
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଳିଙ୍ଗନଗର ଡିଏଭି ପବ୍ଲିକ ସ୍କୁଲର ବାର୍ଷିକ ପ୍ରକଳ୍ପ ପ୍ରଦର୍ଶନୀ ଇଣ୍ଟୋଭିଜନ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରଦର୍ଶନୀକୁ ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ସୁଦର୍ଶନ ପାଢ଼ୀ ଉଦ୍ଘାଟନ କରିଥିଲେ। ସେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସ୍ଥାନିତ ପ୍ରକଳ୍ପଗୁଡିକର ପ୍ରଶଂସା କରିବା ସହିତ ଗବେଷଣାତ୍ମକ ଚିନ୍ତାଧାରାର ବିକାଶ ଦିଗରେ ପ୍ରକଳ୍ପ ପ୍ରଦର୍ଶନୀର ଗୁରୁତ୍ୱ ରହିଛି ଓ ଏହି ଦିଗରେ ବିଦ୍ୟାର୍ଥୀମାନଙ୍କୁ ଅଧିକ ଉତ୍ସାହିତ କରିବାକୁ ପରାମର୍ଶ ଦେଇଥିଲେ।
ଏହି ପ୍ରଦର୍ଶନୀରେ ବିଜ୍ଞାନ, ଗଣିତ ବିଭାଗରୁ ଷଷ୍ଠ ଶ୍ରେଣୀଠାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କଦ୍ୱାରା ନିର୍ମିତ ପ୍ରାୟ ୧୦୦ଟି ପ୍ରକଳ୍ପ ପ୍ରଦର୍ଶନ କରାଯାଇଥିଲା। ବିଦ୍ୟାଳୟର ସଭାପତି ଶରତ ଚନ୍ଦ୍ର ମିଶ୍ର ଏବଂ ବିଦ୍ୟାଳୟର ଅଧ୍ୟକ୍ଷ ବିପିନ୍ କୁମାର ସାହୁ, ପର୍ଯ୍ୟବେକ୍ଷକ ଓ ପର୍ଯ୍ୟବେକ୍ଷିକା, ଅନ୍ୟ ଡି.ଏ.ଭି ସ୍କୁଲର ଶିକ୍ଷକଶିକ୍ଷୟିତ୍ରୀ ତଥା ଅଭିଭାବକମାନେ ସମସ୍ତ ପ୍ରକଳ୍ପ ବୁଲି ଦେଖିବା ସହିତ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ।
from Odisha Reporter https://ift.tt/2BQzp2E
No comments:
Post a Comment