
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଓଡ଼ିଶା ସମ୍ପର୍କରେ ଅରୁଚିକର ମନ୍ତବ୍ୟ ଦେଇ ଗିରଫ ହୋଇଥିବା ଦିଲ୍ଲୀର ସାମ୍ବାଦିକ ଅଭିଜିତ୍ ଆୟର ମିତ୍ରଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଝାରପଡ଼ା ଜେଲରେ ସେ ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ଗତକାଲି ବିଳମ୍ବିତ ରାତ୍ରିରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜେଲ୍ ସୂତ୍ରରୁ ଜଣାପଡ଼ିଛି।
ତେବେ ଏ ସମ୍ପର୍କରେ କ୍ୟାପିଟାଲ ହସ୍ପିଟାଲ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଅଭିଜିତ୍ ଆୟରଙ୍କର କିଛି ସର୍ଜିକାଲ ସମସ୍ୟା ଯୋଗୁ ଗତକାଲି ରାତିରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସର୍ଜିକାଲ ସ୍ପେଶାଲିଷ୍ଟଙ୍କ ଦ୍ୱାରା ତାଙ୍କର ଚିକିତ୍ସା ଚାଲିଛି। ସେ ସୁସ୍ଥ ହେବା ପାଇଁ ୨ରୁ ୪ଦିନ ସମୟ ଲାଗିବ। ଶ୍ରୀ ଆୟରଙ୍କୁ ଗତକାଲି ରାତିରେ କଡ଼ା ସୁରକ୍ଷା ମଧ୍ୟରେ କ୍ୟାପିଟାଲ ହସ୍ପିଟାଲ ଅଣାଯାଇଥିଲା। ଏବେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ କଡ଼ା ସୁରକ୍ଷାବଳୟ ମଧ୍ୟରେ ରଖାଯାଇଛି।
ଅଭିଜିତଙ୍କ ପ୍ରସଙ୍ଗରେ ଟ୍ୱିଟ୍ କରି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା କହିଛନ୍ତି ଯେ, ଭୁଲ୍ ପାଇଁ କ୍ଷମା ମାଗି ସାରିଥିବା ଅଭିଜିତଙ୍କ କ୍ଷେତ୍ରରେ ଆତ୍ମନିରୀକ୍ଷଣ ହେବା ଉଚିତ। ନିଜର ମନ୍ତବ୍ୟ ପାଇଁ କ୍ଷମା ମାଗିବା ସତ୍ୱେ ସେ ୫ସପ୍ତାହ ହେଲା ଜେଲରେ ଅଛନ୍ତି। ଏପରିକି ଓଡ଼ିଶା ବିଧାନସଭା ମଧ୍ୟ ତାଙ୍କୁ କ୍ଷମା କରିସାରିଛି। ବଡ଼ବଡ଼ ଅପରାଧୀମାନେ ଜେଲ ଯିବା ମାତ୍ରେ ସେମାନଙ୍କୁ ହସ୍ପିଟାଲ ପଠାଯାଉଛି। ହତ୍ୟାକାରୀ ଓ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ମଧ୍ୟ ଅପେକ୍ଷାକୃତ କମ ସମୟରେ ଶୀଘ୍ର ଜାମିନ ମିଳୁଛି। ତେଣୁ ଅଭିଜିତଙ୍କ କ୍ଷେତ୍ରରେ ଆତ୍ମନିରୀକ୍ଷଣର ଆବଶ୍ୟକତା ରହିଛି।
ଉଲ୍ଲେଖଯୋଗ୍ୟ, ଓଡ଼ିଶାର ଐତିହ୍ୟ ଓ ପରମ୍ପରା ସମ୍ପର୍କରେ ଅରୁଚିକର ମନ୍ତବ୍ୟ ଦେବା ଅଭିଯୋଗରେ ଶ୍ରୀ ଆୟରଙ୍କୁ ଗିରଫ କରାଯାଇଥିଲା।
from Odisha Reporter https://ift.tt/2SjzNfs
No comments:
Post a Comment