ପ୍ରଦୂଷଣ ରୋକି ନ ପାରିବାରୁ ସରକାରଙ୍କୁ ୨୫ କୋଟି ଫାଇନ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 3, 2018

ପ୍ରଦୂଷଣ ରୋକି ନ ପାରିବାରୁ ସରକାରଙ୍କୁ ୨୫ କୋଟି ଫାଇନ୍‌

ନୂଆଦିଲ୍ଲୀ: ଦେଶର ରାଜଧାନୀ ନୂଆଦିଲ୍ଲୀରେ ପ୍ରଦୂଷଣ ଅଣାୟତ୍ତ ହେବା ଘଟଣାରେ ଜାତୀୟ ଗ୍ରୀନ୍‌ ଟ୍ରିବ୍ୟୁନାଲ୍‌(ଏନ୍‌ଜିଟି) ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି। ସରକାରଙ୍କ ଏହି ବେପରୁଆ ଆଚରଣ ପାଇଁ ଏନଜିଟି ଅରବିନ୍ଦ କେଜ୍ରିୱାଲଙ୍କ ସରକାରକୁ ୨୫ କୋଟି ଟଙ୍କା ଫାଇନ୍‌ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଏହି ଅର୍ଥ ପ୍ରଦୂଷଣ ରୋକିବା ପାଇଁ ନିୟୋଜିତ ଦିଲ୍ଲୀ ସରକାରଙ୍କ କର୍ମଚାରୀଙ୍କ ଦରମା ଓ ପ୍ରଦୂଷଣ କରୁଥିବା ଲୋକଙ୍କ ଟଙ୍କାରରୁ ଭରଣା କରାଯିବ। ଯଦି ସରକାର ଠିକଣା ସମୟରେ ଫାଇନ୍‌ ଦେବାକୁ ଅସମର୍ଥ ହେବେ ତା’ହେଲେ ପ୍ରତି ମାସରେ ଅଧିକ ୧୦ କୋଟି ଟଙ୍କା ଲେଖାଏ ଜୋରିମାନା ଭରିବାକୁ ପଡ଼ିବ ବୋଲି ଏନ୍‌ଜିଟି ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ଏନ୍‌ଜିଟି ଦିଲ୍ଲୀରେ ପ୍ରଦୂଷଣ ବଢ଼ାଉଥିବା ୫୧ ହଜାର ଶିଳ୍ପ ପ୍ରତିଷ୍ଠାନକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏହା ବିରୋଧରେ ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିଲେ।

ସୁପ୍ରିମକୋର୍ଟ ନିକଟରେ ୨୫୦ ଜଣ ଲୋକ ପ୍ରଦୂଷଣ ନେଇ ଅଭିଯୋଗ କରିଥିଲେ। ଦିଲ୍ଲୀ ସରକାର କାର୍ଯ୍ୟ କରୁ ନଥିବାରୁ କେନ୍ଦ୍ରୀୟ ପ୍ରଦୂଷଣ ବୋର୍ଡକୁ ସରକାରୀ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଥିଲେ। ଦିଲ୍ଲୀରେ ପ୍ରଦୂଷଣ ମାତ୍ରା ଦିନକୁ ଦିନ ବଢ଼ୁଥିବାରୁ ନଭେମ୍ବର ମାସରେ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ମଦନ ବି ଲୋକୁର ଓ ଜଷ୍ଟିସ୍‌ ଦୀପକ ଗୁପ୍ତାଙ୍କ ଖଣ୍ଡପୀଠ ଏଭଳି ରୁଲିଂ ଦେଇଥିଲେ।



from Odisha Reporter https://ift.tt/2DYXTIh

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages