
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍): ଶୀତ ଦିନେ ଆପଣ ଘରେ ଏକ ଗରମା ଗରମ ଖାଦ୍ୟ ‘ସ୍ପାଇସି ତାୱା ଫିଶ୍ ଫ୍ରାଏ’ କିପରି ପ୍ରସ୍ତୁତ କରିବେ, ଆଜି ଆମେ ସେ ସମ୍ପର୍କରେ କହିବୁ।
ଆବଶ୍ୟକ ସାମଗ୍ରୀ: କଟା ମାଛ, ରସୁଣ-ଅଦା ବଟା, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଜିରାଗୁଣ୍ଡ, ଦହି, ସୋରିଷ ତେଲ, କଟା ଧନିଆ ପତ୍ର ଓ ଲୁଣ
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ମାଛ ପିସ୍ଗୁଡ଼ିକୁ ଭଲ ଭାବେ ଧୋଇ ସଫା କରି ଦିଅନ୍ତୁ। ଏବେ ଏକ ପାତ୍ରରେ ଦହି, ଅଦା-ରସୁଣ ବଟା, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ ଓ ଲୁଣକୁ ଗୋଳାଇ ଦିଅନ୍ତୁ। ଏବେ ସେଥିରେ ମାଛ ପିସ୍ଗୁଡ଼ିକୁ ପକାଇ ଭଲଭାବେ ମ୍ୟାରିନେଟ୍ କରି ଅଧଘଣ୍ଟା ଯାଏ ଛାଡ଼ି ଦିଅନ୍ତୁ।
ବର୍ତ୍ତମାନ ଏକ ତାୱାରେ ଅଳ୍ପ ତେଲ ଗରମ କରନ୍ତୁ। ତେଲ ଭଲ ଭାବେ ଗରମ ହୋଇଗଲେ ଆଞ୍ଚ ଧିମା କରି ଏଥିରେ ମାଛ ପିସ୍ଗୁଡ଼ିକୁ ପକାଇ ଏପଟ ସେପଟ କରି ଉଭୟ ପାର୍ଶ୍ୱ ଲାଲ୍ ହେବା ଯାଏ ଫ୍ରାଏ କରନ୍ତୁ। ଏବେ ଏକ ପ୍ଲେଟ୍ ଉପରେ ବଟର୍ ପେପର ବିଛାଇ ରଖନ୍ତୁ। ମାଛ ଭଲ ଭାବେ ଫ୍ରାଏ ହୋଇଗଲେ, ଏଗୁଡ଼ିକୁ ବଟର୍ ପେପର୍କୁ ବାହାର କରନ୍ତୁ। ଯାହାଫଳରେ ଅତିରିକ୍ତ ତେଲ ବାହାରିଯିବ। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କର ‘ସ୍ପାଇସି ତାୱା ଫିଶ୍ ଫ୍ରାଏ’।
ଏବେ ଏହା ଉପରେ କଟା ଧନିଆ ପତ୍ର ଦେଇ ଏହାକୁ ଚଟଣୀ କିମ୍ବା ସସ୍ ସହ ଗରମ ଗରମ ଖାଆନ୍ତୁ।
from Odisha Reporter http://bit.ly/2EITHg8
No comments:
Post a Comment