
ପର୍ଥ: ଅଷ୍ଟ୍ରେଲିଆ ବିପକ୍ଷ ଦ୍ୱିତୀୟ ଟେଷ୍ଟ୍ରେ ବ୍ୟାଟିଂକୁ ନେଇ ପରାଜୟର ଦ୍ୱାରଦେଶରେ ପହଞ୍ଚିଥିବା ଟିମ୍ ଇଣ୍ଡିଆକୁ ଜବରଦସ୍ତ ଝଟ୍କା ଲାଗିଛି। ଆହତ ଥିବା ଯୋଗୁ ପ୍ରଥମ ଦୁଇଟି ଟେଷ୍ଟରୁ ବାଦ୍ ପଡ଼ିଥିବା ଟିମ୍ ଇଣ୍ଡିଆର ବିସ୍ମୟ ବ୍ୟାଟସ୍ମ୍ୟାନ୍ ପୃଥ୍ୱୀ ଶ’ ଏବେ ପୂରା ସିରିଜ୍ରୁ ବାଦ୍ ପଡ଼ିଛନ୍ତି। ତାଙ୍କ ଆହତ ସମସ୍ୟା ଗୁରୁତର ଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଛି। ତାଙ୍କ ସ୍ଥାନରେ ଅନ୍ୟତମ ଉଦୀୟମାନ ତାରକା ମୟଙ୍କ ଅଗ୍ରୱାଲଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ମେଲବର୍ଣ୍ଣ ଓ ସିଡ୍ନୀ ଟେଷ୍ଟ୍ ପାଇଁ ଦଳରେ ସାମିଲ କରାଯାଇଛି।
ପୃଥ୍ୱୀ ଶ’ ଅଷ୍ଟ୍ରେଲିଆ ବିପକ୍ଷରେ ଅଭ୍ୟାସ ମ୍ୟାଚ୍ ଖେଳୁଥିବା ବେଳେ ଆହତ ହୋଇଥିଲେ। ଏଥିପାଇଁ ତାଙ୍କୁ ପ୍ରଥମ ଦୁଇଟି ଟେଷ୍ଟରୁ ବାଦ ଦିଆଯାଇଥିଲା। ତେବେ ତୃତୀୟ ଟେଷ୍ଟରେ ସେ ଖେଳିବେ ବୋଲି କୋଚ ରବି ଶାସ୍ତ୍ରୀ କହିଥିଲେ। ଅନ୍ୟପକ୍ଷରେ ଟିମ୍ ଇଣ୍ଡିଆର ଦୁଇ ଓପନର କ୍ରମାଗତ ଫେଲ ମାରୁଥିବାରୁ ତୃତୀୟ ଟେଷ୍ଟ୍ର ପୃଥ୍ୱୀ ଓପନିଂ କରିବେ ବୋଲି କୁହାଯାଉଥିଲା।କିନ୍ତୁ ଏବେ ଶ’ ବାଦ୍ ପଡ଼ିବା ଟିମ୍ ଇଣ୍ଡିଆର ଚିନ୍ତା ବଢ଼ାଇ ଦେଇଛି।

from Odisha Reporter https://ift.tt/2Eu4dYu
No comments:
Post a Comment