ବର୍ଦ୍ଧିତ ତୈଳଦରକୁ ନେଇ ଫ୍ରାନ୍ସରେ ପରିସ୍ଥିତି ଭୟାବହ, ଲାଗିପାରେ ଇମର୍ଜେନ୍ସି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 2, 2018

ବର୍ଦ୍ଧିତ ତୈଳଦରକୁ ନେଇ ଫ୍ରାନ୍ସରେ ପରିସ୍ଥିତି ଭୟାବହ, ଲାଗିପାରେ ଇମର୍ଜେନ୍ସି

ପ୍ୟାରିସ୍‌: ବର୍ଦ୍ଧିତ ତୈଳ ଦର ଏବଂ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ଫ୍ରାନ୍ସରେ ସୋଶାଲ ମିଡିଆ ତାତିବାପରେ ପରିସ୍ଥିତି ବର୍ତ୍ତମାନ ଉଗ୍ରରୂପ ଧାରଣ କରିଥିବା ଜଣାଯାଇଛି। ଚଳିତ ଦଶନ୍ଧିର ଅନ୍ୟତମ ଚରମ ଗୃହଯୁଦ୍ଧର ମୁକାବିଲା ପାଇଁ ଇମର୍ଜେନ୍ସି ବା ଜରୁରୀକାଳୀନ ପରିସ୍ଥିତି ଜାରି କରାଯିବାର ସମ୍ଭାବନା ରହିଛି। ରବିବାର ଏନେଇ ସରକାରୀ ମୁଖପାତ୍ର ବେଞ୍ଜାମିନ୍‌ ଗ୍ରିଭ ସୂଚନା ଦେଇଛନ୍ତି।

ମୁଖାପିନ୍ଧା କିଛି ଗୋଷ୍ଠୀ ଲୁହାଛଡ଼ ଏବଂ ଅନ୍ୟ ମାରଣାସ୍ତ୍ର ସହିତ ବିଭିନ୍ନ ଗଳିରେ ହିଂସାକାଣ୍ଡ ଘଟାଇବା ଆରମ୍ଭ କରିଛନ୍ତି। ଡଜନ୍‌ ଡଜନ୍‌ ଗାଡ଼ି ଜଳାଇ ଦିଆଯାଇଛି। ଏନେଇ ଗ୍ରିଭ କହିଛନ୍ତି, ଆମେ ଆଲୋଚନା କରୁଛୁ, କିଭଳି ପଦକ୍ଷେପ ନିଆଗଲେ ଯେମିତି ଭବିଷ୍ୟତରେ ଆଉ ଏଭଳି ଘଟିବନାହିଁ।

ଏନେଇ ରାଷ୍ଟ୍ରପତି ଇମାନୁଏଲ ମ୍ୟାକରନ୍‌ ପ୍ରଧାନମନ୍ତ୍ରୀ ଏବଂ ଅନ୍ତରୀଣ ମନ୍ତ୍ରୀ ଏକ ଜରୁରୀକାଳୀନ ବୈଠକ ଡାକିଛନ୍ତି। ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା ଆରମ୍ଭ କରିବା ପାଇଁ ଏବଂ ହିଂସା ଦମନ ପାଇଁ ଉପାୟ ବାହାର କରାଯିବ।

ସଂଘର୍ଷ ଓ ହିଂସା ଦମନ ପାଇଁ ଲୁହ ଗ୍ୟାସ୍‌ ପ୍ରୟୋଗ କରାଯାଇଛି ଏବଂ ୧୭ଜଣଙ୍କ ସୁରକ୍ଷାକର୍ମୀଙ୍କ ସମେତ ୧୧୦ ଜଣ ଆହତ ହୋଇଛନ୍ତି। ଏଥିରେ ୨୭୦ଜଣ ଗିରଫ ହୋଇଥିବା ଜଣାଯାଇଛି।

ତୈଳଦର ବୃଦ୍ଧି ପ୍ରତିବାଦରେ ଏହି ପ୍ରତିବାଦକୁ ‘ୟେଲୋ ଭେଷ୍ଟ’ ଆନ୍ଦୋଳନ କୁହାଯାଉଛି। ଇମାନୁଏଲ କହିଛନ୍ତି ବିଶ୍ୱତାପନର ମୁକାବିଲା ପାଇଁ ତୈଳର ସର୍ବନିମ୍ନ ବ୍ୟବହାରକୁ ସୁନିଶ୍ଚିତ କରିବାକୁ ଏପରି ତୈଳନୀତି ନିର୍ଦ୍ଧାରଣ କରାଯାଇଛି। ଗତ ୧୨ ମାସରେ ତୈଳଦର ୧୨ ପ୍ରତିଶତ ବୃଦ୍ଧି ପାଇଛି। ୨୦୦୦ ମସିହା ପରଠାରୁ ବର୍ତ୍ତମାନର ତୈଳଦର ସର୍ବାଧିକ ରହିଛି।



from Odisha Reporter https://ift.tt/2BLiAWR

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages