ଅଗୁସ୍ତା ୱେଷ୍ଟଲ୍ୟାଣ୍ଡ ଦୁର୍ନୀତି: ଆଉ ୪ ଦିନ ସିବିଆଇ କବଜାକୁ ଗଲେ ମିଶେଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 15, 2018

ଅଗୁସ୍ତା ୱେଷ୍ଟଲ୍ୟାଣ୍ଡ ଦୁର୍ନୀତି: ଆଉ ୪ ଦିନ ସିବିଆଇ କବଜାକୁ ଗଲେ ମିଶେଲ

ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ଅଗୁସ୍ତା ୱେଷ୍ଟଲ୍ୟାଣ୍ଡ ହେଲିକପ୍ଟର କିଣା ଦୁର୍ନୀତିର ମଧ୍ୟସ୍ଥି ବ୍ରିଟିଶ ନାଗରିକ ଖ୍ରୀଷ୍ଟିୟାନ ମିଶେଲଙ୍କୁ ସ୍ୱତନ୍ତ୍ର ପଟିଆଲା ହାଉସ୍‌ କୋର୍ଟ ଆଉ ୪ ଦିନ ପାଇଁ ସିବିଆଇ ହେପାଜତକୁ ଛାଡ଼ିଛନ୍ତି। ପୂର୍ବରୁ ସିବିଆଇ ଦୁଇ ପର୍ଯ୍ୟାୟରେ ମିଶେଲଙ୍କୁ ୫ ଦିନ ଲେଖାଏ ରିମାଣ୍ଡରେ ନେଇ ଜେରା କରିଥିଲା। କିନ୍ତୁ ଜେରା ବେଳେ ମିଶେଲ ସହଯୋଗ କରୁନଥିବା ସିବିଆଇ କୋର୍ଟଙ୍କୁ ଜଣାଇଥିଲା।

ଭାରତ ସରକାର ୨୦୧୦ରେ ୩୬ ହଜାର କୋଟି ଟଙ୍କାରେ ୧୨ଟି ହେଲିକପ୍ଟର କିଣିବା ପାଇଁ ଡିଲ୍‌ କରିଥିଲେ। ତେବେ ଏଥିରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଏହି ଡିଲ୍‌ ପଛର ଗୁମର ଖୋଲିବାକୁ ସିବିଆଇ ମିଶେଲଙ୍କୁ ଜେରା କରିବାରେ ଲାଗିଛି।

ଦୁବାଇ ସରକାର ଡିସେମ୍ବର ୪ରେ ବ୍ରିଟିଶ ନାଗରିକ ମିଶେଲଙ୍କୁ ଭାରତକୁ ପ୍ରତ୍ୟର୍ପଣ କରିଥିଲେ। ଅଗୁସ୍ତା ୱେଷ୍ଟଲ୍ୟାଣ୍ଡ ଦୁର୍ନୀତିରେ ମଧ୍ୟସ୍ଥି ସାଜିଥିବା ୩ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ମିଶେଲ ଅନ୍ୟତମ। ମିଶେଲଙ୍କ କିଛି ପ୍ରଶାସିନକ ଅଧିକାରୀ ଏବଂ ରାଜନେତାଙ୍କୁ ଲାଞ୍ଚ ଦେଇ ଅଗୁସ୍ତା ୱେଷ୍ଟଲ୍ୟାଣ୍ଡ ସହ ହେଲିକପ୍ଟର ଡିଲ୍‌ କରିଥିଲେ ବୋଲି ଅଭିଯୋଗ ହୋଇଛି।

ପଟିଆଲା ହାଉସ୍‌ କୋର୍ଟ ମିଶେଲଙ୍କୁ ରିମାଣ୍ଡରେ ପଠାଇଥିଲେ ହେଁ ତାଙ୍କ ଓକିଲ ତାଙ୍କୁ ଭେଟି ପାରିବେ ବୋଲି କହିଛନ୍ତି।



from Odisha Reporter https://ift.tt/2zVWK1q

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages