ଜେଲ୍‌ରୁ ବାହାରିଲେ ଅଭିଜିତ ଆୟର ମିତ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 6, 2018

ଜେଲ୍‌ରୁ ବାହାରିଲେ ଅଭିଜିତ ଆୟର ମିତ୍ର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଜେଲରୁ ମୁକୁଳିଲେ ଅଭିଜିତ ଆୟର। ହାଇକୋର୍ଟଙ୍କ ପରେ ଆଜି ଭୁବନେଶ୍ୱର SDJM ଓ କୋଣାର୍କ JMFC କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ। ୨୦ ହଜାର ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ ତାଙ୍କୁ ଜାମିନ୍ ମିଳିଥିବା ବେଳେ ଭବିଷ୍ୟତରେ ସେ ଆଉ ଏଭଳି ଅରୁଚିକର ମନ୍ତବ୍ୟ ନଦେବାକୁ କୋର୍ଟ ସର୍ତ୍ତ ରଖିଥିଲେ। ଏହା ପରେ ଜେଲ୍‌ରୁ ବାହାରିବା ପାଇଁ ରାସ୍ତା ପରିଷ୍କାର ହୋଇଥିଲା।

ଜେଲ୍‌ରୁ ବାହାରିବା ପରେ ଗଣମାଧ୍ୟମ ପ୍ରତିନିଧିମାନେ ତାଙ୍କୁ ପ୍ରଶ୍ନ କରିଥିଲେ ମଧ୍ୟ ସେ କୌଣସି ଉତ୍ତର ଦେଇଥିଲେ। ତାଙ୍କ ଓକିଲ୍‌ ହିଁ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ଆୟର ଆଜି ଭୁବନେଶ୍ୱରରୁ ସିଧା ଚେନ୍ନାଇ ଯିବେ। ସେଠାରେ ସେ ତାଙ୍କ ମାଆଙ୍କୁ ଭେଟିବେ।

ଗତ କିଛି ଦିନ ହେଲା ଅଭିଜିତ୍‌ ଆୟର ମିତ୍ର ଅସୁସ୍ଥ ହୋଇପଡ଼ିଥିଲେ। ତାଙ୍କୁ କ୍ୟାପିଟାଲ୍‌ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ଚିକିତ୍ସା ଚାଲିଥିଲା। ଆଜି ତାଙ୍କୁ ହସ୍ପିଟାଲରୁ ଡିସ୍‌ଚାର୍ଜ କରାଯାଇଥିଲା।

ଅଭିଜିତ୍ ଆୟର ଶ୍ରୀମନ୍ଦିର, କୋଣାର୍କ ଓ ଓଡ଼ିଶାର କଳାସଂସ୍କୃତି ଉପରେ ଅରୁଚିକର ମନ୍ତବ୍ୟ ଦେଇ ଭିଡ଼ିଓ ସୋଶାଲ୍‌ ମିଡିଆରେ ଅପଲୋଡ୍ କରିଥିଲେ। ଯାହା ଭାଇରାଲ୍‌ ହୋଇଥିଲା। ପରେ ଏହାକୁ ନେଇ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଥିଲା। ଏହି ମାମଲାରେ ପୁଲିସ ଅଭିଜିତଙ୍କୁ ଗତ ଅକ୍ଟୋବର ୨୩ରେ ଗିରଫ କରିଥିଲା।



from Odisha Reporter https://ift.tt/2zMV4XW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages