ଏଥର ବିଧାନସଭାରୁ ଲଢ଼ିବେ ଧର୍ମେନ୍ଦ୍ର, ଦେଲେ ସଙ୍କେତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, December 2, 2018

ଏଥର ବିଧାନସଭାରୁ ଲଢ଼ିବେ ଧର୍ମେନ୍ଦ୍ର, ଦେଲେ ସଙ୍କେତ

ଅନୁଗୁଳ(ଓଡ଼ିଶା ରିପୋର୍ଟର): ଆଗାମୀ ସାଧାରଣ ନିର୍ବାଚନରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶାରୁ ବିଧାନସଭା ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିବେ। ତା’ପୁଣି ନିଜର ପୁରୁଣା ଆସନରୁ। ଆଜି ଏଭଳି ସଙ୍କେତ ଦେଇ ଧର୍ମେନ୍ଦ୍ର ଓଡ଼ିଶା ରାଜନୀତିରେ ନିଜର ମହତ୍ତ୍ଵାକାଂକ୍ଷାର ଆଭାସ ଦେବା ସହ ତାଙ୍କର ରାଜନୀତିକ ଭବିଷ୍ୟତ କାର୍ଯ୍ୟପନ୍ଥାକୁ ନେଇ ଚାଲିଥିବା ଚର୍ଚ୍ଚାରେ ମଧ୍ୟ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି।


କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଜି ଅନୁଗୁଳ ଜିଲ୍ଲାରେ ବିଭିନ୍ନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ତେବେ ପାଲଲହଡ଼ା ନିର୍ବାଚନମଣ୍ଡଳୀର ମୁଣ୍ଡୁରିବେଡ଼ାର ଖମାରି ପ୍ରାଥମିକ ସ୍କୁଲର ଶତବାର୍ଷିକୀ ଉତ୍ସବରେ ଯୋଗ ଦେଇ ଲୋକଙ୍କ ଆଗରେ ନିଜର ମନର କଥା କହିଥିଲେ। ଗତଥର ନିଜ ଭୁଲ୍ ଯୋଗୁ ହାରିଥିବା ସ୍ୱୀକାର କରି ଧର୍ମେନ୍ଦ୍ର ଏଥର ଅଧିକ ସମର୍ଥନ ଆଶା କରୁଛନ୍ତି ବୋଲି କହିଥିଲେ।ଯାହାକୁ ସେଠାରେ ଉପସ୍ଥିତ ଲୋକମାନେ ବି ଜୋରରେ କରତାଳି ମାଧ୍ୟମରେ ସମର୍ଥନ ଜଣାଇଥିଲେ। ଧର୍ମେନ୍ଦ୍ର ୨୦୦୦ ମସିହାରେ ପାଲଲହଡ଼ା ନିର୍ବାଚନମଣ୍ଡଳୀରୁ ବିଧାୟକ ଭାବେ ବିଜୟୀ ହୋଇଥିଲେ ମଧ୍ୟ ୨୦୦୯ ମସିହାରେ ପରାଜିତ ହୋଇଥିଲେ। ଏବେ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଧର୍ମେନ୍ଦ୍ର ନିଜ ପୁରୁଣା ସ୍ଥାନ ଉପରେ ନଜର ପକାଇବା ସହ ବିଜେପିର ସମ୍ଭାବ୍ୟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ନିଜର ଦାବିଦାରୀକୁ ସୁନିଶ୍ଚିତ କରାଇଛନ୍ତି।


ଦୁଇଦିନ ତଳେ ଓଡ଼ିଶା ଆସିବା ପୂର୍ବରୁ ଦିଲ୍ଲୀରେ ଧର୍ମେନ୍ଦ୍ର ତାଙ୍କ ମା’ଙ୍କୁ ମୁଣ୍ଡୁରିବେଡ଼ା ଯିବା ସମ୍ପର୍କରେ ସୂଚନା ଦେଇଥିଲେ। ମୁଣ୍ଡୁରିବେଡ଼ା ସହ ତାଙ୍କ ପରିବାରର ଭାବଗତ ସମ୍ପର୍କ ବିଷୟରେ ମା’ ପଚାରିଥିଲେ। ଆଗରୁ ଏମଏଲଏ ଥିଲି, ମୁଣ୍ଡୁରିବେଡ଼ାର ଲୋକମାନେ ବହୁତ ସଂଖ୍ୟାରେ ଭୋଟ୍ ଦେଇ ଜିତାଇଥିଲେ। ପଛରେ ଦେଲେନି ତେଣୁ ହାରିଗଲି ବୋଲି ମା’କୁ କହିଥିଲି। ତେବେ ଧର୍ମେନ୍ଦ୍ରଙ୍କ ଏହି କଥା ଶୁଣି ସେହି କାର୍ଯ୍ୟକ୍ରମରେ ଉପସ୍ଥିତ ଲୋକମାନେ ଏହା ‘ଭୁଲ୍ କଥା’ ବୋଲି ପାଟିକରି କହିଥିଲେ।

ତେବେ ଲୋକଙ୍କୁ ଶାନ୍ତ କରାଇ ଧର୍ମେନ୍ଦ୍ର କହିଥିଲେ ଯେ, ହଁ ସେ ତାଙ୍କ ନିଜ ଭୁଲ୍ ଯୋଗୁ ହାରିଛନ୍ତି। “କିନ୍ତୁ ଏଥର ମୁଁ ଅଧିକ ଆଶୀର୍ବାଦ ଆଶା କରିବି । କରିବି କି ନାହିଁ?” ବୋଲି ସେ ପଚାରିବାରୁ ଉପସ୍ଥିତ ଲୋକେ ଜୋରରେ ହଁ କହିଥିଲେ। କିନ୍ତୁ ସେତିକିରେ ଅଟକି ନଯାଇ ଧର୍ମେନ୍ଦ୍ର ପୁଣି ପଚାରିଥିଲେ, ଏଠାକାର ମା’ମାନେ ମୋତେ ଆଶୀର୍ବାଦ କରିବେ ନା ନାହିଁ ? ମହିଳାମାନେ ବି ହଁ ମାରି ସମର୍ଥନ ଜଣାଇଥିଲେ। ମୁଣ୍ଡୁରିବେଡ଼ା ତାଙ୍କ ମା’ର ମାମୁଁ ଘର ଗାଁ ବୋଲି ଧର୍ମେନ୍ଦ୍ର କହିବା ସହ ତାଙ୍କ ପରିବାରକୁ ଏ ସ୍ଥାନରେ ପହଞ୍ଚାଇଥିବାରୁ ସ୍ଥାନୀୟ ଲୋକମାନଙ୍କୁ ନିଜର କୃତଜ୍ଞତା ଜଣାଇଥିଲେ।



from Odisha Reporter https://ift.tt/2DYuo9Q

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages