
ମେଲବର୍ଣ୍ଣ: ପ୍ରଥମ ନେପାଳୀ କ୍ରିକେଟର ଭାବେ ସନ୍ଦୀପ ଲମୀଛାନେ ଅଷ୍ଟ୍ରେଲିଆରେ ଡୋମେଷ୍ଟିକ୍ ଟୁର୍ଣ୍ଣାମେଣ୍ଟ ବିଗ ବ୍ୟାଶ ଖେଳି ଇତିହାସ ସୃଷ୍ଟି କରିଛନ୍ତି। ତେବେ ଏହି ରେକର୍ଡରେ ସେ ଆହୁରି ତଡ଼କା ଲଗାଇଛନ୍ତି। ବିଗ ବ୍ୟାଶରେ ପ୍ରଥମ ମ୍ୟାଚ୍ ଖେଳୁଥିବା ସନ୍ଦୀପ ନିଜର ପ୍ରଥମ ଓଭର୍ରେ ହିଁ ୨ଟି ୱିକେଟ୍ ନେଇ ନିଜର ଦବଦବା ଦେଖାଇଛନ୍ତି। ମେଲବର୍ଣ୍ଣ ଷ୍ଟାର ପକ୍ଷରୁ ଖେଳୁଥିବା ସନ୍ଦୀପଙ୍କୁ ଦଳର ଅଧିନାୟକ ଗ୍ଲେନ୍ ମ୍ୟାକ୍ସୱେଲ୍ ‘ ପ୍ରକୃତ ଷ୍ଟାର’ ଭାବେ ସମ୍ବୋଧନ କରୁଛନ୍ତି।
ସନ୍ଦୀପ ନିଜର ପ୍ରଥମ ଓଭର୍ର ଦ୍ୱିତୀୟ ବଲ୍ରେ ଶେନ୍ ୱାଟସନ୍ଙ୍କୁ ଲଙ୍ଗଅନ୍ରେ କ୍ୟାଚ୍ କରାଇ ପ୍ୟାଭିଲିୟପନ୍ ପଠାଇ ଦେଇଥିଲେ। ଏହାପରେ ଓଭର୍ର ଶେଷ ବଲ୍ରେ କଲମ ଫରଗୁସନ୍ଙ୍କୁ ନିଜେ ବୋଲିଂରେ ନିଜେ କ୍ୟାଚ୍ ଧରି ଆଉଟ୍ କରିଦେଇଥିଲେ। ଏହାର ଭିଡିଓ ଏବେ ସୋଶାଲ୍ ମିଡିଆରେ ଭାଇରାଲ୍ ହୋଇଛି।
ସନ୍ଦୀପ ଗତ ଆଇପିଏଲ୍ରେ ଦିଲ୍ଲୀ ପକ୍ଷରୁ ଖେଳୁଥିଲେ। ସେ ମାତ୍ର ୩ଟି ମ୍ୟାଚ୍ ଖେଳିଥିଲେ ହେଁ ୫ଟି ୱିକେଟ୍ ନେଇ ସମସ୍ତଙ୍କୁ ପ୍ରଭାବିତ କରିଥିଲେ। ମ୍ୟାକ୍ସୱେଲ୍ ମଧ୍ୟ ଦିଲ୍ଲୀ ପକ୍ଷରୁ ଆଇପିଏଲ୍ ଖେଳୁଥିଲେ। ତେଣୁ ଉଭୟ ପରସ୍ପରକୁ ଭଲ ଭାବେ ଜାଣିଛନ୍ତି।
ଦେଖନ୍ତୁ ଭିଡିଓ
Sandeep Lamichhane is making his mark on the @BBL! Just Shane Watson for your first wicket, thank you very much. #BBL08 pic.twitter.com/OTgUjQn5hV
— cricket.com.au (@cricketcomau) December 21, 2018
from Odisha Reporter http://bit.ly/2UYLGJQ
No comments:
Post a Comment