
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସୁଛନ୍ତି। ମୋଦି ଅପରାହ୍ନ ୧ଟା ୦୫ ମିନିଟ୍ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ। ସେଠାରୁ ସିଧାସଳଖ ହେଲିକପ୍ଟର ଯୋଗେ IIT ଭୁବନେଶ୍ୱର କ୍ୟାମ୍ପସକୁ ଯିବେ। ଦିନ ୧ଟା ୪୦ରୁ ୨ଟା ୨୦ ମଧ୍ୟରେ ୧୪,୫୨୩ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳନ୍ୟାସ ଓ ଶୁଭାରମ୍ଭ କରିବେ। ଏଥିରେ ୪, ୩୬୧ କୋଟି ଟଙ୍କା ବିନିଯୋଗରେ ନିର୍ମାଣ ହେବାକୁ ଥିବା ୪ଟି ଜାତୀୟ ରାଜପଥ ପ୍ରକଳ୍ପ ରହିଛି। ସେହିପରି ୧୦୦ ଶଯ୍ୟା ବିଶିଷ୍ଟ ଇଏସ୍ଆଇ ହସ୍ପିଟାଲର ନବୀକରଣ, ବ୍ରହ୍ମପୁର ଆରମ୍ଭ ହୋଇଥିବା ଆଇଜରରେ ବିଶ୍ୱସ୍ତରୀୟ କ୍ୟାମ୍ପସର ଶିଳନ୍ୟାସ ସହ ପାରାଦ୍ୱୀପ- ହାଇଦ୍ରାବାଦ ପାଇପ୍ ଲାଇନର ଶୁଭାରମ୍ଭ କରିବେ ମୋଦି।
ଏହାପରେ ଅପରାହ୍ନ ପ୍ରାୟ ୨ଟା ୩୦ରେ ସେ ବରୁଣେଇ ପାହଡ ତଳେ ଗୋଶାଳା ପଡ଼ିଆରେ ଏକ ଜନ ସମାବେଶକୁ ସମ୍ବୋଧିତ କରିବେ। ସେଠାରୁ ଫେରି ଅପରାହ୍ଣ ୪ଟାରେ ମୋଦି ଦିଲ୍ଲୀ ଫେରି ଯିବେ।
ଏହାପରେ ଜାନୁଆରୀ ୫ରେ ବାରିପଦାରେ ମୋଦି ସମାବେଶ କରିବା ପରେ ଜାନୁଆରୀ ୧୬ ତାରିଖରେ ପ୍ରଧାନମନ୍ତ୍ରୀ ପଶ୍ଚିମ ଓଡିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ସାଢେ ୪ ବର୍ଷରେ ମୋଦି ସରକାର ପୂର୍ବ ଭାରତ ବିଶେଷ କରି ଓଡ଼ିଶା ପାଇଁ କ’ଣ କରିଛନ୍ତି, ତାର ହିସାବ ଦେବେ। କେବଳ ମୋଦି-ଶାହା ଯୋଡ଼ି ନୁହଁନ୍ତି, ଜାନୁଆରୀରେ ରାଜନାଥ ସିଂ, ନୀତୀନ ଗଡକରୀ ଓ ଯୋଗୀ ଆଦିତ୍ୟନାଥଙ୍କ ପରି ହେଭିୱେଟ୍ ନେତା ମଧ୍ୟ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି।
from Odisha Reporter http://bit.ly/2EKkFF3
No comments:
Post a Comment