ରାମ ମନ୍ଦିର ପାଇଁ ଦିଲ୍ଲୀରେ ହିନ୍ଦୁ ସଂଗଠନଙ୍କ ଗର୍ଜନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 9, 2018

ରାମ ମନ୍ଦିର ପାଇଁ ଦିଲ୍ଲୀରେ ହିନ୍ଦୁ ସଂଗଠନଙ୍କ ଗର୍ଜନ

ନୂଆଦିଲ୍ଲୀ:ଅଯୋଧ୍ୟା ରାମଜନ୍ମଭୂମିରେ ପ୍ରଭୂ ଶ୍ରୀରାମଙ୍କ ମନ୍ଦିର ନିର୍ମାଣ ପାଇଁ ଦିଲ୍ଲୀର ରାମଲୀଲା ମଇଦାନରେ ଏକାଠି ହୋଇଛନ୍ତି ବିଭିନ୍ନ ଦକ୍ଷିଣପନ୍ଥୀ ସଂଗଠନ। ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସ୍‌ଏସ୍‌)ପରି ସଂଗଠନ ଏଥିରେ ସାମିଲ୍‌ ଥିବାବେଳେ ସେମାନଙ୍କ ସରକାରଙ୍କ ନିକଟରେ ଦାବି ରଖିଛନ୍ତି ସରକାର ଅଧ୍ୟାଦେଶ ଆଣି ମନ୍ଦିର ନିର୍ମାଣ ପାଇଁ ଆଇନର ବାଟ ଉନ୍ମୁକ୍ତ କରନ୍ତୁ।

ମଙ୍ଗଳବାର ଆରମ୍ଭ ହେବାକୁ ଥିବା ସଂସଦର ଶୀତକାଳୀନ ଅଧିବେଶନ ହେଉଛି ସାଧାରଣ ନିର୍ବାଚନ ପୂର୍ବରୁ ଶେଷ ପୂର୍ଣ୍ଣକାଳୀନ ଅଧିବେଶନ। ତେଣୁ ଏହି ସମୟରେ ଅଧ୍ୟାଦେଶ ଆସିବାର ସୁଯୋଗ ରହିଥିବାରୁ ଦକ୍ଷିଣପନ୍ଥୀ ସଂଗଠନଗୁଡ଼ିକ ସରକାରଙ୍କ ଉପରେ ଚାପ ପକାଇବା ଆରମ୍ଭ କରିଛନ୍ତି।

ଅନ୍ୟପକ୍ଷରେ ଗହଳି ବଢ଼ିବାରୁ ଜନତାଙ୍କୁ ନିୟନ୍ତ୍ରଣ କରିବାପାଇଁ ପୁଲିସ୍‌ ପକ୍ଷରୁ ଲୁହବୁହା ଗ୍ୟାସ୍‌ ପ୍ରୟୋଗ କରାଯାଇଥିଲା। ଏପରିକି ଅବସ୍ଥା ଅସମ୍ଭାଳ ହେବାରୁ ଫାଟକ ବନ୍ଦ ରଖାଯାଇଥିଲା। ତେବେ ଲୋକେ ଜବରଦସ୍ତ ଫାଟକ ଫିଟାଇ ଭିତରକୁ ପଶିଆସିବାର ପ୍ରୟାସ ଜାରି ରଖିଥିଲେ। ପୁଲିସ୍‌ କବାଟକୁ ବଳପ୍ରୟୋଗ କରି ଅଟକାଇ ରଖିଥିଲେ।

ଏହି ବିକ୍ଷୋଭର ଆୟୋଜନକାରୀ ଦକ୍ଷିଣପନ୍ଥୀ ସଂଗଠନ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଦାବି କରାଯାଇଛି ଯେ ଏଥିରେ ୧.୫ ଲକ୍ଷ ଲୋକ ଯୋଗଦେବାର ସମ୍ଭାବନା ରହିଛି। ସେମାନେ ମୁଖ୍ୟତଃ ଦିଲ୍ଲୀ ନିକଟବର୍ତ୍ତୀ ଉତ୍ତରପ୍ରଦେଶର ଗାଜିଆବାଦ୍‌, ଗୌତମ ବୁଦ୍ଧ ନଗର ଏବଂ ମିରଟ୍‌ ଆଦି ସ୍ଥାନରୁ ଆସିବାର ଅଛି।

ରାମଜନ୍ମଭୂମି ମାମଲାର ଶୁଣାଣି ଆସନ୍ତା ଜାନୁଆରୀକୁ ଘୁଞ୍ଚିଯାଇଥିବାବେଳେ ରାମ ମନ୍ଦିର ପ୍ରସଙ୍ଗ ଗତ ୨୫ ବର୍ଷ ଧରି ପଡ଼ିରହିଥିବାରୁ କୋର୍ଟକୁ ଅପେକ୍ଷା ନକରି ସରକାର ଅଧ୍ୟାଦେଶ ଆଣି ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଦେବାକୁ ଦାବି କରିଛନ୍ତି।

ବିଜେପି ରାମମନ୍ଦିର ପ୍ରସଙ୍ଗକୁ କେବଳ ରାଜନୀତିକ ମୋହରା ଭାବେ ବ୍ୟବହାର କରୁଛି ବୋଲି ଏନ୍‌ଡିଏ ମେଣ୍ଟରେ ଥିବା ଶିବସେନା ମଧ୍ୟ ଦାବି କରି ଆସିଛି, ଯାହାକି ବିରୋଧୀମାନଙ୍କର ମତ ସହ ଖାପ ଖାଉଛି।



from Odisha Reporter https://ift.tt/2G6xBqh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages