ବଡ଼ଦିନ ଭୋଜି ପାଇଁ ଦେଶୀକୁକୁଡ଼ା ଆଣିବାକୁ ଯାଇଥିଲେ, ବହେ ଖାଇଲେ ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 26, 2018

ବଡ଼ଦିନ ଭୋଜି ପାଇଁ ଦେଶୀକୁକୁଡ଼ା ଆଣିବାକୁ ଯାଇଥିଲେ, ବହେ ଖାଇଲେ !

ଜଳେଶ୍ୱର (ଅଜିତ ଦାସ): ବଡ଼ଦିନରେ ବଡ଼ ଭୋଜି ଆୟୋଜନ କରାଯିବ। ଭୋଜିରେ ମାଂସ ଝୋଳ ହେବ। ସେଥିପାଇଁ ଦେଶୀ କୁକୁଡ଼ା ଆଣିବାକୁ ପୁଲିସ ବାବୁମାନେ ସାଦା ପୋଷାକରେ ଯାଇଥିଲେ। କୁକୁଡ଼ା ତ ମିଳିଲାନି। କିନ୍ତୁ ବହେ ମାଡ଼ ଖାଇଲେ। କୁକୁଡ଼ା ଲଢ଼େଇ କରିବାକୁ ଆସିଥିବା ଲୋକଙ୍କଠାରୁ ଅପଦସ୍ତ ବି ହେଲେ। ଏପରି ଏକ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲାର ରୂପ୍‌ସା ଥାନା ଅଞ୍ଚଳରେ।
ଗତକାଲି ଥିଲା ବଡ଼ଦିନ। ଏହି ଅବସରରେ ବାଲେଶ୍ୱର ଜିଲ୍ଲା ରୂପ୍‌ସା ଥାନା ଅନ୍ତର୍ଗତ ଜୁମୁନିଆ ଗାଁରେ କୁକୁଡ଼ା ଲଢ଼େଉ ହେଉଥିଲା। କୁକୁଡ଼ା ଲଢ଼େଇ କରିବା ଓ ଦେଖିବା ପାଇଁ ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାର ବହୁ ଲୋକଙ୍କ ସମାଗମ ହୋଇଥିଲା। ଖେଳ ଚାଲିଥିବା ବେଳେ କେତେକ ପୁଲିସ କର୍ମଚାରୀ ସାଦା ପୋଷାକରେ ସେଠାରେ ପହଞ୍ଚି କୁକୁଡ଼ା ମାଗିଥିବା ଅଭିଯୋଗ ହୋଇଥିଲା।
ମାତ୍ର ସେମାନଙ୍କୁ କୁକୁଡ଼ା ଦିଆଯିବ ନାହିଁ ବୋଲି ଲୋକେ ରୋକ୍‌ଠୋକ୍‌ ଶୁଣାଇ ଦେଇଥିଲେ। ଲୋକଙ୍କ ଭିଡ଼ ଦେଖି ସାଦା ପୋଷାକରେ ଥିବା ପୁଲିସ କର୍ମଚାରୀମାନେ ସେମାନଙ୍କ ତାଉ ଦେଖାଇ ନଥିଲେ। କିନ୍ତୁ ବେଆଇନ୍‌ ଭାବେ କୁକୁଡ଼ା ଲଢ଼େଇ ହେଉଥିବା ସଂପର୍କରେ ରୂପ୍‌ସା ଥାନାକୁ ଖବର ଦେଇଥିଲେ।
ରୂପ୍‌ସା ଥାନା ଓଆଇସି ସଦଳବଳେ ସେଠାରେ ପହଞ୍ଚି କୁକୁଡ଼ା ଲଢ଼େଇକୁ ବିରୋଧ କରିଥିଲେ। ଏପରିକି କୁକୁଡା ଲଢ଼େଇ କରିବା ପାଇଁ ଆସିଥିବା ବ୍ୟକ୍ତିକୁ ଧରିବାକୁ ପୁଲିସ ଚେଷ୍ଟା କରିଥିଲା। ଏହାକୁ ନେଇ ପୁଲିସ ଓ କୁକୁଡ଼ା ଲଢ଼େଇ କରିବା ପାଇଁ ଆସିଥିବା ଲୋକଙ୍କ ମଧ୍ୟରେ ଯୁକ୍ତିତର୍କ ଏବଂ ଠେଲାପେଲା ହୋଇଥିଲା। ଏପରିକି ପୁଲିସ ଗାଡ଼ି ଭଙ୍ଗାରୁଜା ହୋଇଥିବା ଅଭିଯୋଗ ହୋଇଛି।
ସ୍ଥାନୀୟ ଲୋକଙ୍କ ଉଗ୍ରରୂପ ଦେଖି ପୁଲିସ ସେଠାରୁ ଛତ୍ରଭଙ୍ଗ ଦେଇଥିଲା। ତେବେ ପୁଲିସ ପ୍ରତିଶୋଧ ପରାୟଣ ହୋଇ ଗତକାଲି ରାତି ପ୍ରାୟ ୧୨ଟା ବେଳେ ଉକ୍ତ ଗାଁରେ ପହଞ୍ଚି କୁକୁଡ଼ା ଲଢ଼େଇ ଆୟୋଜନ କରୁଥିବା ୬ ଜଣଙ୍କୁ ଗିରଫ କରିଛି। ମାତ୍ର ଗଣ୍ଡଗୋଳ କରିଥିବା ଲୋକ ଗିରଫ ହୋଇନାହାଁନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଶୀତଋତୁରେ ବାଲେଶ୍ୱର ଓ ମୟୂରଭଞ୍ଜ ସୀମାବର୍ତ୍ତୀ ଅଞ୍ଚଳରେ କୁକୁଡ଼ା ଲଢ଼େଇର ଆୟୋଜନ ଖୋଲାଖୋଲି ହୋଇଥାଏ। ସ୍ଥାନୀୟ ପୁଲିସ ଲାଞ୍ଚ ନେଇ କୁକୁଡ଼ା ଲଢ଼େଇ କରିବା ପାଇଁ ଅନୁମତି ଦେଉଥିବା ଅଭିଯୋଗ ହୋଇଆସିଛି। ଗତକାଲି କୁକୁଡ଼ା ଲଢ଼େଇ କରିବା ପାଇଁ ଆସିଥିବା ଲୋକଙ୍କଠାରୁ ମାଡ଼ ଖାଇବା ପରେ ଏବେ ପୁଲିସର ନିଦ ଭାଙ୍ଗିଛି।



from Odisha Reporter http://bit.ly/2ELuIsF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages