ଏବେ ଟଙ୍କାକରେ କିଣା ଯାଉଛି ସୁନା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 18, 2018

ଏବେ ଟଙ୍କାକରେ କିଣା ଯାଉଛି ସୁନା

ନୂଆଦିଲ୍ଲୀ,(ଓଡ଼ିଶା ରିପୋର୍ଟର): ଆଶ୍ଚର୍ଯ୍ୟ ଲାଗୁଛି? କିନ୍ତୁ ସତ। ବର୍ତ୍ତମାନ ଏଭଳି ହେଉଛି। ସୁନା ଗହଣା ଭଳି ସୌଖୀନ ତଥା ବିଳାସମୟ ଉତ୍ପାଦକୁ ଲୋକେ ଦେଖି ପରଖି କିଣିବା ପାଇଁ ପସନ୍ଦ କରୁଥିଲେ ମଧ୍ୟ ଏବେ ତାହାର ଟ୍ରେଣ୍ଡ୍ ବଦଳିଲାଣି। ଲୋକେ ହଜାର ହଜାର ଟଙ୍କାର ସୁନା ନକିଣି ଟଙ୍କେ ମୂଲ୍ୟର ସୁନା କିଣୁଛନ୍ତି।

ସରକାରୀ ନୀତିନିୟମ, ଖୁଚୁରା ବଜାରରେ ଚଢ଼ାଦର ଏବଂ ଅସଲି ନକଲି ବାଛିବାରେ ଅସୁବିଧା ଆଦି କାରଣରୁ ଏବେ ସୁନାର ଚାହିଦା ହ୍ରାସ ପାଇଛି। ଏଭଳି କ୍ଷେତ୍ରରେ ଯୁବପିଢ଼ିଙ୍କୁ ଆକୃଷ୍ଟ କରିବା ପାଇଁ ରିଟେଲରମାନେ ଅନ୍‌ଲାଇନ୍ ପ୍ଲାଟ୍‌ଫର୍ମ ବାଛିନେଲେଣି।

ସେଫ୍ ଗୋଲ୍ଡ ନାମକ ଏକ ଡିଜିଟାଲ୍ ପ୍ଲାଟ୍‌ଫର୍ମର ଏମ୍‌ଡି ଗୌରବ ମାଥୁରଙ୍କ କହିବା ଅନୁସାରେ ଏବେ ଅଧିକାଂଶ ଲୋକେ ଏକ ଟଙ୍କା ମୂଲ୍ୟର ସୁନା କିଣୁଛନ୍ତି। ବର୍ତ୍ତମାନ ଏକ ଗ୍ରାମ ସୁନାର ମୂଲ୍ୟ ପ୍ରାୟ ୩୨୦୦ ଟଙ୍କା ରହିଛି। ପୂର୍ବରୁ ଲୋକେ ଅତି କମ୍‌ରେ ଏକ ଗ୍ରାମ ସୁନା କିଣୁଥିବା ବେଳେ ଏବେ ଏକ ଟଙ୍କାର ସୁନା କିଣୁଛନ୍ତି। ମାତ୍ର ୪୦ ସେକେଣ୍ଡରେ ସୁନା କିଣା ଶେଷ ହେଉଛି। ଟଙ୍କାଏ ଟଙ୍କାଏ କରି ଗ୍ରାହକ ସୁନା କିଣିବାର ଟ୍ରେଣ୍ଡ ଧୀରେ ଧୀରେ ବଢୁଛି।

ଏହି ପ୍ଲାଟଫର୍ମ ୩ ବର୍ଷ ହେବ ଆରମ୍ଭ ହୋଇଥିବାବେଳେ ଏବେ ସୁଦ୍ଧା ପ୍ରାୟ ୩୦ ଲକ୍ଷ ଲୋକ ଏଥିରେ କାରବାର କରିସାରିଲେଣି। ଏହାକୁ ବର୍ଷେ ମଧ୍ୟରେ ଦେଢ଼ କୋଟିରେ ପହଞ୍ଚାଇବା ପାଇଁ ଲକ୍ଷ୍ୟ ରଖାଯାଇଛି ବୋଲି ମାଥୁର କହିଛନ୍ତି।

ସୂଚନା ଅନୁସାରେ ୨୦୧୮ ଜାନୁୟାରୀରୁ ସେପ୍ଟେମ୍ବରରେ ଦେଶରେ ୫୨୪ ଟନ ସୁନା ବିକ୍ରି ହୋଇଛି। ୨୦୧୦ରେ ମୋଟ ୧୦୦୨ ଟନ ସୁନା ବିକ୍ରି ହୋଇଥିବା ବେଳେ ୨୦୧୭ରେ ଏଥିରେ ୨୩%  ହ୍ରାସ ପାଇଛି।

ଏଭଳି ସ୍ଥଳେ ଗ୍ରାହକଙ୍କୁ ବାନ୍ଧି ରଖିବା ପାଇଁ କମ୍ପାନୀମାନେ ୧୦୦ ମିଲିଗ୍ରାମ୍‌ର ସୁନା ଓ ରୁପା କଏନ୍ ବାହାର କଲେଣି। ଅଗଷ୍ଟରେ ଗୁଗୁଲ୍, ଗେନ୍ ଆଣ୍ଡ୍ କୋ. ଭଳି ସଂସ୍ଥା ପ୍ରକାଶ କରଥିବା ତଥ୍ୟ ଅନୁସାରେ ଖୁବ ଶୀଘ୍ର ପ୍ରାୟ ୫୦ କୋଟି ଭାରତୀୟ ଅନ୍‌ଲାଇନ୍ ପ୍ଲାଟ୍‌ଫର୍ମରେ ସୁନା କ୍ରୟ କରିବେ।

 



from Odisha Reporter https://ift.tt/2EB7Rkf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages