ନାବାଳିକା ଦୁଷ୍କର୍ମ ମାମଲାରେ ବିଧାୟକଙ୍କୁ ଆଜୀବନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 21, 2018

ନାବାଳିକା ଦୁଷ୍କର୍ମ ମାମଲାରେ ବିଧାୟକଙ୍କୁ ଆଜୀବନ

ପାଟନା: ନାବାଳିକା ଦୁଷ୍କର୍ମ ମାମଲାରେ ଫସିଥିବା ବିହାରର ଜଣେ ବିଧାୟକଙ୍କୁ କୋର୍ଟ ଆଜି ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି। ତାଙ୍କ ନାଁ ରାଜବଲ୍ଲଭ ଯାଦବ। ସେ ଆରଜେଡି ଟିକେଟ୍‌ରୁ ବିଧାୟକ ହୋଇଥିଲେ ହେଁ ତାଙ୍କୁ ଦଳ ନିଲମ୍ବନ କରିଥିଲା।

୨୦୧୬ରେ ରାଜ ବଲ୍ଲଭ ନୱାଦାରେ ଘଟିଥିବା ନାବାଳିକା ଦୁଷ୍କର୍ମ ଘଟଣାରେ ସଂପୃକ୍ତ ଥିଲେ। ନାବାଳିକାଙ୍କ ପଡ଼ୋଶୀ ଘରେ ରହୁଥିବା ଜଣେ ବ୍ୟକ୍ତି ଏଥିପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ। ସେ ହିଁ ନାବାଳିକାଙ୍କୁ ବିଧାୟକଙ୍କ ପାଖକୁ ନେଇଥିଲେ। ଯେଉଁଠାରେ ବିଧାୟକ ତାଙ୍କୁ ଦୁଷ୍କର୍ମ କରିଥିଲେ। ଏହି ଘଟଣା ପାଇଁ ବିହାର କୋର୍ଟ ଡିସେମ୍ବର ୧୫ରେ ରାଜବଲ୍ଲଭଙ୍କ ସହ ଅନ୍ୟ ୫ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ।

ଆଜି କୋର୍ଟ ବିଧାୟକଙ୍କ ସମେତ ଅନ୍ୟ ୫ ଜଣଙ୍କୁ ଆଜୀବନ ଜେଲଦଣ୍ଡ ଦେଇଛନ୍ତି। ଏଥିସହ ଏମାନେ ୫୦ ହଜାର ଟଙ୍କା ଲେଖାଏ ଜୋରିମାନା ଦାଖଲ କରିବେ ବୋଲି କୋର୍ଟ କହିଛନ୍ତି।



from Odisha Reporter http://bit.ly/2BJ5Xuj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages