ପାକ୍‌ ସ୍ନାଇପରଙ୍କ ଗୁଳିମାଡ଼ରେ ୨ ଯବାନ ସହିଦ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, December 21, 2018

ପାକ୍‌ ସ୍ନାଇପରଙ୍କ ଗୁଳିମାଡ଼ରେ ୨ ଯବାନ ସହିଦ

ଶ୍ରୀନଗର: କିଛି ଦିନର ବ୍ୟବଧାନ ପରେ ପାକିସ୍ତାନ ପୁଣି ସୀମା ଲଙ୍ଘିଛି। ଆଜି ଜମ୍ମୁ-କଶ୍ମୀରର କୁପୱାଡା ଜିଲ୍ଲାର ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖା ନିକଟରେ ଆଜି ପାକିସ୍ତାନ ସେନାର ସ୍ନାଇପରମାନେ ଗୁଳିମାଡ଼ କରିଛନ୍ତି। ଏଥିରେ ଦୁଇ ଜଣ ଭାରତୀୟ ଯବାନ ସହିଦ ହୋଇଛନ୍ତି। ଏଥିସହ ଆଉ ଜଣେ ଯବାନ ମଧ୍ୟ ଗୁରୁତର ଆହତ ହୋଇଛନ୍ତି।

ଆଜି ସକାଳ ପ୍ରାୟ ୧୧.୫୫ରେ ପାକ୍‌ ସେନା ଅନ୍ତର୍ଜାତୀୟ ନିୟନ୍ତ୍ରଣ ରେଖା ନିକଟରେ ଥିବା ଭାରତୀୟ ସେନା ପୋଷ୍ଟ ଓ ଜନବସତିକୁ ଟାର୍ଗେଟ କରି ଗୁଳିମାଡ଼ କରିଥିଲା। ପୂର୍ବରୁ ସ୍ୱଂୟଚାଳିତ ବନ୍ଧୁକ ଏବଂ ମୋର୍ଟାର ମାଡ଼ କରୁଥିବା ପାକିସ୍ତାନ ଏବେ ସ୍ନାଇପରମାନଙ୍କ ଦ୍ୱାରା ଗୁଳିମାଡ଼ କରୁଛି।

ଭାରତ ପକ୍ଷରୁ ମଧ୍ୟ ଏହାର ଦୃଢ଼ ଜବାବ ଦିଆଯାଇଥିଲା। ଦୀର୍ଘ ସମୟଧରି ଚାଲିଥିବା ଏହି ଗୁଳିମାଡ଼ରେ ୨ ଜଣ ଯବାନ ସହିଦ ହୋଇଥିବା ଭାରତୀୟ ସେନା ପକ୍ଷରୁ କୁହାଯାଇଛି।



from Odisha Reporter http://bit.ly/2EH55tR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages