୧୯ ନିର୍ବାଚନ ପାଇଁ ୧୮ ରାଜ୍ୟରେ ପ୍ରଭାରୀ ତାଲିକା ପ୍ରକାଶ କଲା ବିଜେପି: ଓଡ଼ିଶାରେ କିଏ ଜାଣନ୍ତୁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 26, 2018

୧୯ ନିର୍ବାଚନ ପାଇଁ ୧୮ ରାଜ୍ୟରେ ପ୍ରଭାରୀ ତାଲିକା ପ୍ରକାଶ କଲା ବିଜେପି: ଓଡ଼ିଶାରେ କିଏ ଜାଣନ୍ତୁ

ନୂଆଦିଲ୍ଲୀ:୨୦୧୯ ନିର୍ବାଚନ ପାଇଁ ବିଭିନ୍ନ ଦଳ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା ବେଳେ ବିଜେପି ପକ୍ଷରୁ ବୁଧବାର ୧୮ଟି ରାଜ୍ୟର ପ୍ରଭାରୀ ଓ ସହ ପ୍ରଭାରୀ ତାଲିକା ପ୍ରକାଶ ପାଇଛି। ବିଜେପି ଅଧ୍ୟକ୍ଷ ଅମିତ୍‌ ଶାହଙ୍କ ଅଧ୍ୟକ୍ଷତାରେ ଏହି ତାଲିକା ପ୍ରକାଶ ପାଇଛି। ଗୋବର୍ଦ୍ଧନ ଇଡ୍‌ପାଡ଼ୟା, ଦୁଷ୍ମନ୍ତ ଗୌତମ ଏବଂ ନରୋତ୍ତମ ମିଶ୍ରାଙ୍କୁ ସର୍ବାଧିକ ଆସନ ଥିବା ଉତ୍ତରପ୍ରଦେଶ ପାଇଁ ଦାୟିତ୍ୱ ଦିଆଯାଇଛି। ବିଜେପିର ରାଷ୍ଟ୍ରୀୟ ମହାସଚିବ ଅରୁଣ ସିଂହ କରିଛନ୍ତି ଯେ, ଆନ୍ଧ୍ରପ୍ରଦେଶର ଦାୟିତ୍ୱ ବି.ମୁରଲୀଧରନ୍‌ ଏବଂ ସୁନିଲ ଦେଓଧରଙ୍କୁ ଦାୟିତ୍ୱ ଦିଆଯାଇଛି।

ମହେନ୍ଦ୍ର ସିଂହଙ୍କୁ ଆସାମ, ଭୂପେନ୍ଦ୍ର ଯାଦବଙ୍କୁ ବିହାର, ଡା. ଅନିଲ ଜୈନଙ୍କୁ ଛତିଶଗଡ଼, ଓମ୍‌ ପ୍ରକାଶ ମାଥୁରଙ୍କୁ ଗୁଜରାଟ, ତୀର୍ଥ ସିଂହ ରାଓତଙ୍କୁ  ହିମାଚଳପ୍ରଦେଶ, ମଙ୍ଗଲ ପାଣ୍ଡବଙ୍କୁ ଝାରଖଣ୍ଡ, ସ୍ୱତନ୍ତ୍ର ଦେବ ସିଂହ ଏବଂ ସତିଶ ଉପାଧ୍ୟାୟଙ୍କୁ ମଧ୍ୟପ୍ରଦେଶରେ ପ୍ରଭାରୀ ନିଯୁକ୍ତ କରାଯାଇଛି।

ନିଲନ କୋହଲିଙ୍କୁ ଦୁଇଟି ରାଜ୍ୟ ମଣିପୁର ଏବଂ ନାଗାଲାଣ୍ଡରେ ଦାୟିତ୍ୱ ଦିଆଯାଇଛି। ଏହାବାଦେ ଅରୁଣ ସିଂହଙ୍କୁ ଓଡ଼ିଶାରେ ଅପରିବର୍ତ୍ତିତ ରଖାଯାଇଛି। କ୍ୟାପ୍ଟେନ୍ ଅଭିମନ୍ୟୁଙ୍କୁ ପଞ୍ଜାବ ଏବଂ ଚଣ୍ଡିଗଡ଼, ପ୍ରକାଶ ଜାଭେଡକର ଏବଂ ସୁଧାଂଶୁ ତ୍ରିଭେଦିଙ୍କୁ ରାଜସ୍ଥାନ୍, ନିତିନ ନବୀନ୍‌ଙ୍କୁ ସିକିମ ପାଇଁ ଦାୟିତ୍ୱ ଦିଆଯାଇଛି।



from Odisha Reporter http://bit.ly/2Rotrid

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages