ୍ଧାଙ୍କ ଅନ୍ତିମ ସଂସ୍କାରରେ ସାମିଲ ହୋଇଥିଲେ ଜିଲ୍ଲାପାଳ। ପାଟନାର ବାଂସଘାଟରେ ସ୍ନିଗ୍ଧାଙ୍କର ଅନ୍ତିମ ସଂସ୍କାର ହୋଇଥିଲା। ଏହି ସମୟରେ ଉଭୟଙ୍କ ପରିବାରର ସଦସ୍ୟ ଉପସ୍ଥିତ ଥିଲେ।

ପାଟନାର ସବୁଠାରୁ ଉଚ୍ଚ ଉଦୟଗିରି ଆପାର୍ଟମେଣ୍ଟର ୧୪ ତାଲାରୁ ଡେଇଁ ସ୍ନିଗ୍ଧା ଆତ୍ମହତ୍ୟା କରିଛନ୍ତି। ମଣ୍ଣି ୱାକ୍‌ ଯିବାକୁ କହି ଘରୁ ସ୍ନିଗ୍ଧା ପଳାଇ ଆସିଥିଲେ ତେବେ ସିସିଟିଭି ଫୁଟେଜରୁ କଏଦ ହୋଇଥିବା ଦୃଶ୍ୟ ଅନୁଯାୟୀ ସ୍ନିଗ୍ଧା ୧୩ତମ ତାଲା ପର୍ଯ୍ୟନ୍ତ ଲିଫ୍ଟରେ ଯାଇଛନ୍ତି। ଏହା ପରେ ସେ ସିଡ଼ିରେ ୧୪ତମ ତାଲା ପର୍ଯ୍ୟନ୍ତ ଚାଲି ଚାଲି ଯାଇଛନ୍ତି। ତାଙ୍କ ହାତରେ ଗୋଟିଏ ଷ୍ଟୁଲ୍‌ ବି ଥିଲା। ଯାହା ସାହାଯ୍ୟରେ ସେ ଛାତର ରେଲିଂ ଉପରକୁ ଚଢ଼ିପାରିବେ। ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡ଼ି ନାହିଁ। ତେବେଏହି ଘଟଣାରେ ପୁଲିସ ତଦନ୍ତ ଆରମ୍ଭ କରିଛି।

ଏମିତି ଥିଲା ଘଟଣା

ସକାଳ ୭ଟାରେ ଉଦୟଗିରି ଆପାର୍ଟମେଣ୍ଟ ଆଗରେ ଗୋଟିଏ କାର ଆସି ଲାଗିଲା। କାରରୁ ଜଣେ ଯୁବତୀ ଓହ୍ଲାଇଥିଲେ। ଆଉ ସିଧା ଲିଫ୍ଟ ଧରି ଉପରକୁ ଚଢ଼ିଥିଲେ। ତେବେ ଏହା ପୂର୍ବରୁ ଗାର୍ଡ ପଚାରିଥିଲେ କେଉଁଠିକୁ ଯିବ। ଉତ୍ତରେ ଯୁବତୀ ଜଣକ କହିଥିଲେ ୧୨ ତାଲାରେ ରହୁଥିବା ଜଣେ ଆଇପିଏସ୍‌ ଅଫିସରଙ୍କୁ ଭେଟିବା ପାଇଁ ଯାଉଛନ୍ତି। ଗାର୍ଡଙ୍କ କହିବା ଅନୁଯାୟୀ, ଯୁବତୀ ଜଣକ ଯିବାର ୨୦-୨୫ ମିନିଟ୍‌ ପରେ ଜୋରରେ ଏକ ଶବ୍ଦ ହୋଇଥିଲା। ତେବେ ଘଟଣାସ୍ଥଳକୁ ଯାଇ ଦେଖିଲା ବେଳକୁ ଜଣେ ଯୁବତୀ ଛାତରୁ ଡେଇଁ ପଡ଼ିଛନ୍ତି। ସ୍ନିଗ୍ଧା ପାଟନାର ପଟେଲ ନଗରରେ ରହୁଥିଲେ। ତେବେ ପୁଲିସକୁ ଏନେଇ କୌଣସି ସୁଇସାଇଡ ନୋଟ୍‌ ମିଳି ନାହିଁ।



from Odisha Reporter https://ift.tt/2SBdh1J

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages