ପ୍ରେମିକକୁ ଖୋଜିବାକୁ ଭୁବନେଶ୍ୱର ଆସିବେ ପୋଲାଣ୍ଡ ତରୁଣୀ, ଛାଡ଼ିଲେ ଭିଡିଓ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, December 29, 2018

ପ୍ରେମିକକୁ ଖୋଜିବାକୁ ଭୁବନେଶ୍ୱର ଆସିବେ ପୋଲାଣ୍ଡ ତରୁଣୀ, ଛାଡ଼ିଲେ ଭିଡିଓ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ମୁଁ ଥୁମକୁ ବଲପାଏ… ଆଇ ଲଭ୍ ୟୁ। ମୁଁ ତୁମ ପାଖକୁ ଆସୁଛି। ଆଇ ଆମ୍ କମିଂ ଟୁ ଭୁବନେଶ୍ୱର…’
ଏମିତି କେତେପଦ କଥା କହୁଥିବା ଜଣେ ସୁନ୍ଦରୀ ତରୁଣୀଙ୍କ ଭିଡିଓ ଏବେ ଓଡ଼ିଶାରେ ଖୁବ୍ ଚର୍ଚ୍ଚା ସୃଷ୍ଟି କରିଛି। ଭିଡିଓଟି ବୁଲୁଛି ସୋଶାଲ୍ ମିଡିଆରେ ମୋବାଇଲ୍‌ରୁ ମୋବାଇଲ୍‌କୁ। ତରୁଣୀଙ୍କ ପୂରା ଅଡିଓ ଶୁଣିଲେ, ଏହା ଏକ ସାଂଘାତିକ ପ୍ରେମକାହାଣୀ ବୋଲି ବୁଝାପଡୁଛି।
ଭିଡିଓ ଛାଡ଼ିଥିବା ଏହି ତରୁଣୀଙ୍କ ଘର ପୋଲାଣ୍ଡରେ। ତାଙ୍କ କହିବା ଅନୁଯାୟୀ, ସେ ଭଲ ପାଇ ବସିଛନ୍ତି ଭୁବନେଶ୍ୱରର ଜଣେ ପୁଅକୁ। ଦେଖା ସାକ୍ଷାତ ହୋଇନି। ଖାଲି ଯାହା ଫେସ୍‌ବୁକ୍‌ରେ କଥା ବର୍ତ୍ତା ଓ ପରିଚୟ। ତା ପରେ ହ୍ୱାଟ୍‌ସଆପ୍‌ରେ ଚାଟିଂ।
ଝିଅ ଜଣକ କହିଛନ୍ତି, ତାଙ୍କୁ ପୁଅଟିର କଥାବାର୍ତ୍ତା ଓ ବ୍ୟବହାର ଭଲ ଲାଗୁଥିଲା। ବନ୍ଧୁତାରୁ ପ୍ରେମ ହୋଇଥିଲା। ଶେଷରେ ଯେତେବେଲେ ଭୁବନେଶ୍ୱରର ତାଙ୍କ ପ୍ରେମିକ ତାଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଲେ, ସେ ନିଜେ ବାକ୍‌ଶୂନ୍ୟ ହୋଇଯାଇଥିଲେ। କିନ୍ତୁ ମାତ୍ର କିଛିଦିନର କଥାବାର୍ତ୍ତା ପରେ, ହଠାତ୍ ପ୍ରେମିକ ତାଙ୍କ ଫେସ୍‌ବୁକ୍ ଆକାଉଣ୍ଟ ବନ୍ଦ କରିଦେଇଛନ୍ତି ଓ ହ୍ୱାଟ୍ସଆପ୍ ନମ୍ବର ମଧ୍ୟ ଲାଗୁନି। ସେଥିରେ ଥିବା ପ୍ରୋଫାଇଲ୍ ଫଟୋ ମଧ୍ୟ ଆଉ ନାହିଁ।
ଛାଡ଼ିଥିବା ଭିଡିଓଟିରେ ଝିଅ ଜଣକ ମଝିରେ ମଝିରେ ଖଣ୍ଡି ଖଣ୍ଡି ଓଡ଼ିଆ କହୁଛନ୍ତି। ଏହା ତାଙ୍କ ପ୍ରେମିକ ତାଙ୍କ କହନ୍ତି ବୋଲି ସେ କହିଛନ୍ତି। ଏ କଥାବି କହିଛନ୍ତି, ପ୍ରେମିକଙ୍କ ଓଡ଼ିଆ ତାଙ୍କୁ ବହୁତ ଭଲ ଲାଗୁଥିଲା। ଝିଅ ଜଣକ କହୁଥିଲା କିଛି ଓଡ଼ିଆ ଧାଡ଼ି ଏହିପରି- ମୁ ଥୁମକୁ ବଲପାଏ… ଥମେ ଯଦି ମଥେ ଦେଖୁଛ…. ମୁ ଭୁବନେଶ୍ୱର ଆସୁଛି…
ଭିଡିଓଟିକୁ ସେୟାର କରିବାକୁ ସେ ସମସ୍ତଙ୍କୁ ଅନୁରୋଧ ମଧ୍ୟ କରିଛନ୍ତି। ତେବେ ପୂରା ଭିଡିଓରେ ତରୁଣୀ ଜଣକ ତାଙ୍କ ପ୍ରେମିକ ବା ବନ୍ଧୁଙ୍କ ନାଁ କହିନାହାଁନ୍ତି। ସେ କେବଳ ଭୁବନେଶ୍ୱର ଆସୁଥିବା କଥା କହିଛନ୍ତି। ତରୁଣୀଙ୍କ ସଂପୂର୍ଣ୍ଣ ପ୍ରେମ କାହାଣୀ ଫେସ୍‌ବୁକ୍‌ରେ ଆରମ୍ଭ ହୋଇ ସେଇ ଫେସ୍‌ବୁକ୍‌ରେ ହିଁ ଶେଷ ହୋଇଛି। ଏବେ ଯଦିବି ସେ ଭୁବନେଶ୍ୱର ଆସି ପୋଲିସ୍ ପାଖରେ ଅଭିଯୋଗ କରନ୍ତି, ତେବେ ସେହି ନିର୍ଦ୍ଦିଷ୍ଟ ଫେସ୍‌ବୁକ୍ ବ୍ୟବହାରକାରୀଙ୍କୁ ଖୋଜି ବାହାର କରିବା ପୋଲିସ୍ ପାଇଁ କାଠିକର ପାଠ ହୋଇପାରେ। ତେବେ ଯୁବକ ବ୍ୟବହାର କରୁଥିବା ହ୍ୱାଟସଆପ୍ ନମ୍ବର ତରୁଣୀଙ୍କ ପାଖରେ ଅଛି, ଯାହା ବନ୍ଦ ଅଛି ବୋଲି ସେ କହିଛନ୍ତି। ସେହି ଫୋନ୍‌ ନମ୍ବରକୁ ଆଧାର କରି ଯୁବକଙ୍କ ପାଖରେ ପୋଲିସ୍ ପହଞ୍ଚିବାରେ ସଫଳ ହୋଇପାରେ।



from Odisha Reporter http://bit.ly/2ESyxwg

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages