
ସୁନ୍ଦରଗଡ଼ (ବିଜୟ ବରୁଆ): ସେକ୍ସ ରାକେଟ୍ ଚାଲିଥିବା ସନ୍ଦେହ କରି ଆଜି ସୁନ୍ଦରଗଡ଼ ଏସ୍ପି ସୌମ୍ୟା ମିଶ୍ରାଙ୍କ ନେତୃତ୍ୱରେ ଏକ ଟିମ୍ ଟାଉନ୍ ଥାନା ଅନ୍ତର୍ଗତ କେରେଇରେ ଏକ ଲଜ୍ରେ ଚଢ଼ଉ କରିଥିଲା। ଏହି ସମୟରେ ଲଜ୍ର ୪ଟି ରୁମ୍ରୁ ୪ ଯୋଡ଼ି ପ୍ରେମୀ ଯୁଗଳଙ୍କୁ ଉଦ୍ଧାର କରାଯାଇଥିଲା। ପୁଲିସ ସେମାନଙ୍କ ମୋବାଇଲ୍ ଜବତ କରି ସେଥିରୁ ଦୁଇ ଯୋଡ଼ିଙ୍କୁ ଛାଡ଼ି ଦେଇଥିଲା। ଅନ୍ୟ ଦୁଇ ଯୋଡ଼ିଙ୍କୁ ପୁଲିସ ଅଟକ ରଖି ପଚରାଉଚରା ଚଳାଇଛି। ତେବେ ସେମାନେ ସେଠାକୁ କାହିଁକି ଆସିଥିଲେ ଓ ରୁମ୍ ଭିତରେ କଣ କରୁଥିଲେ ତାହାର ତଦନ୍ତ ଚଳାଇଛି ପୁଲିସ। କିନ୍ତୁ ଏହା ସେକ୍ସ ରାକେଟ ନୁହେଁ ବୋଲି ପୁଲିସ କହିଛି।
ସୂଚନାରୁ ପ୍ରକାଶ, ଆଜି ଚଢ଼ଉ ହୋଇଥିବା ଲଜ୍ରେ ପୂର୍ବରୁ ସେକ୍ସ ରାକେଟ୍ ଚାଲୁଥିବା ଅଭଯୋଗ ହେଉଥିଲା। ଏଠାରେ ବାହାରୁ ଝିଅଙ୍କୁ ଅଣାଯାଇ ଦେହ ବେପାରରେ ନିୟୋଜିତ କରାଯାଉଥିବା ସନ୍ଦେହ କରାଯାଉଥିଲା। ତେବେ ଆଜି କୌଣସି ସୂତ୍ରରୁ ଖବର ପାଇ ଏସ୍ପି ସୌମ୍ୟା ମିଶ୍ରାଙ୍କ ନେତୃତ୍ୱରେ ଏସ୍ଡିପିଓ ବଳଭଦ୍ର ଦୀପ ଓ ଟାଉନ୍ ଥାନା ଅଧିକାରୀ ଅଶୋକ ଗିରି ପ୍ରମୁଖ ଲଜ୍ରେ ଚଢ଼ଉ କରି ୪ ଯୋଡ଼ି ଯୁବକ ଓ ଯୁବତୀଙ୍କୁ ଉଦ୍ଧାର କରିଥିଲେ। ଯୁବକମାନେ ସ୍ଥାନୀୟ ଅଞ୍ଚଳର ହୋଇଥିବା ବେଳେ ଯୁବତୀମାନେ ସମ୍ୱଲପୁର, ଝାରସୁଗୁଡ଼ା ଓ ସୁବର୍ଣ୍ଣପୁର ଜିଲ୍ଲାର ବୋଲି ଜଣାପଡ଼ିଛି।
from Odisha Reporter https://ift.tt/2PBsUo4
No comments:
Post a Comment