ଓଡ଼ିଆ ପୁଅ ହେଲେ ମଧ୍ୟପ୍ରଦେଶ ମୁଖ୍ୟ ଶାସନ ସଚିବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 31, 2018

ଓଡ଼ିଆ ପୁଅ ହେଲେ ମଧ୍ୟପ୍ରଦେଶ ମୁଖ୍ୟ ଶାସନ ସଚିବ

ନୂଆଦିଲ୍ଲୀ: ପୁଣି ଜଣେ ଓଡ଼ିଆ ଆଇଏଏସ୍‌ ଅଫିସର ରାଜ୍ୟ ପାଇଁ ଗୌରବ ହାସଲ କରିଛନ୍ତି। ୧୯୮୨ ଆଇଏଏସ୍‌ ବ୍ୟାଚ୍‌ର ଅଫିସର ସୁଧୀ ରଞ୍ଜନ ମହାନ୍ତି ମଧ୍ୟପ୍ରଦେଶର ମୁଖ୍ୟ ଶାସନ ସଚିବ ପଦରେ ନିଯୁକ୍ତି ପାଇଛନ୍ତି। ମଧ୍ୟପ୍ରଦେଶରେ କ୍ଷମତାସୀନ ନୂଆ କଂଗ୍ରେସ ସରକାର ସୁଧୀ ରଞ୍ଜନଙ୍କୁ ଏହି ଦାୟିତ୍ୱ ଦେଇଛନ୍ତି।

ସେ ବର୍ତ୍ତମାନ ମଧ୍ୟପ୍ରଦେଶର ମୁଖ୍ୟ ଶାସନ ସଚିବ ଭାବେ କାର୍ଯ୍ୟ କରୁଥିବା ବିଏସ୍‌ ସିଂହଙ୍କ ସ୍ଥାନ ନେବେ। ୨୦୧୯ର ପ୍ରଥମ ଦିନ ଅର୍ଥାତ ଆସନ୍ତାକାଲି ହିଁ ଶ୍ରୀ ମହାନ୍ତି ମୁଖ୍ୟ ଶାସନ ସଚିବ ଭାବେ କାର୍ଯ୍ୟ ଆରମ୍ଭ କରିବେ।

ମଧ୍ୟପ୍ରଦେଶର ଏହି କ୍ୟାଡର ଏହି ଅଫିସର ଜଣଙ୍କ ପୂର୍ବରୁ ଅକ୍ଷୟ ଶକ୍ତି ଓ ଶିକ୍ଷା ବିଭାଗର ପ୍ରିନ୍ସିପାଲ ସଚିବ ଭାବେ କାର୍ଯ୍ୟ କରୁଥିଲେ। ୨୦୦୦ ମସିହା ଜାନୁଆରୀରୁ ୨୦ ୨୦୦୪ ଜାନୁଆରୀ ୮ ପର୍ଯ୍ୟନ୍ତ ଶ୍ରୀ ମହାନ୍ତି ମଧ୍ୟପ୍ରଦେଶ ରାଜ୍ୟ ଶିଳ୍ପ ବିକାଶ କର୍ପୋରେସନର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଛନ୍ତି।



from Odisha Reporter http://bit.ly/2GQ0lEa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages