ଫ୍ୟାନ୍‌ରେ ଦଉଡ଼ି ଦେଇ ଝୁଲିପଡ଼ିଲା ମା’, ଗର୍ଭରୁ ଖସିପଡ଼ିଲା ଶିଶୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 21, 2018

ଫ୍ୟାନ୍‌ରେ ଦଉଡ଼ି ଦେଇ ଝୁଲିପଡ଼ିଲା ମା’, ଗର୍ଭରୁ ଖସିପଡ଼ିଲା ଶିଶୁ

ଭୋପାଲ(ଓଡ଼ିଶା ରିପୋର୍ଟର): କଥାରେ ଅଛି “ଯାହାକୁ ରଖିବେ ଅନନ୍ତ, କି କରିପାରେ ବଳବନ୍ତ”। ଆପଣ ମଧ୍ୟ ଏ ପ୍ରସିଦ୍ଧ ଆପ୍ତବାକ୍ୟଟି ଶୁଣିଥିବେ। ବାସ୍ତବରେ ଭଗବାନ ଯାହାକୁ ବଞ୍ଚାଇବାକୁ ଚାହାନ୍ତି ତାକୁ ମୃତ୍ୟୁ ମଧ୍ୟ ସ୍ପର୍ଶ କରିପାରିବ ନାହିଁ। ଏ କଥା ଆଜି ସତରେ ପରିଣତ ହୋଇଛି। ମଧ୍ୟପ୍ରଦେଶରେ ଏମିତି ଏକ ଘଟଣା ଘଟିଛି ଯାହାକୁ ଶୁଣି ଆପଣ ଏକ ନାଟକୀୟ ଦୃଶ୍ୟ ବୋଲି ଭାବିପାରନ୍ତି। କଥାଟି ଶୁଣି ଆପଣଙ୍କ ଲୋମ ବି ଟାଙ୍କୁରୀ ଉଠିବ। କିନ୍ତୁ ଶେଷ କଥା ଶୁଣି ଆପଣ ନିଶ୍ଚିତ ଭଗବାନଙ୍କୁ ଧନ୍ୟବାଦ ଦେବେ।

ମଧ୍ୟପ୍ରଦେଶ କଟନିରେ ଅଭାବନୀୟ ଘଟଣାଟିଏ ଘଟିଛି। ଜଣେ ମହିଳା ବେକରେ ରଶି ଲଗାଇ ଆତ୍ମହତ୍ୟା କରିବା ସମୟରେ ଜନ୍ମ କରିଛନ୍ତି ସନ୍ତାନ। ମହିଳା ଜଣକ ଜୀବନ ହାରିବାକୁ ଫ୍ୟାନ୍‌ରେ ରଶି ଲଗାଇ ଦେଇଥିବା ବେଳେ ଗର୍ଭରୁ ଖସିପଡ଼ିଥିଲା ପୁତ୍ର ସନ୍ତାନ। ହେଲେ ପିଲାଟି ବଡ଼ ଭାଗ୍ୟବାନ୍‌, ତଳେ ପଡିବା ବଦଳରେ ଗର୍ଭନାଡ଼ରେ ଲଟକି ରହିଥିଲା । ତଳେ ପଡ଼ିଥିଲେ ହୁଏତ ପ୍ରାଣ ଛାଡିଥାନ୍ତା । କିନ୍ତୁ ସୌଭାଗ୍ୟକୁ ଶିଶୁଟି ଜୀବନ ପାଇଛି। ମହିଳାଙ୍କ ସ୍ୱାମୀ ଝରକା ବାଟେ ଏଭଳି ସ୍ଥିତି ଦେଖିବା ପରେ ଗୁରୁତର ଅବସ୍ଥାରେ ଶିଶୁଟିକୁ ତା ମା’ ସହ ଡାକ୍ତରଖାନା ପଠାଥିଲେ। ମହିଳା ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ଶିଶୁଟିକୁ ସୁସ୍ଥ କରିବାକୁ ଡାକ୍ତରମାନେ ପ୍ରାଣପଣେ ଉଦ୍ୟମ କରୁଛନ୍ତି। ଶେଷ ଖବର ସୁଦ୍ଧା ନବଜାତକର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି।

ସୂଚନା ଅନୁଯାୟୀ, ମହିଳାଙ୍କ ସ୍ୱାମୀ ଆଜି ସକାଳ ୭ଟାରେ ନିଦରୁ ଉଠିବା ପରେ ସ୍ତ୍ରୀ ଲକ୍ଷ୍ମୀବାଈ(ମୃତ ମହିଳା)କୁ ଦେଖିବାକୁ ପାଇ ନ ଥିଲେ। ଘର ବାହାରକୁ ଯାଇ ସେ ତାଙ୍କୁ ଖୋଜିଥିଲେ। ପାଖ ଘର ବନ୍ଦ ଥିବା ଦେଖି କବାଟ ବାଡ଼େଇବା ପରେ ଯେତେବେଳେ କେହି ଉତ୍ତର ଦେଲେ ନାହିଁ, ସେ ଝରକା ପଟେ ଯାଇ ଘର ଭିତରକୁ ଦେଖିବାକୁ ଚେଷ୍ଟା କରିଥିଲେ। ଯାହା ଦେଖିଥିଲେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଲକ୍ଷ୍ମୀ ଫାଶିରେ ଲଟକି ରହିଥିବା ବେଳେ ଗର୍ଭରୁ ଖସି ନବଜାତକଟି ତଳକୁ ଝୁଲି ରହିଥିଲା ଯଦିଓ ଏପର୍ଯ୍ୟନ୍ତ ମହିଳାଙ୍କ ଆତ୍ମହତ୍ୟାର କାରଣ ଜଣାପଡ଼ିନାହିଁ ପୁଲିସ ଶବ ବ୍ୟବଚ୍ଛେଦ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

 



from Odisha Reporter http://bit.ly/2QLCHNu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages