ଘରେ ଚା’ ସହ ପରଷନ୍ତୁ ପନିର୍‌-ଆଳୁ ଟିକ୍କି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, December 12, 2018

ଘରେ ଚା’ ସହ ପରଷନ୍ତୁ ପନିର୍‌-ଆଳୁ ଟିକ୍କି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଶୀତ ଦିନେ ସାଧାରଣତଃ କିଛି ଚଟ୍‌ପଟା ଖାଦ୍ୟ ଖାଇବାକୁ ଅନେକଙ୍କର ଇଚ୍ଛା ହୋଇଥାଏ। ତେବେ ଏଥିପାଇଁ ବାହାରର ଛଣାଛଣି ନ ଖାଇ ଆପଣ ଘରେ ମଧ୍ୟ କିଛି ଏପରି ଖାଦ୍ୟ ସାମଗ୍ରୀ ତିଆରି କରିପାରିବେ। ଆଜି ଆମେ ଆପଣଙ୍କୁ ପନିର୍‌-ଟିକ୍କିର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ କହିବୁ।

ଆବଶ୍ୟକ ସାମଗ୍ରୀ: ପନିର୍‌, ସିଝା ଆଳୁ, କଟା ଧନିଆ ପତ୍ର, କଟା କଞ୍ଚା ଲଙ୍କା, କଟା ଅଦା, କଟା ପେସ୍ତା ବାଦାମ, ଜିରା, ହଳଦୀ, ଲଙ୍କା ଗୁଣ୍ଡ, କର୍ନ୍‌ଫ୍ଲୋର୍‌, ତେଲ ଓ ଲୁଣ।
ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ପନିର ଓ ସିଝା ଆଳୁକୁ ଅଳ୍ପ ଲୁଣ ଦେଇ ଏକାଠି ଏକ ପାତ୍ରରେ ଚକଟି ଦିଅନ୍ତୁ। ଏବେ ଏକ ପ୍ୟାନ୍‌ରେ ମିଡିୟମ ଆଞ୍ଚରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଗଲେ, ଏଥିରେ ଜିରା, ଅଦା ଓ କଞ୍ଚା ଲଙ୍କା ପକାନ୍ତୁ। ଏବେ ପନିର୍‌ ଓ ଆଳୁ ଚକଟାରେ ଲଙ୍କା ଗୁଣ୍ଡ ଓ ହଳଦୀ ଗୁଣ୍ଡ ପକାଇ ୨ରୁ ୩ମିନିଟ୍‌ କଷନ୍ତୁ। ଏହାପରେ ଏହି ମିଶ୍ରଣକୁ ଏକ ପ୍ଲେଟ୍‌ରେ କାଢ଼ି ସମ୍ପୂର୍ଣ୍ଣ ଥଣ୍ଡା ହେବାକୁ ଛାଡ଼ି ଦିଅନ୍ତୁ। ଥଣ୍ଡା ହୋଇଗଲେ ଏଥିରେ କର୍ନ୍‌ଫ୍ଲୋର୍‌, କଟା ଧନିଆ ପତ୍ର ଓ କଟା କଞ୍ଚା ଲଙ୍କା ପକାନ୍ତୁ। ଏବେ ଏହି ମିଶ୍ରଣକୁ ଚକଟି ଚେପଟା ଚେପଟା ଟିକ୍କି ଆକାରର କରନ୍ତୁ। ଏଥିରେ ବିସ୍କୁଟ୍‌ ଗୁଣ୍ଡରେ ଭଲଭାବେ ପକାଇ ରଖନ୍ତୁ। ଏବେ ଏକ କଡ଼େଇରେ ତେଲ ଗରମ କରି ଟିକ୍କିଗୁଡ଼ିକୁ ଗୋଲ୍ଡେନ୍‌ ବ୍ରାଉନ୍‌ କଲର୍‌ ହେବା ଯାଏ ଛାଣନ୍ତୁ।
ଏବେ ପ୍ରସ୍ତୁତ ହୋଇଗଲା ପନିର-ଆଲୁ ଟିକ୍କି। ଏହାକୁ ଗରମ୍‌ ଗରମ୍‌ ଚଟଣୀ ବା ସସ୍‌ ସହ ପରଷନ୍ତୁ। କଟା ପିଆଜ, ଧନିଆ ପତ୍ର ଓ ଲେମ୍ବୁ ପକାଇ ମଧ୍ୟ ଏହାକୁ ଖାଇ ପାରିବେ।



from Odisha Reporter https://ift.tt/2Ek3QQa

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages