ଓଡ଼ିଶାରେ ପ୍ରାର୍ଥୀ ଦେବ ଟିଡିପି, ବିରୋଧୀ କହିଲେ ପ୍ରଭାବ ପଡିବନି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 7, 2018

ଓଡ଼ିଶାରେ ପ୍ରାର୍ଥୀ ଦେବ ଟିଡିପି, ବିରୋଧୀ କହିଲେ ପ୍ରଭାବ ପଡିବନି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ସାଧାରଣ ନିର୍ବାଚନରେ ଓଡ଼ିଶାରେ ପ୍ରବେଶ କରିବ ତେଲୁଗୁ ଦେଶମ୍ ପାର୍ଟି(ଟିଡିପି)। ଆନ୍ଧ୍ରପ୍ରଦେଶରେ କ୍ଷମତାରେ ଥିବା ଟିଡିପି ଓଡ଼ିଶାରେ ୫ଟି ଲୋକସଭା ଓ ୫୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀ ଦେବ। କୋରାପୁଟରେ ଆୟୋଜିତ ସାମ୍ବାଦିକ ସମ୍ମଳନୀରେ ଟିଡିପି ନେତା ରାଜେଶ ପୁତ୍ରା ଏନେଇ ଘୋଷଣା କରିଛନ୍ତି।

ତେବେ ଦଳର ଫୋକସ୍‌ରେ ରହିଛି ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ, ମାଲକାନାଗିରି ଓ ନବରଙ୍ଗପୁର ଜିଲ୍ଲା। ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ଭାବମୂର୍ତ୍ତି, ଆନ୍ଧ୍ରପ୍ରଦେଶ ବିକାଶ ମଡେଲ୍ ଓ ବିଜେଡି ସରକାରର ବିଫଳତାକୁ ପ୍ରସଙ୍ଗ କରି ନିର୍ବାଚନ ମୈଦାନକୁ ଓହ୍ଲାଇବ ଦଳ। ଫୋକସ୍ ରହିବ ତେଲୁଗୁ ଭାଷାଭାଷୀଙ୍କ ଭୋଟ୍‌। କିନ୍ତୁ ଏସବୁ ସତ୍ତ୍ୱେ ଟିଡିପି ପାଇଁ ଅଡୁଆ ସୃଷ୍ଟି କରିପାରେ ପୋଲାଭରମ, ବଂଶଧାରା, କୋଟିଆ ଓ ଆରା ଅଂଚଳକୁ ନେଇ ଦେଖାଦେଇଥିବା ଓଡ଼ିଶା-ଆନ୍ଧ୍ର ସୀମା ବିବାଦ ପ୍ରସଙ୍ଗ।

ସେପଟେ ଟିଡିପି, ଏନ୍‌ଡିଏରୁ ଓହରିବା ପରେ ଏବେ କଂଗ୍ରେସ ସହ ବୁଝାମଣା କରି ରାଜନୈତିକ ଗୋଟିଚାଳନା କରୁଛି। ତେଲେଙ୍ଗାନା ବିଧାନସଭା ନିର୍ବାଚନରେ ଟିଡିପି ଓ କଂଗ୍ରେସ ଏକାଠି ନିର୍ବାଚନ ଲଢ଼ିଛନ୍ତି। ଏପରି ସ୍ଥିତିରେ ଓଡ଼ିଶାରେ କଂଗ୍ରେସ ସହ ଟିଡିପି ମେଣ୍ଟ କରିବ କି?

କଂଗ୍ରେସ କହିଛି ଆସନ ବୁଝାମଣା ନେଇ ଦଳର ସଭାପତି ରାହୁଲ ଗାନ୍ଧି ହିଁ ନିଷ୍ପତ୍ତି ନେବେ। ଆଉ ବିଜେଡିର ଭୋଟ୍ ଟିଡିପି ଭାଙ୍ଗିବ ବୋଲି ବିରୋଧୀ ଦଳ ମୁଖ୍ୟସେଚକ ତାରା ବାହିନୀପତି କହିଛନ୍ତି। ସେପଟେ ବିଜେଡି ଓ ବିଜେପି କହିଛନ୍ତି, ଟିଡିପିର କୌଣସି ପ୍ରଭାବ ଓଡ଼ିଶାରେ ପଡ଼ିବ ନାହିଁ।

ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହୀନିପତି କହିଛନ୍ତି-“ଓଡ଼ିଶାରେ ବାସ କରୁଥିବା ତେଲୁଗୁ ଭାଷାଭାଷୀ ଲୋକ ବିଜେଡିକୁ ଭୋଟ ଦିଅନ୍ତି। ଏଠାରେ ଟିଡିପି ପ୍ରାର୍ଥୀ ଦେଲେ, ସେମାନେ ବିଜେଡିକୁ ଭୋଟ୍‌ ଦେବେନି। ବିଜେଡି ଭୋଟ୍‌ ଭାଙ୍ଗିବ।”

ବିଜେଡି ଉପସଭାପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି-“ଓଡ଼ିଶାରେ ଟିଡିପି ପ୍ରାର୍ଥୀ ଦେଲେ ବିଜେଡିର କ୍ଷତି ହେବନାହିଁ। କାରଣ ଓଡ଼ିଶାରେ ବାସ କରୁଥିବା ତେଲୁଗୁ ଲୋକ ଭଲଭାବେ ଜାଣିଛନ୍ତି, ଏଥର ଟିଡିପି ଆନ୍ଧ୍ରପ୍ରଦେଶରେ ଜିତି ପାରିବ ନାହିଁ। ତେଣୁ ତେଲୁଗୁ ଲୋକମାନେ ନବୀନ ପଟ୍ଟନାୟକଙ୍କ ସପକ୍ଷରେ ଭୋଟ ଦେବେ।”

ବିଜେପି ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ର କହିଛନ୍ତି-“ଟିଡିପି ପୋଲାଭରମ୍‌ ଓ ବଂଶଧାରା ବିବାଦରେ ଫସିଛି। ଏକଥା ଓଡ଼ିଶାବାସୀ ଜାଣିଛନ୍ତି। ତେଣୁ ଟିଡିପି ଓଡ଼ିଶାରେ ପ୍ରାର୍ଥୀ ଦେଲେ ମଧ୍ୟ କିଛି ଲାଭ ମିଳିବ ନାହିଁ।”

ଦକ୍ଷିଣ ଓଡ଼ିଶାରେ ତେଲୁଗୁ ଦେଶମ ପାର୍ଟି, ଉତ୍ତର ଓଡ଼ିଶା ଅର୍ଥାତ ପଶ୍ଚିମବଙ୍ଗ-ଓଡ଼ିଶା ସୀମାନ୍ତ ଅଂଚଳରେ  ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ୍ ଓ ମୟୂରଂଭଜ, ସୁନ୍ଦ୍ରରଗଡ଼ରେ ଶିବୁ ଶୋରେନଙ୍କ ଜେଏମ୍ଏମ୍ ନିର୍ବାଚନ ଲଢିବା ନେଇ ମଧ୍ୟ ରଣନୀତି ପ୍ରସ୍ତୁତ କରୁଛନ୍ତି। ଯାହାକି ଆଗାମୀ ନିର୍ବାଚନର ରାଜନୈତିକ ସମୀକରଣକୁ ପ୍ରଭାବିତ କରିପାରେ।



from Odisha Reporter https://ift.tt/2SAZDM5

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages