
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟ ସରକାରଙ୍କ ଆଉ ଏକ ଘୋଷଣା। ଚଳିତମାସ ୧୫ ତାରିଖରୁ ରାଜ୍ୟରେ ନୂଆ ୫ ଲକ୍ଷ ହିତାଧିକାରୀଙ୍କୁ ମଧୁବାବୁ ପେନ୍ସନ୍ ଯୋଜନାରେ ସାମିଲ କରାଯିବ। ଆଜି ଏନେଇ ସଚିବାଳୟରେ ବିଧିବଦ୍ଧ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ସେହିପରି କଳାକାର ସହାୟତା ଯୋଜନାରେ ୪୦ ହଜାର କଳାକାରଙ୍କୁ ମାସିକ ୧୨୦୦ ଟଙ୍କା ଲେଖାଏଁ ସହାୟତା ଦେବେ ସରକାର। ଆସନ୍ତା ୧୫ ତାରିଖରୁ ଏହି ସହାୟତା ପ୍ରଦାନ କରାଯିବ। ଉଭୟ ମଧୁବାବୁ ପେନ୍ସନ୍ ଯୋଜନା ଓ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାର ହିତାଧିକାରୀଙ୍କୁ ପ୍ରତିମାସ ୧୫ରୁ ୨୦ ତାରିଖ ମଧ୍ୟରେ ସ୍ୱତନ୍ତ୍ର କ୍ୟାମ୍ପ କରି ସହାୟତା ରାଶି ପ୍ରଦାନ କରିବାକୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।
from Odisha Reporter https://ift.tt/2UDZysD
No comments:
Post a Comment