ରଣଜୀ ମ୍ୟାଚ୍‌: ଓଡ଼ିଶା ବିପକ୍ଷରେ ସର୍ଭିସେସ୍‌ ଆଗୁଆ, ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ସିର୍ଭିସେସ ୧୮୩/୪ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 31, 2018

ରଣଜୀ ମ୍ୟାଚ୍‌: ଓଡ଼ିଶା ବିପକ୍ଷରେ ସର୍ଭିସେସ୍‌ ଆଗୁଆ, ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ସିର୍ଭିସେସ ୧୮୩/୪

ନୂଆଦିଲ୍ଲୀ: ରଣଜୀ ଟ୍ରଫି ରାଉଣ୍ଡ ୮ର ଏକ ମୁକାବିଲାରେ ଓଡ଼ିଶା ଓ ସର୍ଭିସେସ ମୁହାଁମୁହିଁ ହୋଇଛନ୍ତି। ଓଡ଼ିଶା ତା’ର ପ୍ରଥମ ଇନିଂସ୍‌ରେ ୧୭୭ ରନ୍‌ କରି ଅଲଆଉଟ୍‌ ହୋଇଯିବା ପରେ ସର୍ଭିସେସ୍‌ ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ୬ ରନ୍‌ର ଅଗ୍ରଣୀ ହାସଲ କରିଛି। ଷ୍ଟମ୍ପ ଅପସାରଣ ବେଳକୁ ସର୍ଭିସେସ୍‌ ୪ ୱିକେଟ୍‌ ହରାଇ ୧୮୩ ରନ୍‌ କରିଥିଲା। ଦଳ ପକ୍ଷରୁ ଅଧିନାୟକ ରଜତ ପାଲିୱାଲ ୨୨ ଓ ବିକାଶ ହାଥୱାଲା ୯ ରନ୍‌ କରି ଅପରାଜିତ ରହିଛନ୍ତି।

ଓଡ଼ିଶା ପକ୍ଷରୁ ଅଭିଷେକ ରାଉତ ୨ଟି ୱିକେଟ୍‌ ନେଇଥିବା ବେଳେ ଗୋବିନ୍ଦ ପୋଦ୍ଦାର ଓ ଅନୁରାଗ ଷଡ଼ଙ୍ଗୀ ଗୋଟିଏ ଲେଖାଏ ୱିକେଟ୍‌ ନେଇଛନ୍ତି।

ଦିଲ୍ଲୀର ପାଲାମ ଷ୍ଟାଡିୟମରେ ଗତକାଲି ଓଡ଼ିଶାର ଅଧିନାୟକ ବିପ୍ଳବ ସାମନ୍ତରାୟ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଦଳ କିନ୍ତୁ ମାତ୍ର ୧୭୭ ରନ୍‌ କରି ଅଲଆଉଟ୍‌ ହୋଇଯାଇଥିଲା। ଦଳ ପକ୍ଷରୁ ଅଭିଷେକ ରାଉତ ୫୬, ବିପ୍ଳବ ୪୧ ଓ ଦେବାଶିଷ ସାମନ୍ତରାୟ ୨୬ ରନ୍‌ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟସ୍‌ମ୍ୟାନ୍‌ ଦୁଇ ଅଙ୍କ ଛୁଇଁ ପାରି ନଥିଲେ।

ଏହାର ଜବାବରେ ସର୍ଭିସେସ ଗତକାଲି ଗୋଟିଏ ଓଭର ବ୍ୟାଟିଂ କରି ୧ ରନ୍‌ କରିଥିଲା।

ଆଜି ଦ୍ୱିତୀୟ ଦିନରେ ସର୍ଭିସେସର ଦୁଇ ଓପନର୍‌ ନଭନୀତ ସିଂହ ଓ ରବି ଚୌହାନ ବେଶ ସତର୍କତାର ସହ ବ୍ୟାଟିଂ କରିଥିଲେ। ଉଭୟ ପ୍ରଥମ ୱିକେଟ୍‌ ପାଇଁ ୮୭ ରନ୍‌ର ଭାଗୀଦାରି କରିଥିଲେ। ତେବେ ରବି ଚୌହାନ ୪୮ ରନ୍‌ କରିଥିବା ବେଳେ ତାଙ୍କୁ ଅନୁରାଗ ଷଡ଼ଙ୍ଗୀ ଆଉଟ୍‌ କରି ଦଳକୁ ପ୍ରଥମ ସଫଳତା ଦେଇଥିଲେ। ଏହାପରେ ମୋହିତ ଆହାଲୱାଟ ୨୫ ରନ୍‌ କରି ଅଭିଷେକ ରାଉତ୍‌ଙ୍କ ବଲ୍‌ରେ ଆଉଟ୍‌ ହୋଇଥିଲେ। ଇତି ମଧ୍ୟରେ ନଭନୀତ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। କିନ୍ତୁ ୬୪ ରନ୍‌ କରିଥିବା ନଭନୀତଙ୍କୁ ଅଭିଷେକ ନିଜର ଦ୍ୱିତୀୟ ଶିକାର କରିଥିଲେ। ଜି ରାହୁଲ ସିଂହ(୧୧)ଙ୍କୁ ଗୋବିନ୍ଦ ପୋଦ୍ଦାର ଆଉଟ୍‌ କରି ଦଳକୁ ସଅଳ ସଫଳତା ଦେଇଥିଲେ। ଏହାପରେ ରଜତ ଓ ବିକାଶ ଦିବସର ଖେଳ ଶେଷ ପର୍ଯ୍ୟନ୍ତ ଆଉ କୌଣସି କ୍ଷତି ଘଟାଇବାକୁ ଦେଇ ନଥିଲେ। ସର୍ଭିସେସ ପାଖରେ ଆଉରି ୬ଟି ୱିକେଟ୍‌ ଥିବାରୁ ଦଳର ବୃହତ ଅଗ୍ରଣୀ ହାସଲ ଲକ୍ଷ୍ୟ ରହିବ।



from Odisha Reporter http://bit.ly/2RrwHJA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages