ଆସିଲା ମହିନ୍ଦ୍ରାର ନୂଆ ଗାଡ଼ି XUV300, ଜାଣନ୍ତୁ ଭାରତରେ କେବେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 29, 2018

ଆସିଲା ମହିନ୍ଦ୍ରାର ନୂଆ ଗାଡ଼ି XUV300, ଜାଣନ୍ତୁ ଭାରତରେ କେବେ

ମହିନ୍ଦ୍ରା ନିକଟରେ ନିଜର ନୂଆ ଗାଡ଼ି XUV300ର ଟିଜର୍‌ ଜାରି କରିବାପରେ ଭାରତରେ ମଧ୍ୟ ଖୁବ୍‌ଶୀଘ୍ର ଆରମ୍ଭ ହେବ ଏହାର ବିକ୍ରି। ଭାରତରେ ଏହାର ଲଞ୍ଚିଂ ତାରିଖ ମଧ୍ୟ ସାମ୍ନାକୁ ଆସିଯାଇଛି। ମହିନ୍ଦ୍ରା ଏହି ନୂଆ SUVକୁ ଭାରତରେ ଆସନ୍ତା ବର୍ଷ ପେବୃଆରୀ ୧୫ରେ ଲଞ୍ଚ୍ କରିବ।

Ssangyong Tivoliର ଡିଜାଇନ୍‌ ଭିତ୍ତିରେ କମ୍ପାନୀର ନୂଆ ଗାଡ଼ି SUV XUV300ର ଡିଜାଇନ୍‌କୁ ବିକଶିତ କରାଯାଇଛି। କିଛି ଡିଲର୍‌ଙ୍କ କହିବା ଅନୁଯାୟୀ, SUV ପାଇଁ ଏବେଠୁ ବୁକିଂ ଆରମ୍ଭ ହୋଇଗଲାଣି। ବୁକିଂ ଆମାଉଣ୍ଟ ୭ ହଜାର ଟଙ୍କାରୁ ଆରମ୍ଭ କରି ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ରହିଛ। ଅଲଗା ଅଲଗା ସ୍ଥାନକୁ ନେଇ ବୁକଂ ଶୁଳ୍କ ଭିନ୍ନ ଭିନ୍ନ ନିଆଯାଉଛି। ମହିନ୍ଦ୍ରା XUV300js Tivolର X100 ପ୍ଲାଟଫର୍ମର ପରିବର୍ତ୍ତିତ ସଂସ୍କରଣ ବୋଲି ଜଣାଯାଇଛି।

ଡିଜାଇନ୍‌ କଥା କହିଲେ XUV300ର ଲୁକ୍‌ Tivoliରୁ ସମ୍ପୂର୍ଣ୍ଣ ଅଲଗା ହୋଇଛି। ନୂଆ SUVର ଡିଜାଇନ୍ XUV500ସହ ଟିକେ ଟିକେ ମିଶୁଛି। ଏହାର ସ୍ପେସ୍‌ ବେଶ୍‌ ଆରାମ ଦାୟକ। ଇଞ୍ଜିନ୍‌ ସ୍ପେସିଫିକେଶନ୍ କ୍ଷେତ୍ରରେ SUVରେ ୧.୫ ଲିଟର ଡିଜେଲ୍ ୟୁନିଟ୍ ଦିଆଯାଇପାରିବ। ଏହି ଡିଜେଲ୍‌ ଇଞ୍ଜିନ୍‌ 121bhp ପାୱାର ଓ 320Nm ଟର୍କ ସୃଷ୍ଟି କରିପାରିଥାଏ। ଏହା ଖୁବ୍‌ ଶୀଘ୍ର ୧.୨ ଲିଟର ଟର୍ବୋ ପେଟ୍ରୋଲ୍ ଇଞ୍ଜିନ୍ ସହ ମଧ୍ୟ ଆସିପାରେ। ଉଭୟ ଇଞ୍ଜିନ୍‌ରେ ୬-ସ୍ପିଡ୍ ମ୍ୟାନୁଅଲ୍ ଗିୟର ବକ୍ସ ଦିଆଯାଇପାରିବ।



from Odisha Reporter http://bit.ly/2AkZjuh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages