ଧର୍ମେନ୍ଦ୍ରଙ୍କ ସହ ଲଢ଼ିବାକୁ ମହେଶ ତୟାର, କହିଲେ ଏମିତି କଥା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, December 4, 2018

ଧର୍ମେନ୍ଦ୍ରଙ୍କ ସହ ଲଢ଼ିବାକୁ ମହେଶ ତୟାର, କହିଲେ ଏମିତି କଥା

ପାଲଲହଡ଼ା (ଓଡ଼ିଶା ରିପୋର୍ଟର): ୨୦୧୯ ନିର୍ବାଚନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେଉଁଠୁ ନିର୍ବାଚନ ଲଢ଼ିବେ? ଏନେଇ କଳ୍ପନାଜଳ୍ପନା ଲାଗି ରହିଥିଲା। ତେବେ ଅନୁଗୋଳରେ ଆୟୋଜିତ ଏକ ଉତ୍ସବରେ ଯୋଗଦେଇ ଶ୍ରୀ ପ୍ରଧାନ ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବାର ସଙ୍କେତ ଦେଇଥିଲେ। ଏହା ପରେ ସମଗ୍ର ରାଜ୍ୟରେ ଆରମ୍ଭ ହୋଇଥିଲା ଅଲୋଚନା ଓ ପର୍ଯ୍ୟାଲୋଚନା। ଏହି ଚର୍ଚ୍ଚା ଭିତରେ ସେ ପାଲ୍‌ଲହଡ଼ାରୁ ନିର୍ବାଚନ ଲଢ଼ିବେ ବୋଲି ଶୁଣିବାକୁ ମିଳିଥିଲା।

ଯଦି ଧର୍ମେନ୍ଦ୍ର ପାଲଲହଡ଼ାରୁ ନିର୍ବାଚନ ଲଢ଼ନ୍ତି, ତାହାହେଲେ ମୁଁ ତାଙ୍କୁ ସ୍ୱାଗତ କରିବି ବୋଲି ଆଜି କହିଛନ୍ତି ସ୍ଥାନୀୟ ବିଜେଡି ବିଧାୟକ ମହେଶ ସାହୁ। ତେବେ ଏହି ସ୍ୱାଗତ ଭିତରେ ସେ ସମାଲୋଚନା କରିବାକୁ ବି ପଛାଇ ନାହାନ୍ତି। ସେ କହିଛନ୍ତି, ପକେଟରୁ ବାହାରୁଥିବା ଟଙ୍କା ଓ ବସ୍ତାରୁ ବାହାରୁଥିବା ଟଙ୍କା ଭିତରେ ଫରକ ରହିଛି।

ଆଜି ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନରେ ଶ୍ରୀ ସାହୁ କହିଛନ୍ତି-“କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପାଲଲହଡ଼ାରୁ ନିର୍ବାଚନ ଲଢ଼େଲେ ମୁଁ ତାଙ୍କୁ ସ୍ୱାଗତ କରିବି। ଏଥିରେ ବେଶୀ ଖୁସି ମୁଁ ହେବି। କାରଣ ସେ ଓ ତାଙ୍କ ପରିବାର କ’ଣ କରିଛନ୍ତି ତାହା କହିବାର ସୁଯୋଗ ମିଳିବ। କିନ୍ତୁ ମୋର ଯାହା ବିଶ୍ୱାସ ସେ ଲୋକସଭା କି ବିଧାନସଭା ଓଡ଼ିଶାରୁ କେଉଁଠୁ ବି ଲଢ଼ିବେନି। କାରଣ ବିଧାୟକ ହେଲେ ପାଦରେ ଚାଲିବାକୁ ପଡ଼ିବ। ହେଲେ ସେ ପବନରେ ଉଡ଼ୁଛନ୍ତି। ପକେଟରୁ ବାହାରୁଥିବା ଟଙ୍କା ଓ ବସ୍ତାରୁ ବାହାରୁଥିବା ଟଙ୍କା ଭିତରେ ଫରକ ରହିଛି। ଲୋକଙ୍କ ମନ କିଣିବାରେ ବିଜେଡିର ଯୋଗ୍ୟତା ରହିଛି। ବ୍ୟକ୍ତିଗତ ଭାବେ ମୋର ମଧ୍ୟ ଯୋଗ୍ୟତା ରହିଛି।”
ଏହାର ଜବାବରେ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି-“ବିଜେଡି ନେତାଙ୍କର ଅହଂକାର ଆକାଶଛୁଆଁ ହୋଇଯାଇଛି। ଲମ୍ୱା ସମୟ ଧରି ଶାସନରେ ରହି ଭ୍ରଷ୍ଟାଚାରରେ ବୁଡ଼ି ରହିଲେ। ଓଡ଼ିଶା ପ୍ରଦେଶର ଲୋକଙ୍କୁ ତଳିତଳାନ୍ତ କରିଦେଲେ। ଟଙ୍କା ବସ୍ତାରେ ବୁହାହେଉଛି ନା ନବୀନ ବାବୁଙ୍କ ଖଟ ତଳେ ରହିଛି, ତାହା ମହେଶବାବୁ ଜାଣିନଥିବେ। ବରଂ ସେ ତାଙ୍କର ନେତା ନବୀନ ବାବୁଙ୍କୁ ପଚାରିଲେ ଭଲ ହେବ।”



from Odisha Reporter https://ift.tt/2QAnq1l

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages