ଅଗୁସ୍ତା ୱେଷ୍ଟଲ୍ୟାଣ୍ଡ: ଆଉ ୫ ଦିନ ସିବିଆଇ ପ୍ରଶ୍ନର ସାମ୍ନା କରିବେ ମିଶେଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 10, 2018

ଅଗୁସ୍ତା ୱେଷ୍ଟଲ୍ୟାଣ୍ଡ: ଆଉ ୫ ଦିନ ସିବିଆଇ ପ୍ରଶ୍ନର ସାମ୍ନା କରିବେ ମିଶେଲ

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଅଗୁସ୍ତା ୱେଷ୍ଟଲ୍ୟାଣ୍ଡର ଭିଭିଆଇପି ହେଲିକପ୍ଟର କିଣା ଦୁର୍ନୀତିର ମଧ୍ୟସ୍ଥି ଖ୍ରୀଷ୍ଟିୟାନ୍‌ ମିଶେଲଙ୍କୁ ସିବିଆଇ ଆଉ ୫ ଦିନ ରିମାଣ୍ଡରେ ନେଇଛି। ଏହି ସମୟରେ ୩୬ ହଜାର କୋଟି ଟଙ୍କାରେ ୧୨ଟି ହେଲିକପ୍ଟର କିଣା ଡିଲ୍‌ ପଛର ଗୁମର ଖୋଲିବାକୁ ସିବିଆଇ ଉଦ୍ୟମ କରିବ। ଦିଲ୍ଲୀର ପଟିଆଲା ହାଉସ କୋର୍ଟ ସିବିଆଇକୁ ଏହି ଅନୁମତି ଦେଇଛନ୍ତି।

ଆଜିର ଶୁଣାଣି ବେଳେ ମିଶେଲ ତଦନ୍ତରେ ସହଯୋଗ କରୁ ନଥିବା ସିବିଆଇ ପକ୍ଷରୁ କୋର୍ଟଙ୍କୁ ଅବଗତ କରାଯାଇଥିଲା। ମିଶେଲ କେମିତି ସିବିଆଇକୁ କୌଣସି ପ୍ରଶ୍ନର ଉତ୍ତର ଠିକ୍‌ ଭାବେ ନ ଦେଇ ଏପଟ ସେପଟ କରୁଛନ୍ତି, ସେକଥା ମଧ୍ୟ କୋର୍ଟଙ୍କୁ ଜଣାଇ ଦିଆଯାଇଥିଲା। ଏହାପରେ କୋର୍ଟ ସିବିଆଇକୁ ୫ ଦିନ ପର୍ଯ୍ୟନ୍ତ ମିଶେଲଙ୍କୁ ରିମାଣ୍ଡରେ ନେବାକୁ ଅନୁମତି ଦେଇଥିଲେ।

ଦୁବାଇ ସରକାର ଡିସେମ୍ବର ୪ରେ ବ୍ରିଟିଶ ନାଗରିକ ମିଶେଲଙ୍କୁ ଭାରତକୁ ପ୍ରତ୍ୟର୍ପଣ କରିଥିଲେ। ଅଗୁସ୍ତା ୱେଷ୍ଟଲ୍ୟାଣ୍ଡ ଦୁର୍ନୀତିରେ ମଧ୍ୟସ୍ଥି ସାଜିଥିବା ୩ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ମିଶେଲ ଅନ୍ୟତମ। ମିଶେଲଙ୍କ କିଛି ପ୍ରଶାସିନକ ଅଧିକାରୀ ଏବଂ ରାଜନେତାଙ୍କୁ ଲାଞ୍ଚ ଦେଇ ଅଗୁସ୍ତା ୱେଷ୍ଟଲ୍ୟାଣ୍ଡ ସହ ହେଲିକପ୍ଟର ଡିଲ୍‌ କରିଥିଲେ ବୋଲି ଅଭିଯୋଗ ହୋଇଛି। ୨୦୧୦ରେ ଏହି ଅଗୁସ୍ତା ଡିଲ୍‌ ହୋଇଥିଲା। ଏହି ସମୟରେ ୟୁପିଏ ସରକାର କ୍ଷମତାରେ ଥିଲେ।



from Odisha Reporter https://ift.tt/2SBdMZF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages