ଯୌତୁକ ଜହ୍ଲାଦଙ୍କ ଜଘନ୍ୟ କାଣ୍ଡ: ହାତଗୋଡ଼ ବାନ୍ଧି ବୋହୂକୁ ଜାଳିଦେଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, December 3, 2018

ଯୌତୁକ ଜହ୍ଲାଦଙ୍କ ଜଘନ୍ୟ କାଣ୍ଡ: ହାତଗୋଡ଼ ବାନ୍ଧି ବୋହୂକୁ ଜାଳିଦେଲେ

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): ଯୌତୁକ ଜହ୍ଲାଦଙ୍କ ନିଷ୍ଠୁର ନିଆଁରେ କଲ୍‌ବଲ୍‌ ହୋଇ ଜଳିଗଲେ ପୁଣି ଜଣେ ବଧୂ। ରାତି ଅଧରେ ଜୀଅନ୍ତା ଜାଳି ଦେବାକୁ ଜଘନ୍ୟ ଉଦ୍ୟମ କରିଥିଲେ ଶାଶୂ ଓ ତିନି ନଣନ୍ଦ। କେନ୍ଦ୍ରାପଡ଼ା ଜିଲ୍ଲା ବାଲିସୁଆଁର ନିର୍ମଳ ସ୍ୱାଇଁଙ୍କ ଘରେ ଗତକାଲି ଘଟିଥିବା ଏହି ଲୋମଟାଙ୍କୁରା ଘଟଣା ଯୌତୁକ ଲୋଭର ଆଉ ଏକ କୁତ୍ସିତ ପରିଣତିକୁ ଜନମାନସରେ ଉଜାଗର କରିଛି। ଏହି ଘଟଣାରେ ପୁଲିସ ଶାଶୂ ଓ ଦୁଇ ନଣନ୍ଦଙ୍କୁ ଗିରଫ କରିଛି। ମାତ୍ର ଅନ୍ୟ ଜଣେ ନଣନ୍ଦ ଏବେ ମଧ୍ୟ ଫେରାର ଅଛି।

ଶାଶୂ ଓ ତିନି ନଣନ୍ଦ ମୋ ହାତ-ଗୋଡ଼ ବାନ୍ଧି କିରାସିନି ଢ଼ାଳି ନିଆଁ ଲଗାଇଦେଲେ: ଭାରତୀ

ପୂରା ଘଟଣା ଏମିତି। ଗତକାଲି ରାତିରେ ଘରେ ନିର୍ମଳ ନଥିଲେ। ଖଟରେ ନିର୍ମଳଙ୍କ ପତ୍ନୀ ଭାରତୀ ଏକାକୀ ଶୋଇଥିଲେ। ରାତି ଅଧରେ ଶାଶୂ ଓ ତିନି ନଣନ୍ଦ ଆସି ଭାରତୀଙ୍କ ହାତ-ଗୋଡ଼ ବାନ୍ଧି ପକାଇଥିଲେ। ପରେ ତାଙ୍କ ଦେହରେ କିରାସିନି ଢାଳି ନିଆଁ ଲଗାଇ ଦେଇଥିଲେ। ଏପରିକି ଭାରତୀଙ୍କ ୬ ମାସର କଅଁଳା ଝିଅକୁ ମଧ୍ୟ ସେମାନେ ଛାଡ଼ିନଥିଲେ। ଭାରତୀଙ୍କ ଶରୀରରେ ଲାଗିଥିବା ନିଆଁ ଘର ସାରା ବ୍ୟାପି ଯିବାରୁ ସମ୍ପୂର୍ଣ୍ଣ ପୋଡ଼ି ଯାଇଥିଲା। ଚିତ୍କାର ଶୁଣି ପଡ଼ୋଶୀ ଦୌଡ଼ି ଆସିଥିଲେ। ନିଆଁକୁ ଖାତିର ନକରି କବାଟ ଭାଙ୍ଗି ଭାରତୀ ଓ ତାଙ୍କ ଝିଅକୁ ମୂମୁର୍ଷୁ ଅବସ୍ଥାରେ ଉଦ୍ଧାର କରିଥିଲେ।

କଟକ ବଡ଼ ମେଡିକାଲରେ ଜୀବନ ସହ ସଂଗ୍ରାମ କରି ଆଜି ସକାଳ ପ୍ରାୟ ୧୦ଟା ବେଳେ ଆଖି ବୁଜିଦେଇଛନ୍ତି ଭାରତୀ। ମୃତ୍ୟୁ ପୂର୍ବରୁ ସେ ଗାଁ ଲୋକଙ୍କୁ ଦେଇଛନ୍ତି ଲୋମ ଟାଙ୍କୁରା ଜମାନବନ୍ଦୀ। କହିଛନ୍ତି-“ଶାଶୂ ଓ ତିନି ନଣନ୍ଦ ମୋ ହାତ-ଗୋଡ଼ ବାନ୍ଧି କିରାସିନି ଢାଳି ନିଆଁ ଲଗାଇଛନ୍ତି।”

ଅନ୍ୟପକ୍ଷରେ ତାମିଲନାଡୁରେ କାମ କରିବାକୁ ଯାଇଥିବା ଭାରତୀଙ୍କ ସ୍ୱାମୀ ନିର୍ମଳ ଏ ଖବର ପାଇ ଆସୁଛନ୍ତି। ଭାରତୀଙ୍କୁ ହରାଇ କୋହ ସମ୍ଭାଳି ପାରୁନାହାନ୍ତି ଭାଇ ରଶ୍ମୀରଞ୍ଜନ ଓ ବାପା। ମାର୍ଶାଘାଇ ଥାନାରେ ଭାଇ ଏକ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ ମାମଲା ରୁଜୁ କରି ଭାରତୀଙ୍କ ଶାଶୂ ଓ ୨ଜଣ ନଣନ୍ଦଙ୍କୁ ଗିରଫ କରିଛି। ଘଟଣା ପରଠାରୁ ଆଉ ଜଣେ ନଣନ୍ଦ ଫେରାର ହୋଇଯାଇଛି। ଭାରତୀଙ୍କ କୁନି ଝିଅଟି ଗାଁ ଲୋକଙ୍କ ପାଖରେ ଅଛି। ତା’ ଆଖିରେ ବି ନିଆଁ ଝାସ ବାଜିଥିବାରୁ ସେ କଷ୍ଟ ଭୋଗୁଛି।

୫ ମାସ ତଳେ ସମାନ ଘଟଣା ନଜରକୁ ଆସିଥିଲା ଖୋର୍ଦ୍ଧା ଜିଲ୍ଲା ଡିଙ୍ଗର ଗାଁରୁ। ଅଧିକ ଯୌତୁକ ପାଇଁ ସ୍ୱାମୀ, ଶ୍ୱଶୁର ଓ ଶାଶୂ ମିଶି ବୋହୂକୁ କିରାସିନି ଢାଳି ଜୀଅନ୍ତା ଜାଳିଦେବାକୁ ଉଦ୍ୟମ କରିଥିଲେ। ଆଉ ମେଡିକାଲରେ ମୃତ୍ୟୁ ପୂର୍ବରୁ ପୀଡ଼ିତା ବଖାଣିଥିଲେ ଲୋମଟାଙ୍କୁରା କାହାଣୀ।



from Odisha Reporter https://ift.tt/2DYQrgn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages