
ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ବହୁଚର୍ଚ୍ଚିତ ପୋଲାଭରମ୍ ମାମଲାରେ କେନ୍ଦ୍ର ସରକାର ୟୁ ଟର୍ଣ୍ଣ ମାରିଛନ୍ତି। ଫଳରେ ଏହା ନୂଆ ମୋଡ଼ ନେଇଛି। ଗୁରୁବାର ସୁପ୍ରିମକୋର୍ଟରେ ଶୁଣାଣି ବେଳେ ଓଡ଼ିଶା ଓ ଛତିଶଗଡ଼ରେ ସ୍ୱତନ୍ତ୍ର ସଂସ୍ଥା ନିୟୋଜିତ କରି ଜନଶୁଣାଣି କରିବା ପାଇଁ କେନ୍ଦ୍ର ସରକାର ସମ୍ମତି ଜଣାଇଥିବା ବେଳେ ଶନିବାର ସାନି ସତ୍ୟପାଠ ଦାଖଲ କରି ଏଥିରୁ ଓହରି ଯାଇଛନ୍ତି।
ସତ୍ୟାପାଠରେ କେନ୍ଦ୍ର ସରକାର କହିଛନ୍ତି, “ ସ୍ୱତନ୍ତ୍ର ସଂସ୍ଥା ନିୟୋଜିତ କରି ଓଡ଼ିଶା ଓ ଛତିଶଗଡ଼ରେ ଜନଶୁଣାଣି ଲାଗି ଭୁଲବଶତଃ କୁହାଯାଇଛି।”
ଏଥିପାଇଁ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ କ୍ଷମା ପ୍ରାର୍ଥନା ମଧ୍ୟ କରିଛନ୍ତି। ଫଳରେ ଆସନ୍ତାକାଲି ସୁପ୍ରିମକୋର୍ଟରେ ତିନିଜଣିଆ ଖଣ୍ଡପୀଠ ଯେଉଁ ଶୁଣାଣି କରିବେ, ତା ଉପରେ ସମସ୍ତଙ୍କ ନଜର ରହିଛି।
ସ୍ୱତନ୍ତ୍ର ସଂସ୍ଥା ଦ୍ୱାରା ପ୍ରସ୍ତାବିତ ଜନଶୁଣାଣିର ସର୍ତ୍ତାବଳୀ ଓ ମାନଦଣ୍ଡ କଣ ରହିବ, ସେନେଇ ସତ୍ୟପାଠ ମାଧ୍ୟମରେ ସ୍ପଷ୍ଟ କରିବାକୁ ସୁପ୍ରିମକୋର୍ଟ ଗୁରୁବାର ଶୁଣାଣି ବେଳେ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ କେନ୍ଦ୍ର ପ୍ରଥମେ ସମ୍ମତି ଜଣାଇଥିଲେ ମଧ୍ୟ ପରେ ଓହରିଯାଇଛି।
from Odisha Reporter https://ift.tt/2AGam0f
No comments:
Post a Comment