ଏହି ଭୁଲ୍‌ ଟ୍ୱିଟ୍‌ ଯୋଗୁ ଜନ୍‌ ଓ ବିପାଶାଙ୍କ ମଧ୍ୟରେ ହୋଇଥିଲା ବ୍ରେକ୍‌ଅପ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 17, 2018

ଏହି ଭୁଲ୍‌ ଟ୍ୱିଟ୍‌ ଯୋଗୁ ଜନ୍‌ ଓ ବିପାଶାଙ୍କ ମଧ୍ୟରେ ହୋଇଥିଲା ବ୍ରେକ୍‌ଅପ୍‌

ମୁମ୍ୱାଇ: ଦିନ ଥିଲା, ଯେବେ ବଲିଉଡ୍‌ରେ ଅଭିନେତା ଜନ୍‌ ଆବ୍ରାହମ୍‌ ଓ ଅଭିନେତ୍ରୀ ବିପାଶା ବାସୁଙ୍କ ଆଫାୟାର୍‌କୁ ନେଇ ଧୁମ୍‌ ଚର୍ଚ୍ଚା ହେଉଥିଲା। କିନ୍ତୁ ପରେ ଏହି ସମ୍ପର୍କ ଭାଙ୍ଗି ଯାଇଥିଲା। ଆସନ୍ତୁ ଜାଣିବା, କାହାର, କେଉଁ ଭୁଲ୍‌ ଯୋଗୁ ଏହି ଚର୍ଚ୍ଚିତ ଯୋଡ଼ି ପରସ୍ପରର ହାତ ଛାଡ଼ିଥିଲେ।

ମଡେଲିଂରୁ କ୍ୟାରିଅର୍‌ ଆରମ୍ଭ କରିଥିବା ଜନ୍ ଆବ୍ରାହମ୍‌ ୨୦୦୩ରେ ଫିଲ୍ମ ‘ଜିସ୍ମ’ ଜରିଆରେ ବଲିଉଡ୍‌କୁ ଏଣ୍ଟ୍ରି ମାରିଥିଲେ। ନିଜର ଏହି ଡେବ୍ୟୁ ଫିଲ୍ମ୍‌ରେ ଜନ୍‌ଙ୍କ କୋ-ଷ୍ଟାର୍‌ ଥିଲେ ବଙ୍ଗୀୟ ସୁନ୍ଦରୀ ବିପାଶା ବାସୁ। ଆଉ ପ୍ରଥମ ଫିଲ୍ମ୍‌ରୁ ହିଁ ଉଭୟେ ପ୍ରେମରେ ପଡ଼ି ଯାଇଥିଲେ। କେବଳ ପରସ୍ପରକୁ ଡେଟ୍‌ ନୁହେଁ, ଏ ଦୁହେଁ ପ୍ରେମରେ ଏପରି ଉବୁଟୁବୁ ହେଉଥିଲେ ଯେ ‘ଲିଭ୍‌ ଇନ୍ ରିଲେସନ୍‌’ରେ ମଧ୍ୟ ରହୁଥିଲେ। ମାସେ କି ବର୍ଷେ ନୁହେଁ, ଏହି ରିୟଲ୍‌ ଲାଇଫ୍ ରୋମାନ୍ସ୍‌ ଦୀର୍ଘ ୯ ବର୍ଷ ଧରି ଚାଲିବା ପରେ ଦୁହେଁ ବିବାହ ପାଇଁ ନିଷ୍ପତ୍ତି ନେଇଥିଲେ। ତେବେ ୨୦୧୪ ନୂଆବର୍ଷ ବେଳକୁ ଏକ ଟ୍ୱିଟ୍‌ ଉଭୟଙ୍କ ଏହି ନିବିଡ଼ ସମ୍ପର୍କରେ ସବୁଦିନ ପାଇଁ ପୂର୍ଣ୍ଣଛେଦ ଟାଣିଥିଲା।

୨୦୧୪ ନୂଆବର୍ଷରେ ଜନ୍‌ ନ୍ୟୁୟର୍କରେ ଥିବାବେଳେ ଫ୍ୟାନ୍‌ମାନଙ୍କୁ ଟ୍ୱିଟ୍‌ କରି ନବବର୍ଷର ଅଭିନନ୍ଦନ ଜଣାଇଥିଲେ। ସେହି ଟ୍ୱିଟ୍‌ରେ ଜନ୍‌ ଲେଖିଥିଲେ, “ଏହି ବର୍ଷ ଆପଣଙ୍କ ଜୀବନରେ ପ୍ରେମ ଓ ବହୁତ ସାରା ଖୁସି ଆସୁ।” ତେବେ ଏହି ଟ୍ୱିଟ୍‌ର ହାଜ୍‌ ଟ୍ୟାଗ୍‌ରେ ଜନ୍‌ ଭୁଲ୍‌ରେ “ଲଭ୍ ଜନ୍‌ ପ୍ରିୟା ଆବ୍ରାହମ୍‌” ବୋଲି ଲେଖିଥିଲେ। 

କୁହାଯାଏ, ପ୍ରକୃତରେ ଜନ୍‌ ଆବ୍ରାହମ୍‌ ଏହା ଭୁଲ୍‌ବଶତଃ ଲେଖି ଦେଇଥିଲେ। ଟ୍ୱିଟ୍‌ରେ ସେ ଉଲ୍ଲେଖ କରିଥିବା ପ୍ରିୟା ଥିଲେ ତାଙ୍କ ଏନ୍‌ଆର୍‌ଆଇ ଗର୍ଲଫ୍ରେଣ୍ଡ୍‌ ପ୍ରିୟା ରଞ୍ଚାଲ୍‌। ତେବେ ଜନ୍‌ ଭୁଲ୍‌ରେ ‘ପ୍ରିୟା ଆବ୍ରାହମ୍‌’ ବୋଲି ଲେଖି ଦେଇଥିଲେ।

ଏହି ଟ୍ୱିଟ୍‌ ଦେଖିବା ପରେ ଜନ୍‌ ପ୍ରିୟାଙ୍କୁ ଡେଟ୍‌ କରୁଥିବା ବିପାଶା ଜାଣିବାକୁ ପାଇଥିଲେ। ଏହାପରେ ବିପାଶା ବାସୁ ଓ ଜନ୍‌ ଆବ୍ରାହମ୍‌ଙ୍କ ମଧ୍ୟରେ ବ୍ରେକ୍‌ଅପ୍‌ ହୋଇ ଯାଇଥିଲା।

ବିପାଶା ଏ ନେଇ ଏକ ଇଣ୍ଟରଭ୍ୟୁରେ କହିଥିଲେ, ଜନ୍‌ଙ୍କ ସହ ସମ୍ପର୍କ ରଖିବା ପରେ ସେ ଲୋକଙ୍କ ସହ ମିଳାମିଶା ବନ୍ଦ କରି ଦେଇଥିଲେ। କେବଳ ଏତିକି ନୁହେଁ, ଜନ୍‌ଙ୍କୁ ସମୟ ଦେବା ପାଇଁ ସେ ଫିଲ୍ମ କରିବା ମଧ୍ୟ ବନ୍ଦ କରି ଦେଇଥିଲେ। କିନ୍ତୁ ଜନ୍‌ଙ୍କ ସହ ବ୍ରେକଅପ୍‌ ହେବା ପରେ ତାଙ୍କୁ ବହୁତ ସମୟ ଲାଗିଥିଲା ଏକଥା ବିଶ୍ୱାସ କରିବା ପାଇଁ ଯେ, ଜନ୍‌ ଓ ତାଙ୍କ ସମ୍ପର୍କ ଶେଷ ହୋଇ ସାରିଛି।

ଅନ୍ୟପକ୍ଷରେ ପ୍ରିୟାଙ୍କ ସହ ଜନ୍‌ଙ୍କର ଏକ କମନ୍ ଫ୍ରେଣ୍ଡ୍‌ ଜରିଆରେ ଏକ ଜିମ୍‌ରେ ଦେଖା ହୋଇଥିଲା। ସେହି ଜିମ୍‌ରେ ବିପାଶା ଓ ଜନ୍ ସାଙ୍ଗ ହୋଇ ୱାର୍କଆଉଟ୍‌ କରୁଥିଲେ। ସେଠାକୁ ପ୍ରିୟା ମଧ୍ୟ ୱାର୍କଆଉଟ୍‌ କରିବାକୁ ଆସୁଥିଲେ। କିନ୍ତୁ ପ୍ରିୟାଙ୍କ ସହ ଜନ୍‌ଙ୍କର ଆଫାୟାର୍‌ ଥିବା ସମ୍ପର୍କରେ ବିପାଶା ଜିମ୍‌ ଯିବା ସମୟରେ ଜାଣିପାରି ନ ଥିଲେ। ଆଉ ବିପାଶାଙ୍କ ସହ  ବ୍ରେକଅପ୍‌ ହୋଇଯିବା ପରେ ଜନ୍ ଆବ୍ରାହମ୍‌ ସେହି ୨୦୧୪ରେ ପ୍ରିୟାଙ୍କୁ ବିବାହ କରିଥିଲେ।



from Odisha Reporter https://ift.tt/2PDSCs1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages