କାହାକୁ ମୁଖ୍ୟମନ୍ତ୍ରୀ କରିବ କଂଗ୍ରେସ, ଚିନ୍ତାରେ ହାଇକମାଣ୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 12, 2018

କାହାକୁ ମୁଖ୍ୟମନ୍ତ୍ରୀ କରିବ କଂଗ୍ରେସ, ଚିନ୍ତାରେ ହାଇକମାଣ୍ଡ

ଜୟପୁର,ଭୋପାଲ,ରାୟପୁର: ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ କଂଗ୍ରେସ ବାଜିମାତ କରିବା ପରେ ବୁଧବାରଠାରୁ ସରକାର ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି। ତେବେ ଦଳୀୟ ହାଇକମାଣ୍ଡ କାହାକୁ ମୁଖ୍ୟମନ୍ତ୍ରୀ କରିବେ, ତା’କୁ ନେଇ ଏବେ ଚିନ୍ତାରେ ପଡ଼ିଛନ୍ତି। ମଧ୍ୟପ୍ରଦେଶରେ ଏବେ ଜ୍ୟୋତିରାଦିତ୍ୟ ସିନ୍ଧିଆ ଓ କମଲ ନାଥ ମୁଖ୍ୟମନ୍ତ୍ରୀ ହେବା ଦୌଡ଼ରେ ରହିଛନ୍ତି। ବରିଷ୍ଠ ନେତାମାନେ କମଲ ନାଥଙ୍କୁ ମୁଖ୍ୟମନ୍ତ୍ରୀ କରିବାକୁ ଜିଦ୍‌ ଧରିଥିବା ବେଳେ ଯୁବଗୋଷ୍ଠୀ ସିନ୍ଧିଆଙ୍କ ସମର୍ଥନରେ ବାହାରିଛନ୍ତି। ଏପରି କି ସିନ୍ଧିଆଙ୍କ ସମର୍ଥନରେ ଏକ ବାଇକ୍‌ ଶୋଭାଯାତ୍ରା ମଧ୍ୟ କରାଯାଇଛି।

ଉଭୟ ନେତା ଏ ସମ୍ପର୍କରେ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି। ତେବେ ସିନ୍ଧିଆ କହିଛନ୍ତି, ଦଳୀୟ ହାଇକମାଣ୍ଡ ଯାହା ନିଷ୍ପତ୍ତି ନେବେ ମୁଁ ସେଥିରେ ରାଜି। ଯଦି ଲୋକଙ୍କ ସେବା କରିବାକୁ ମୋତେ ମୁଖ୍ୟମନ୍ତ୍ରୀ କରାଯାଏ, ତା’ହେଲେ ମୁଁ ଗର୍ବ ଅନୁଭବ କରିବି। ସିନ୍ଧିଆଙ୍କ ଏହି ବୟାନ ତାଙ୍କର ମୁଖ୍ୟମନ୍ତ୍ରୀ ଚୌକି ପ୍ରତି ଥିବା ଲୋଭକୁ ଦର୍ଶାଇଛି।

ରାଜସ୍ଥାନରେ ସଚିନ୍‌ ପାଇଲଟ୍‌ ଏବଂ ଅଶୋକ ଗେହଲଟ୍‌ ମୁଖ୍ୟମନ୍ତ୍ରୀ ପଦ ଦୌଡ଼ରେ ରହିଛନ୍ତି। ସେହିପରି ଛତିଶଗଡ଼ରେ ଭୂପେଶ ବାଘେଲ ଓ ଟିଏସ୍‌ ସିଂହଦେଓ ରହିଛନ୍ତି। ତେବେ ଏମାନଙ୍କୁ ମଧ୍ୟରୁ କଂଗ୍ରେସ ଯାହାକୁ ବି ମୁଖ୍ୟମନ୍ତ୍ରୀ କରିବ, ଅନ୍ୟ ଗୋଷ୍ଠୀ ଏହାକୁ ନିଶ୍ଚିତ ଭାବେ ବିରୋଧ କରିବେ। ତେଣୁ କଂଗ୍ରେସ ମଧ୍ୟରେ ବିବାଦ ଓ ବିଭେଦ ସୃଷ୍ଟି ହେବା ଏକ ପ୍ରକାରର ନିଶ୍ଚିତ।

ଏହାକୁ ଦୃଷ୍ଟିରେ ରଖି ସବୁ ରାଜ୍ୟରେ କଂଗ୍ରେସ ପକ୍ଷରୁ ବିଧାୟକ ଦଳ ବୈଠକ ବସୁଛି। ଏଥିରେ ସର୍ବସମ୍ମତିକ୍ରମେ ହାଇକମାଣ୍ଡଙ୍କ ସବୁ ପ୍ରକାରର ନିର୍ଦ୍ଦେଶକୁ ପାଳନ କରିବାକୁ ଏକ ସଂକଳ୍ପ ପାରିତ ହେବ। କାରଣ, ଦଳର ବରିଷ୍ଠ ନେତା ବିବାଦ ସୃଷ୍ଟି ହେବ ବୋଲି ଆଗରୁ ଜାଣିଛନ୍ତି।



from Odisha Reporter https://ift.tt/2SIeOmx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages