
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱରରେ ଏକ ସେକ୍ସ ରାକେଟ ଠାବ ହୋଇଛି। ଦୁଇଜଣ ବଙ୍ଗୀୟ ଯୁବତୀଙ୍କ ସହ ଜଣେ ସ୍ଥାନୀୟ ଦେହଜୀବୀ ଉଦ୍ଧାର ପୁଲିସ କରିଛି। ଘଟଣାରେ ସେକ୍ସ ରାକେଟ ଚଳାଉଥିବା ବ୍ୟକ୍ତି ସମେତ ତିନ ଜଣଙ୍କୁ ପୁଲିସ ଗିରଫ କରିଛି। ସେମାନଙ୍କଠାରୁ କାର, ନଗଦ ଟଙ୍କା ଆଦି ଜବତ କରାଯାଇଛି।
ଆପାର୍ଟମେଣ୍ଟରେ ଘରଭଡା ନେଇ ସେକ୍ସ କାରବାର ଚାଲିଥିଲା। କମିଶନରେଟ ପୁଲିସର କୁଇକ ଆକସନ୍ ଟିମ୍ ଓ ଖଣ୍ଡଗିରି ପୁଲିସ ମିଳିତ ଭାବେ ଚଢ଼ଉ କରିଥିଲା।
ସୂଚନାରୁ ପ୍ରକାଶ, ବର୍ତ୍ତମାନ ଭୁବନେଶ୍ୱରରେ ହକି ବିଶ୍ୱକପ୍ ଚାଲିଛି। ଏଥିପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। କ୍ରାଇମ୍ ରୋକିବା ପାଇଁ କମିଶନରେଟ୍ ପୁଲିସ ପ୍ରତିଦିନ ବିଭିନ୍ନ ସ୍ଥାନରେ ଚଢ଼ଉ କରୁଛି। ଆପାର୍ଟମେଣ୍ଟରେ ଏକ ଭଡ଼ା ଘରେ ସେକ୍ସ ରାକେଟ ଚାଲିଥିବା ଜାଣି ଆଜି ପୁଲିସ ଚଢ଼ଉ କରି ଦୁଇ ବଙ୍ଗୀୟ ଯୁବତୀଙ୍କ ସମେତ ସ୍ଥାନୀୟ ଦେହଜୀବୀଙ୍କୁ ଉଦ୍ଧାର କରିଥିଲା।
from Odisha Reporter https://ift.tt/2Elg0cL
No comments:
Post a Comment