‘ଆମ ଗାଁ ଆମ ବିକାଶ’ ନାଁରେ ପଞ୍ଚାୟତ ଅର୍ଥକୁ ହରିଲୁଟ କରାଯାଉଛି: ଧର୍ମେନ୍ଦ୍ର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 3, 2018

‘ଆମ ଗାଁ ଆମ ବିକାଶ’ ନାଁରେ ପଞ୍ଚାୟତ ଅର୍ଥକୁ ହରିଲୁଟ କରାଯାଉଛି: ଧର୍ମେନ୍ଦ୍ର

dharmendra

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ‘ଆମ ଗାଁ ଆମ ବିକାଶ’ ନାଁରେ ପଞ୍ଚାୟତ ଅର୍ଥକୁ ହରିଲୁଟ କରାଯାଉଛି। କେ-୨ ନାଁରେ ରାଜ୍ୟ ରାଜକୋଷକୁ ହରିଲୁଟ କରିବା ପାଇଁ ଉଦ୍ୟମ ହେଉଛି। ‘ପିସି ମଷ୍ଟ ଷ୍ଟପ’ ନାଁରେ ମୁଖ୍ୟମନ୍ତ୍ରୀ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି କହି  ନବୀନଙ୍କୁ ଟାର୍ଗେଟ୍‌ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଆଜି ପର୍ଜଙ୍ଗରେ ବିଜେପିର ମିଶ୍ରଣର ପର୍ବରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଲେ ଯେ, ପର୍ଜଙ୍ଗରେ ଚାଷୀମାନେ ଆଜି ବି ଅସୁବିଧା ମଧ୍ୟରେ ଗତି କରୁଛନ୍ତି। ପର୍ଜଙ୍ଗ ଚାଷୀମାନଙ୍କ ପାଇଁ ଏବେବି ଦୋହରା ଫସଲ କଷ୍ଟକର ହୋଇପଡ଼ିଛି। ରେଙ୍ଗାଲି ଲେପ୍ଟ କେନାଲ ପାଣି ଚଷା ଚାଷୀଙ୍କ ଘରେ କାମରେ ଲାଗୁନାହିଁ। ଢେଙ୍କାନାଳ ଜିଲ୍ଲାକୁ ରାଜ୍ୟ ସରକାର ଦିନରେ ଲଣ୍ଠନ ଦେଖାଉଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି, “ପର୍ଜଙ୍ଗ ମାଟି ବଳିଦାନର ମାଟି। ଏହି ମାଟିରୁ ବାଜିରାଉତ, ମହେଶ ସୁଭାଓ ସିଂହ, ମୂଷା ମଲିକଙ୍କ ପରି ମହାନ୍ ସ୍ୱାଧୀନତା ସଂଗ୍ରାମୀ ଜନ୍ମ ନେଇଥିଲେ। ଯେଉଁମାନେ ବଳିଦାନ ଦେଇଥିଲେ, ସେମାନେ ଆଜି କ’ଣ ଭାବୁଥିବେ। ପର୍ଜଙ୍ଗର ଚାଷଜମିକୁ ପାଣି ମିଳୁନି। ପିଇବା ପାଣି କଥା ନକହିବା ଭଲ। କେବଳ ମାନ୍ୟବର ସଚିବାଳୟରେ ଟିଭି ମାଧ୍ୟମରେ ଉନ୍‌ଘାଟନ କରୁଛନ୍ତି। ‘ଆମ ଗାଁ ଆମ ବିକାଶ’ରେ ପଞ୍ଚାୟତର ଅଧିକାରକୁ ଛଡ଼ାଇ ନିଆଯାଉଛି। ଆମ ଗାଁ ଆମ ବିକାଶ ଏବେ ‘ତୁମ ଟଙ୍କା ବିଜେଡି ବିକାଶ’ରେ ପରିଣତ ହୋଇଛି।”

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ପ୍ରତିନିଧିଙ୍କ ସତସାହସ ଥିଲେ ପର୍ଜଙ୍ଗର ପଞ୍ଚାୟତ ୱାରୀ କେତେ ଖର୍ଚ୍ଚ ହୋଇଛି ଏହାର ହିସାବ ଦିଅନ୍ତୁ। କେ-୨ର ନୂଆ ନିୟମ କରି ଜଳସେଚନ, ପଞ୍ଚାୟତିରାଜ, ଗ୍ରାମ୍ୟ ଉନ୍ନୟନ ଆଦି ବିଭାଗରେ ରାଜ୍ୟ ରାଜକୋଷକୁ ହରିଲୁଟ କରିବା ପାଇଁ ଉଦ୍ୟମ କରାଯାଇଛି। ପ୍ରଧାନମନ୍ତ୍ରୀ ବି ଓଡିଶା ଆସି କହିଥିଲେ ଯେ, ପିସିରେ ଓଡିଆ ଲୋକ ପେସି ହୋଇଗଲେଣି। ଏବେ କେ-୨ର ବ୍ୟବସ୍ଥା କରି ମୁଖ୍ୟମନ୍ତ୍ରୀ ତାଙ୍କର ଚେଲାଚାମୁଣ୍ଡା, ଗୁମାସ୍ତା ଓ ଚପାତିଙ୍କୁ ରାଜକୋଷ ଲୁଟ କରିବା ପାଇଁ ହାତଟେକି ଦେଇଛନ୍ତି। ସେହିପରି ସ୍ୱଚ୍ଛ ଭାରତ ଯୋଜନାରେ ପାଇଖାନା ପାଇଁ ମୋଦି ସରକାର ଟଙ୍କା ପଠାଉଥିବା ବେଳେ ଏହି ଟଙ୍କା ହରିଲୁଟ ହେଉଛି।”

ଏହି ଅବସରରେ ଆଜି କଂଗ୍ରେସ ଓ ବିଜେଡି ଦଳର ଶତାଧିକ ନେତା ଓ କର୍ମୀ ବିଜେପି ଦଳରେ ଯୋଗଦାନ କରିଥିବା ବେଳେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ତାଙ୍କୁ ଦଳରେ ସ୍ୱାଗତ କରିଥିଲେ।



from Odisha Reporter https://ift.tt/2FYhWJD

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages