ରାଜ୍ୟସଭାରୁ ଇସ୍ତଫା ଦେବେ ୩ ବିଜେଡି ସାଂସଦ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 3, 2018

ରାଜ୍ୟସଭାରୁ ଇସ୍ତଫା ଦେବେ ୩ ବିଜେଡି ସାଂସଦ !

ଭୁବନେଶ୍ୱର (ପ୍ରକାଶ ସେଠୀ): ଆଗାମୀ ସାଧାରଣ ନିର୍ବାଚନରେ ନିଜର ଗଡ଼କୁ ସୁରକ୍ଷିତ ରଖିବା ପାଇଁ ବିଜେଡି ନୂଆ ରଣନୀତି ପ୍ରସ୍ତୁତ କରିଛି। ଉପକୂଳ ଓଡ଼ିଶାରେ ବିଜେପିକୁ ପ୍ରଭାବହୀନ କରିବା ପାଇଁ ଦଳ ନିଜର ୩ ଜଣ ରାଜ୍ୟସଭା ସାଂସଦଙ୍କୁ ଫେରାଇ ଆଣିବା ସହ ଗୁରୁତ୍ୱପୂର୍ଣ୍ଣ କଟକ, କେନ୍ଦ୍ରାପଡ଼ା ଓ ଭୁବନେଶ୍ୱର ଲୋକସଭା ଆସନରେ ନୂଆ ପ୍ରାର୍ଥୀ ଦେବାକୁ ଯୋଜନା କରିଥିବା ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି।

ବିଜେଡି ରଣନୀତି ସହ ଜଡ଼ିତ ଜଣେ ଅବସରପ୍ରାପ୍ତ ଅଫିସରଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ପ୍ରତାପ କେଶରୀ ଦେବ ଓ ଅନୁଭବ ମହାନ୍ତିଙ୍କୁ ଇସ୍ତଫା ଦେବା ପାଇଁ ଦଳ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଡିସେମ୍ବର ୧୧ରୁ ଆରମ୍ଭ ହେଉଥିବା ସଂସଦର ଶୀତ ଅଧିବେଶନ ସମୟରେ ହିଁ ଏହି ୩ ସାଂସଦଙ୍କୁ ରାଜ୍ୟସଭାରୁ ଇସ୍ତଫା ଦେବାକୁ ପରାମର୍ଶ ଦିଆଯାଇଛି।

ଯଦି ବିଜେଡିର ଏହି ସୂତ୍ରକୁ ବିଶ୍ୱାସ କରାଯାଏ ତା’ହେଲେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ତାଙ୍କର ପାରମ୍ପରିକ ବିଜେପୁର(ନବଗଠିତ) ବିଧାନସଭା ଆସନ ଏବଂ ପ୍ରତାପ ଦେବଙ୍କୁ ଆଳି ବିଧାନସଭା ଆସନ ପାଇଁ ପ୍ରସ୍ତୁତ ହେବାକୁ କୁହାଯାଇଛି। ସେହିପରି ଫିଲ୍ମ ତାରକା ତଥା ସାଂସଦ ଅନୁଭବ ମହାନ୍ତିଙ୍କୁ ଦଳ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ପ୍ରାର୍ଥୀ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ଆହୁରି ମଧ୍ୟ ଜଣାପଡ଼ିଛି ଯେ ଦଳ ଏବେ କଟକ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବଙ୍କୁ କଟକ-ବାରବାଟୀ ଆସନରୁ ପ୍ରାର୍ଥୀ କରି ତାଙ୍କ ସ୍ଥାନରେ ରାଜନୀତିରେ ସମ୍ପୂର୍ଣ୍ଣ ନବାଗତ ବରିଷ୍ଠ ଆଇନଜୀବୀ ଅଶୋକ ପରିଜାଙ୍କୁ କଟକ ଲୋକସଭା ଆସନରୁ ପ୍ରାର୍ଥୀ କରିପାରେ।

ଭର୍ତୃହରିଙ୍କୁ ବିଧାନସଭାକୁ ଆଣି ତାଙ୍କୁ କ୍ୟାବିନେଟ୍ ମନ୍ତ୍ରୀ କରିବା ସହ ତାଙ୍କର ଦିଲ୍ଲୀ ରାଜନୀତି ଉପରେ ଅଙ୍କୁଶ ଲଗାଇବାକୁ ରଣନୀତି ତିଆରି ହୋଇଛି। କଟକ-ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟଙ୍କୁ ପାରାଦୀପ ବିଧାନସଭା ଆସନରୁ ଲଢ଼ିବା ପାଇଁ ଇତିମଧ୍ୟରେ ଗ୍ରୀନ୍ ସିଗନାଲ ଦିଆଯାଇଛି। ସେହିପରି ଭୁବନେଶ୍ୱର ଲୋକସଭା ସାଂସଦ ପ୍ରସନ୍ନ ପାଟ୍ଟଶାଣୀଙ୍କ ବଦଳରେ ତାଙ୍କ ଜ୍ୱାଇଁ ତଥା ଭୁବନେଶ୍ୱର (ଉତ୍ତର) ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କୁ ପ୍ରାର୍ଥୀ କରିବାର ସମ୍ଭାବନା ରହିଛି।

ଖାଲି ପଡ଼ୁଥିବା ୩ଟି ଯାକ ରାଜ୍ୟସଭା ସିଟରେ ବରିଷ୍ଠ ନେତା ଦିଲ୍ଲୀପ ରାୟ, ବିଜୟ ମହାପାତ୍ରଙ୍କ ଭଳି ନେତାଙ୍କ ସହିତ ଅମର ପଟ୍ଟନାୟକ ଓ ଅରୂପ ପଟ୍ଟନାୟକଙ୍କୁ ଥଇଥାନ କରାଯାଇପାରେ ବୋଲି ସୂଚନା ମିଳିଛି। ଯଦିଓ ଦିଲ୍ଲୀପ ଓ ବିଜୟ ଏପର୍ଯ୍ୟନ୍ତ ବିଜେଡିରେ ସାମିଲ ହୋଇନାହାନ୍ତି ତଥାପି ଏହି ଦୁଇ ନେତାଙ୍କ ସହିତ ବିଜେଡି ଏଭଳି ଡିଲ୍ କରିଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ପ୍ରସନ୍ନ ଓ ପ୍ରତାପଙ୍କ ରାଜ୍ୟସଭା କାର୍ଯ୍ୟକାଳ ୨୦୨୨ ମସିହା ଏପ୍ରିଲ ମାସ ପର୍ଯ୍ୟନ୍ତ ଥିବାବେଳେ ଅନୁଭବଙ୍କ କାର୍ଯ୍ୟକାଳ ୨୦୨୦ ଏପ୍ରିଲ ମାସରେ ଶେଷ ହେଉଛି।



from Odisha Reporter https://ift.tt/2QsA82b

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages