#MeToo ନେଲା ଜୀବନ: ଆତ୍ମହତ୍ୟା କଲେ କମ୍ପାନୀ କର୍ମଚାରୀ ,ପତ୍ନୀ ପାଇଁ ଛାଡ଼ିଗଲେ ସୁଇସାଇଡ୍‌ ନୋଟ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, December 20, 2018

#MeToo ନେଲା ଜୀବନ: ଆତ୍ମହତ୍ୟା କଲେ କମ୍ପାନୀ କର୍ମଚାରୀ ,ପତ୍ନୀ ପାଇଁ ଛାଡ଼ିଗଲେ ସୁଇସାଇଡ୍‌ ନୋଟ୍‌

ଲକ୍ଷ୍ନୌ:ଜେନ୍‌ପେକ୍ଟ କମ୍ପାନୀର ସହକାରୀ ଉପ ସଭାପତି ସ୍ୱରୁପ ରାଜ୍‌ ନାମକ ଜଣେ ବ୍ୟକ୍ତି ନିଜ ବେକରେ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଘଟଣାସ୍ଥଳରୁ ପୁଲିସ୍ ଏକ ସୁଇସାଇଡାଲ ନୋଟ୍‌ ଜବତ କରିଛି। କୁହାଯାଉଛି କିଛି ଦିନ ପୂର୍ବରୁ ସ୍ୱରୁପ ରାଜ୍‌ଙ୍କ ବିରୋଧରେ ଯୌନ ଉତ୍ପୀଡ଼ିନ ଅଭିଯୋଗ ଆସିଥିଲା। କମ୍ପାନୀ ପକ୍ଷରୁ ତାଙ୍କୁ ନିଲମ୍ବିତ କରାଯାଇଥିଲା। ସ୍ୱରୁପ ରାଜ୍‌ ତାଙ୍କ ପତ୍ନୀଙ୍କ ନାମରେ ସୁଇସାଇଡ୍‌ ନୋଟ ଲେଖିଛନ୍ତି। ସେଥିରେ ସେ ଲଖିଛନ୍ତି ଯେ, ସେ ତାଙ୍କ ପତ୍ନୀଙ୍କୁ ଖୁବ୍‌ ଭଲ ପାଆନ୍ତି। ତାଙ୍କ ଉପରେ ଯୌନ ନିର୍ଯାତନାର ମିଥ୍ୟା ଅଭିଯୋଗ ଅଣାଯାଇଛି।

ଅଫିସର କିଛି ଯୁବତୀ ତାଙ୍କୁ ଫସାଇଦେଇଛନ୍ତି। ଯଦି ବି ଯାଞ୍ଚରେ ତାଙ୍କୁ ନିର୍ଦ୍ଦୋଷ ଘୋଷଣା କରାଯାଏ ତଥାପି ଲୋକେ ତାଙ୍କୁ ସନ୍ଦେହ କରିବେ ବୋଲି ସେ କହିଛନ୍ତି। ତେଣୁ ଏମିତି ଘଟିଲେ ସେ କେମିତି ଅଫିସ୍‌ ଯିବେ ବୋଲି ଲେ‌ଖିଛନ୍ତି। ସ୍ୱରୁପ୍‌ ରାଜ୍‌ଙ୍କ ଘର କେରଳର ଏଣ୍ଣାକୁଲମ୍‌ରେ । ଉଭୟେ ସ୍ୱାମୀ-ସ୍ତ୍ରୀ ନୋଏଡାର ପାରାମଉଣ୍ଟ ସୋସାଇଟିରେ ରହୁଥିଲେ। ଦୁଇ ବର୍ଷ ପୂର୍ବେ ସ୍ୱରୁପରାଜ୍‌ ବିବାହ କରିଥିଲେ।

ସେ ଏହି ସୁଇସାଇଡାଲ ନୋଟ୍‌ରେ ଆହୁରୀ ଲେଖିଛନ୍ତି ଯେ,ତାଙ୍କ ଉପରେ ଆସିଥିବା ଯୌନ ନିର୍ଯାତନା ପାଇଁ ତାଙ୍କ ପତ୍ନୀଙ୍କ ସମ୍ମାନ ହାନି ହେବ। ସେ ଏହାକୁ ବରଦାସ୍ତ କରିପାରିବେ ନାହିଁ। କୁହାଯାଊଛି ସ୍ୱରୁପ୍‌ ରାଜଙ୍କ ବିରୋଧରେ ଆସିଥିବା ଅଭିଯୋଗ ତଦନ୍ତ ପୂରା ହେବା ପର୍ଯ୍ୟନ୍ତ ତାଙ୍କୁ କମ୍ପାନୀ ପକ୍ଷରୁ ନିଲମ୍ବିତ କରାଯାଇଥିଲା ଓ ଦିଆଯାଇଥିବା ଲାପଟପ୍‌ ଫେରେଇ ନିଆଯାଇଥିଲା।

ତେବେ ଏହି ଅପମାନକୁ ସମ୍ଭାଳି ନପାରି ସ୍ୱରୁପ୍‌ ରାଜ୍‌ ନିଜ ରୁମ୍‌ରେ ପତ୍ନୀଙ୍କ ଅନୁପସ୍ଥିତିରେ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଶବ ଜବତ କରି ପୁଲିସ ଘଟଣାର ଯାଞ୍ଚ କରୁଥିବା ବେଳେ ସ୍ୱରୁପ୍‌ ରାଜ ୨୦୦୭ରେ ଜେନ୍‌ପେକ୍ଟ କମ୍ପାନୀରେ କାମ କରି ଆସୁଥିଲେ। ତାଙ୍କ ସହ ପତ୍ନୀ ମଧ୍ୟ ଉକ୍ତ କମ୍ପାନୀରେ ଏକାଠି କାମ କରି ଆସୁଥିଲେ। ଦୁଇ ବର୍ଷ ପୂର୍ବେ ଉଭୟଙ୍କର ପ୍ରେମ ବିବାହ ହୋଇଥିଲା।



from Odisha Reporter https://ift.tt/2rKTh1f

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages