ଭାରତ ଫେରିବେ ମାଲ୍ୟା, ଅନୁମତି ଦେଲେ ଲଣ୍ଡନ କୋର୍ଟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 10, 2018

ଭାରତ ଫେରିବେ ମାଲ୍ୟା, ଅନୁମତି ଦେଲେ ଲଣ୍ଡନ କୋର୍ଟ

ଲଣ୍ଡନ୍‌: ପଳାତକ ଘୋଷିତ ମଦ ବ୍ୟବସାୟୀ ବିଜୟ ମାଲ୍ୟା ଭାରତ ଫେରିବାକୁ ବାଟ ଫିଟିଛି। ତାଙ୍କୁ ଭାରତକୁ ପ୍ରତ୍ୟର୍ପଣ କରିବାକୁ ଆଜି ବ୍ରିଟେନ୍‌ର ଏକ କୋର୍ଟ ରୁଲିଂ ଦେଇଛନ୍ତି। ଏହି ନିର୍ଦ୍ଦେଶ ପରେ ବ୍ରିଟେନ୍‌ ସରକାର ଭାରତ ବିଭିନ୍ନ ବ୍ୟାଙ୍କରୁ ୯ ହଜାର କୋଟି ଟଙ୍କା ଋଣ ନେଇ ଫେରାର ହୋଇଥିବା ମାଲ୍ୟାଙ୍କୁ ନୂଆଦିଲ୍ଲୀ ବିଦା କରିବାକୁ ଯୋଜନା ଆରମ୍ଭ କରିଛନ୍ତି। ତେବେ ମାଲ୍ୟା ଏହି ରାୟକୁ ଉପର କୋର୍ଟରେ ଚ୍ୟାଲେଞ୍ଜ କରି ପ୍ରତ୍ୟର୍ପଣ ଆଦେଶ ଉପରେ ରୋକ ମଧ୍ୟ ଲଗାଇ ପାରନ୍ତି।

ଆଜି କୋର୍ଟରେ ହାଜର ହେବା ପୂର୍ବରୁ ରିପୋର୍ଟରମାନଙ୍କୁ ଋଣ ଟଙ୍କା ଫେରାଇବା ନେଇ ତାଙ୍କ ପୂର୍ବ ବକ୍ତବ୍ୟ ଦୋହରାଇଥିଲେ। ସେ କହିଥିଲେ “ ମୁଁ କାହା ଟଙ୍କା ଖାଇଯାଇ ନାହିଁ। ମୁଁ ଶତ ପ୍ରତିଶତ ଟଙ୍କା ଫେରାଇବାକୁ ପ୍ରସ୍ତୁତ ରହିଛି। କିନ୍ତୁ ପ୍ରଥମେ ମୋ କମ୍ପାନୀ କିଙ୍ଗଫିଶର ଏୟାରଲାଇନ୍ସରେ କାମ କରୁଥିବା କର୍ମଚାରୀମାନେ ଟଙ୍କା ପାଇବା ଦରକାର। ମୁଁ କାହାଠାରୁ ଟଙ୍କାଟିଏ ଋଣ ନେଇନାହିଁ। କିଙ୍ଗ ଫିଶର ଏୟାରଲାଇନ୍ସ ନେଇଛି। ବ୍ୟବସାୟ କ୍ଷତିରେ ଚାଲିବାରୁ ଟଙ୍କା ବୁଡ଼ି ଯାଇଛି। ମୁଁ କେବଳ ଗ୍ୟାରେଣ୍ଟର ଥିଲି। ତେଣୁ ମୁଁ କୌଣସି ଜାଲିଆତି କରିନାହିଁ।”

୨୦୧୬ରୁ ବିଜୟ ମାଲ୍ୟା ବିଭିନ୍ନ ବ୍ୟାଙ୍କରୁ ଋଣ ନେଇ ଲଣ୍ଡନ ପଳାଇଥିଲେ। ସେ ବାରମ୍ବାର ନୋଟିସ୍‌ ପାଇ ସ୍ୱଦେଶ ନ ଫେରିବାରୁ ତାଙ୍କୁ ପଳାତକ ଘୋଷଣା କରାଯାଇଥିଲା। ଗତବର୍ଷ ତାଙ୍କୁ ବ୍ରିଟେନ୍‌ରେ ଗିରଫ କରାଯାଊ ଥିଲେ ହେଁ ସେ ଜାମିନ୍‌ରେ ଖଲାସ ହୋଇଛନ୍ତି।



from Odisha Reporter https://ift.tt/2L6UNDQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages